
ଭୁବନେଶ୍ୱର ୨୫/୫- ଚଳିତ ବର୍ଷ ଇଦ.ଉଲ.ଜୁହା ଛୁଟି ଆସନ୍ତା ୨୭ତାରିଖ ରେ ନୁହେଁ, ୨୮ତାରିଖ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ,୨୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ। ପୂର୍ବରୁ ସରକାରୀ ଛୁଟି ଲିଷ୍ଟ୍ରେ ୨୭ ତାରିଖରେ ଇଦ ଉଲ ଜୁହା ଉପଲକ୍ଷେ ସରକାରୀ ଛୁଟି ରହିଥିଲା।
