ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କେନ୍ଦ୍ରାପଡ଼ା ବନ୍ଦ , ଇଣ୍ଡିଆ ବ୍ଲକର ଆନ୍ଦୋଳନ, ଅର୍ଥନୀତି ପ୍ରଭାବିତ


କେନ୍ଦ୍ରାପଡ଼ା,୮ା୧୦:ଜ୍ଞାନେଶ କୁମାର ଇସ୍ତଫା ଓ ଏମ୍‌ଏମ୍‌ଡିଆର ଆଇନ ରଦ୍ଦ ଦାବିରେ ଇଣ୍ଡିଆ ବ୍ଲକ ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ତାହା ସଫଳ ହୋଇଛି ବୋଲି ମେଣ୍ଟକୁ ସମର୍ଥନ କରୁଥିବା ରାଜନୈତିକ ଦଳଗୁଡିକ ଦାବି କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବେଶ ପଥ ତିନିମୁହାଣୀ ନିକଟରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ। ଆନ୍ଦୋଳନରେ ସାମିଲ ହୋଇ ବନ୍ଦର ନେତୃତ୍ୱ ନେଇଥିବା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା କେନ୍ଦ୍ରାପଡ଼ାର ବରିଷ୍ଠ କଂଗ୍ରେସ ନେତା ହଳଧର ସେଠୀ କହିଥିଲେ ଏସଆଇଆର ଆଳରେ ଦେଶରେ ୧୩ କୋଟି ଏବଂ ଓଡ଼ିଶାରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ବୈଧ ଭୋଟରଙ୍କୁ ବାଦ ଦିଆଯାଇଛି। ଏହାଦ୍ୱାରା ପରୋକ୍ଷରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। କାରଣ ଭୋଟଦେବା ଅଧିକାର ହେଉଛି ଏକ ରାଜନୈତିକ ଅଧିକାର। ଭାରତୀୟ ସମ୍ବିଧାନର ପାର୍ଟ-୩ରେ ଏହା ମୌଳିକ ଅଧିକାର ଭାବେ ଲିପିବଦ୍ଧ ହୋଇଛି। ଯଦି କୌଣସି ବ୍ୟକ୍ତି ବା ଶକ୍ତି ଭାରତୀୟ ନାଗରିକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ କରିବାକୁ ଉଦ୍ୟମ କରିବ ତାହା ହେଲେ ସଂପୃକ୍ତ ବ୍ୟକ୍ତି କିମ୍ବା ଶକ୍ତି ବିରୋଧରେ ଜଣେ ଭାରତୀୟ ନାଗରିକ ଭାବେ ସମ୍ବିଧାନର ଧାରା ୩୨ ବଳରେ ସୁପ୍ରିମ୍‌କୋର୍ଟରେ ଓ ଧାରା ୨୨୬ ବଳରେ ହାଇକୋର୍ଟରେ ମକଦ୍ଦମା ରୁଜୁ କରିପାରିବ। ଏ ନେଇ ସୁପ୍ରିମ୍‌କୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କିନ୍ତୁ ଏହାକୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭୟ କରୁନାହାଁନ୍ତି। କାରଣ ତାଙ୍କ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଚ୍ଛନ୍ନ ହାତ ରହିଛି। ପ୍ରଧାନମନ୍ତ୍ରୀଙ୍କ ଇସାରାରେ ଜ୍ଞାନେଶ କୁମାର ଏସଆଇଆର ଆଳରେ ଦେଶର କୋଟି କୋଟି ବୈଧ ଭୋଟରଙ୍କ ନାମ କାଟି ଦେଇଛନ୍ତି। ଏହାଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ସେହିପରି ଭୋଟ ଚୋରି କରାଯାଇ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ମୋହନ ସରକାର ଗଠନ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ କହିଲେ ଏଭଳିି କାର୍ଯ୍ୟର ମାଷ୍ଟରମାଇଣ୍ଡ ହେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ତେଣୁ ତାଙ୍କ ଇସ୍ତଫା ପାଇଁ କୋଟି କୋଟି ଭାରତୀୟ ଦାବି କରିଛନ୍ତି। ତେଣୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ଉଚିତ ବୋଲି ସେ କହିଥିଲେ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବହିଷ୍କାର, “ଖଣି ଓ ଖଣିଜ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ, ୨୦୨୬ ତୁରନ୍ତ ରଦ୍ଦ କରିବା, ପାଠ୍ୟପୁସ୍ତକ ଯୋଗାଣରେ ଚରମ ଅରାଜକତା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା,ଏବଂ ବନ୍ୟା କ୍ଷତିଗ୍ରସ୍ତ ସମସ୍ତଙ୍କୁ ପର୍ଯ୍ୟାପ୍ତ ଓ ଯଥୋଚିତ କ୍ଷତିପୂରଣ ଦେବାକୁ ସେ ଦାବି କରାଯାଇଥିଲା। ସେହିପରି ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ଉପରେ ରାଜ୍ୟର ଅଧିକାର, ଆଦିବାସୀ ଓ ଖଣି ଶ୍ରମିକଙ୍କ ସ୍ୱାର୍ଥ, ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧିକାର ଏବଂ ବନ୍ୟା ପ୍ରଭାବିତ ଲୋକଙ୍କ ଜୀବିକାର ସୁରକ୍ଷା, ତୁରନ୍ତ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ଘୋଷିତ ସରକାରୀ ବିଶ୍ୱବିଦ୍ୟାଳୟର କାମ ଆରମ୍ଭ କରିବା, ଜିଲ୍ଲାରେ ମରଣଜନ୍ତା ପାଲଟିଥିବା ସମସ୍ତ ରାସ୍ତାକୁ ମରାମତି କରିବା ପାଇଁ ଦାବି ହୋଇଥିଲା। ଜିଲ୍ଲାର ୯ଟି ବ୍ଲକ ଓ ୨ଟି ମୁନିସିପାଲିଟି ସମେତ କେନ୍ଦ୍ରାପଡା ସହରରେ ଓଡିଶା ବନ୍ଦ ସଫଳ ହେଇଥିବା ମେଣ୍ଟ ଦାବି କରିଛି। ସକାଳ ୬ଟାରୁ କଟକ ଚାନ୍ଦବାଲି ରାସ୍ତାର ତିନିମୁହାଣୀକୁ ବନ୍ଦ କରିବା ସହିତ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ରାସ୍ତାରେ ଶହ ଶହ ଭାରୀଯାନ ସମେତ ଛୋଟ ଚାରି ଚକିଆ ଯାନ ବି ଛିଡା ହେଇଥିଲା। ଏହାଦ୍ୱାରା ଅର୍ଥନୀତି ବାଧାପ୍ରାପ୍ତ ହୋଇଥିଲା ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି। କେନ୍ଦ୍ରାପଡା ସହରରେ ଜିଲ୍ଲାପାଳ ଅଫିସି, କୋର୍ଟ, ବ୍ୟାଙ୍କ, ବୀମା ସମେତ ସମସ୍ତ ଦପ୍ତର ବନ୍ଦ ରହିଥିଲା। ଲୋକସଭାରେ ବିରୋଧୀଦଳ ନେତା ରାହୁଳ ଗାନ୍ଧୀ, ରାଜ୍ୟସଭାରେ ବିରୋଧୀଦଳ ନେତା ତଥା ଏ.ଆଇ.ସି.ସି. ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ, ସଂଗଠନ ଉପସଭାପତି ତଥା ସାଂସଦ କେ.ସି. ଭେନୁଗୋପାଳ ଏବଂ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଇଣ୍ଡିଆମେଣ୍ଟର ନେତାମାନଙ୍କୁ ଅଗଣତାନ୍ତ୍ରୀକ ଭାବେ ଗିରଫ କରାଯାଇଥିବାରୁ କଂଗ୍ରେସ ଦଳ ପକ୍ଷରୁ କଳା ବ୍ୟାଚ ପିନ୍ଧି ଆଜି କଳାଦିବସ ଭାବେ ପାଳନ କରାଯାଇଥିଲା। ଏହି ବନ୍ଦରେ କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ କୁମାର ମହାନ୍ତି, ଜିଲରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ …ଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଭାଗିରଥି ଜେନା, ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ରମଣୀରଞ୍ଜନ ରାଉତରାୟ, ନଗର କଂଗ୍ରେସ ସଭାପତି ଦିଲ୍ଲୀପ ପ୍ରଧାନ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଜିଲ୍ଲା କଂଗ୍ରେସ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ଅଶ୍ୱିନୀ ପାତ୍ର, ବିଭ୍ରାଂଶୁ ଲେଙ୍କା, ହରିଶ ପଟ୍ଟନାୟକ, ଆକବର ଅଲ୍ଲୀ, ଫକୀର ଚରଣ ଖଟୁଆ, ବିଜୟ ଶତପଥୀ, ସନ୍ତୋଷ ବେହେରା, ସୟଦ ଅବଦୁଲ ସତ୍ତାର,ସେକ ସାଗିର, ପ୍ରଭାତ ରାଉତ, ସିପିଆଇ(ଏମ)ରୁ ଜଗତଜୀବନ ଦାଶ, ମାଧବ ଦାସ, ବିନୟ ଭୂଷଣ ମଲ୍ଲିକ, ଅଶୋକ ନାଥ, ସିପିଆଇ ନେତା ଆଦିକନ୍ଦ ରାଉଳ, ଅଜୟ ସାମଲ ପ୍ରମୁଖ ଏହି ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ।

Leave a Reply

Next Post

ଛାତ୍ର ସଂସଦ ନିର୍ବାଚନ ଦାବୀ କରି ପଟ୍ଟାମୁଣ୍ଡାଇ ମହିଳା କଲେଜ ଛାତ୍ରୀଙ୍କ ଆନ୍ଦୋଳନ

Thu Oct 8 , 2026
ପଟ୍ଟାମୁଣ୍ଡାଇ ୮/୧୦ -ରାଜ୍ୟ ସରକାର ଓଡିଶାର ସମସ୍ତ କଲେଜରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଘୋଷଣା କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତିା ମାତ୍ର ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜରେ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯାଇଛି । ଯାହାକୁନେଇ ଡିଗ୍ରୀ କଲେଜ ଛାତ୍ରୀମାନେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଦାବୀ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading