ଦଶିପୁର ଗ୍ରାମପଞ୍ଚାୟତରେ ମିନି ଧାନମଣ୍ଡି ଖୋଲିବାକୁ ଦାବି

blank
କେନ୍ଦ୍ରାପଡ଼ା,୪ା୮: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନଦୀନାଳ ଘେରା ଦଶିପୁର ଗ୍ରାମପଞ୍ଚାୟତରେ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ମିନି ଧାନମଣ୍ଡି ଖୋଲିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ପୈାରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିରରେ ଦାବି କରାଯାଇଛି। ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆଳି ବ୍ଲକର ଦଶିପୁର ପଞ୍ଚାୟତ ହେଉଛି ଏକ ନଦୀନାଳ ଘେରା ପଞ୍ଚାୟତ। ପୂର୍ବରୁ ସେମାନେ ଦେମାଳ ଗ୍ରାମପଞ୍ଚାୟତ ଅଧିନରେ ଥିବାରୁ ଦେମାଳ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ରହିଥିଲେ। ସେତେବେଳେ ସେମାନେ ଦେମାଳ ସମିତି ମଣ୍ଡିରେ ଧାନ ବିକିବାର ସୁବିଧା ପାଉନଥିବା ବେଳେ ଏବେ ମଧ୍ୟ ସେମାନେ ଏହି ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। କାରଣ ନଦୀ ନାଳ ପାରି ହୋଇ ସେମାନଙ୍କ ଧାନ ଦେମାଳ ସମବାୟ ସମିତିକୁ ଆଣି ବିକ୍ରୀ କରିବା ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ସେମାନଙ୍କ ଧାନ ବିକ୍ରୀ ହୋଇପାରୁନଥିବାରୁ ବାଧ୍ୟହୋଇ ସେମାନେ ବ୍ୟବସାୟୀଙ୍କୁ ଅଦର ଦରରେ ଧାନ ବିକ୍ରୀ କରି ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି। ତେଣୁ ଚଳିତ ବର୍ଷ ଦଶିପୁର ପଞ୍ଚାୟତରେ ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକ ମିନି ଧାନମଣ୍ଡି ଦଶିପୁରରେ ଖୋଲାଯିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ବିକେକାନନ୍ଦ ଦାଶ, ସରପଞ୍ଚ ପ୍ରଦ୍ୟୁତ ମହାନ୍ତି, କେଶବ ମଳିକ, ଅକ୍ଷୟ ସାହୁ, ତ୍ରିଲୋଚନ ମଳିକ, ପ୍ରମୋଦ ମଳିକ, କିଶୋର ମଳିକ, ଶାନ୍ତନୁ ମଳିକ, ସତ୍ୟବ୍ରତ ବରଜ, ରଞ୍ଜନ ଦାଶ, ସରୋଜ ମଳିକ ପ୍ରମୁଖ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ଦାବି କରିଛନ୍ତି।

Next Post

ଅଗ୍ନିବିପନ୍ନ ପରିବାରକୁ କଂଗ୍ରେସର ସହାୟତା

Mon Aug 4 , 2025
ପଟ୍ଟାମୁଣ୍ଡାଇ ତା ୪/୮-ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ସୁଜୁନପୁର ଗ୍ରାମର ସୁଦର୍ଶନ ମଲ୍ଲିକ, ସୁମନ୍ତ କୁମାର ମଲ୍ଲିକଙ୍କ ଘର ନିକଟରେ ଆକସ୍ମିକ ଅଗ୍ନିକାଣ୍ଡ ଯୋଗୁଁ ସମ୍ପୁର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ଯୁବ ନେତା ପ୍ରଶାନ୍ତ କୁମାର ରାଉତ ବିପନ୍ନ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।କଂଗ୍ରେସ ନେତା ଶ୍ରୀରାଉତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading