ବିନା କାଗଜପତ୍ରରେ ଚାଲିଛି ଏନଏଚ ଠିକାସଂସ୍ଥାର ଗାଡି

blank
କେନ୍ଦ୍ରାପଡ଼ା,୨୧ା୩:୫୩ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ର ଗାଡି ଗୁଡିକର ଆବଶ୍ୟକ କାଗଜପତ୍ର ନଥାଇ ଜାତୀୟ ରାଜପଥରେ ଚାଲୁଥିବା ଦେଖାଯାଇଛି। ଏନେଇ କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ରାଜପଥରେ ଗାଡି ଯାଞ୍ଚ ସମୟରେ ଏଭଳି ଘଟଣା ଲୋକଲୋଚକୁ ଆସିଛି। ଶନିବାର ପୂର୍ବାହ୍ନରେ ଶ୍ୟାମସୁନ୍ଦରପୁରଗଡା ନିକଟସ୍ଥ କେନାଲବ୍ରିଜ ଉପରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଗୁଡିକ ଯାଞ୍ଚ ଚାଲିଥିବା ବେଳେ ଏହି ଠିକାସଂସ୍ଥାର ବୋଲେରୋ ପିକଅପ୍ ଭ୍ୟାନ ନଂ- ଓଡି-୦୫ ଏକେ ୩୫୩୩ ଗାଡି ଟି ସେହି ରାସ୍ତାରେ ଯାଉଥିବା ବେଳେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସେହି ଗାଡିଟିର କାଗଜପତ୍ର ଯାଞ୍ଚ କରାଯାଇଥିଲା। କିନ୍ତୁ ସେହି ପିକଅପ ଭ୍ୟାନର ପରମିଟ ନଥିବା ଜଣାପଡିବାରୁ ପରିବହନ ବିଭାଗ ପକ୍ଷରୁ ସେହି ଗାଡିଟିକୁ ୪ହଜାର ୩୩୮ଟଙ୍କା ଜୋରିମାନା କରାଯାଇଥିଲା। ଏଥିସହିତ ସେହି ଠିକା ସଂସ୍ଥାର ଏକ ଜେସିବିକୁ ପରିବହନ ବିଭାଗ ଯାଞ୍ଚ କରିବା ସମୟରେ ସେହି ଜେସିବିର କୈାଣସି କାଗଜପତ୍ର ନଥିବା ଜଣାପଡିଥିଲା। ଏପରିକି ଜେସିବିରେ ରେଜିଷ୍ଟେସନ ନମ୍ବର ମଧ୍ୟ ଲେଖାହୋଇନଥିଲା। ଫଳରେ ପରିବହନ ବିଭାଗ ପକ୍ଷରୁ ସେହି ଜେସିବିଟିକୁ ଜବତ କରାଯାଇ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ସଂପୃକ୍ତ ଠିକାସଂସ୍ଥା ଉପରେ ଏନେଇ ୩୨ହଜାର ଟଙ୍କା ଜୋରିମାନା କରାଯାଇଥିବା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଯାଞ୍ଚ ସମୟରେ କଟକସ୍ଥିତ ପରିବହନ ବିଭାଗ କେନ୍ଦ୍ରୀୟ ଜୋନର ଉପଆୟୁକ୍ତ ରଶ୍ମୀରଞ୍ଜିତ ଦଳବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେରଙ୍କ ସମେତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

Next Post

ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ୩୬ବେଶ କାର୍ଯ୍ୟକ୍ରମ

Sun Mar 22 , 2026
କେନ୍ଦ୍ରାପଡ଼ା,୨୨ା୩:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଗରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ରହ୍ମପୁରସ୍ଥିତ ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ ଅନୁଷ୍ଠାନ ଦ୍ୱାରା ଗତ ୧୯ତାରିଖ ଠାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୬ବେଶ କାର୍ଯ୍ୟକ୍ରମ ଆରମ୍ଭବ ହୋଇଛି। ଆଜି ଏହି କାର୍ଯ୍ୟକ୍ରମର ତୃତୀୟ ସନ୍ଧ୍ୟାରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏଥିରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading