କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ

blank
କେନ୍ଦ୍ରାପଡ଼ା,୬ା୩:ପିଏମଶ୍ରୀ କେନ୍ଦ୍ରାପଡ଼ା ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲାଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ-୨୦୨୬କୁ ଜିଲ୍ଲାପାଳ ରଘୁରାମ ଆର. ଆୟର ଶୁଭ ଉଦଘାଟନ କରିଛନ୍ତି। ଜିଲ୍ଲାଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଯୋଗ ଦେଇଥିଲା ବେଳେ ମୁଖ୍ୟବକ୍ତା ଭାବେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ପଞ୍ଚସଖାସେତୁ ଭୁବନେଶ୍ୱରର ଅଶୋକ କୁମାର ସିଂହ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ, ସ୍ୱାଗତିକା ସ୍ୱାଇଁ ଓ ଶୁଭସ୍ମିତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବାରିକ ଜିଲ୍ଲାରେ ପ୍ରଥମ ଥର ଭାବେ ଆୟୋଜିତ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୨୨ଟି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଅନୁମୋଦିତ ହୋଇଥିବା ୧୧ଟି ପିଏମଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତ ଜିଲ୍ଲାସ୍ତରୀୟ ଉତ୍ସବରେ ଭାଗ ନେଇଛନ୍ତି ବୋଲି ସେ ନିଜର ଅଭିଭାଷଣରେ କହିଥିଲେ। ଆକାଂକ୍ଷୀ ଛାତ୍ର ପରିଷଦ-ଟ୍ୟାଲେଣ୍ଟ ଗ୍ୟାଲେରୀର ସାହିତ୍ୟ ସୃଜନୀ, କୌଶଳୀ, କ୍ରୀଡାଙ୍ଗନ ଓ ଜିଜ୍ଞାସା ବିଭାଗରେ ଛାତ୍ରଛାତ୍ରୀମାନେ ନିଜନିଜ ଷ୍ଟଲମାନଙ୍କର ସୃଜନଶିଳତା,ଦକ୍ଷତା ବିକାଶ, ଖେଳମାଧ୍ୟମରେ ମାନବିକ ମୂଲ୍ୟବୋଧର ବିକାଶ, ବୈଜ୍ଞାନିକ ଚିନ୍ତାଧାରା, ଗବେଷଣଣାତ୍ମକ ମନୋବୃତ୍ତି, ବିକଶିତ ଓଡିଶା-୨୦୩୬ର ପରିକଳ୍ପନା, ଆଦର୍ଶ ଗ୍ରାମ, ସୌରଶକ୍ତିର ଉପଯୋଗ ଆଦି ବିଷୟ ଉପରେ ପ୍ରକଳ୍ପଗୁଡିକୁ ପ୍ରଦର୍ଶନ କରି ଅତିଥିମାନଙ୍କ ମନ ମୋହିଥିଲେ। ଦୋକାନ ଯାତ୍ରା ମାଧ୍ୟମରେ ପିଲାମାନେ ଅର୍ଥନୈତିକ ସ୍ୱାବଲମ୍ବୀ ହେବାର କୌଶଳ ପ୍ରଦର୍ଶନ କରି ସମାଜକୁ ବାର୍ତ୍ତା ରଖିଥିଲେ ଯେ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କଲେ ବିକଶିତ ରାଜ୍ୟ ଗଠନ କରାଯାଇପାରିବ। ଏତଦ୍‌ବ୍ୟତୀତ ସମସ୍ତ ୨୨ ଗୋଟି ପିଏମଶ୍ରୀ ବିଦ୍ୟାଳୟ ପକ୍ଷରୁ ମଡେଲ ପାର୍ଲିଆମେଣ୍ଟ ପ୍ରଦର୍ଶନ କରାଯାଇଥିଲା। ପ୍ରକଳ୍ପଗୁଡିକରୁ ଶ୍ରେଷ୍ଠ ବିବେଚିତ ସ୍କୁଲମାନେ ରାଜ୍ୟସ୍ତରୀୟ ପିଏମଶ୍ରୀ ସମ୍ମିଳନୀରେ ଭାଗ ନେଇପାରିବେ। ଛାତ୍ରଛାତ୍ରୀମାନେ ନିଜନିଜର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ସହ ପ୍ରଦାନ କରାଯାଉଥିବା ଗୁଣାତ୍ମକ ଶିକ୍ଷାକୁ ଆଧାର କରି ନିଜ ବିଦ୍ୟାଳୟର ସୁନାମ ରଖିବାକୁ ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଉକ୍ତ ଉତ୍ସବରେ ବିଭିନ୍ନ ବ୍ଲକର ମଣ୍ଡଳ ଶିକ୍ଷାଧିକାରୀ, ପିଏମଶ୍ରୀ ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ। ଆସନ୍ତା କାଲି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।

Next Post

ପ୍ରସିଦ୍ଧ ଭରତପୁର ମକ୍କଦ୍ଦମ ଦୋଳମେଲଣ ଉଦଯାପିତ

Sat Mar 7 , 2026
କେନ୍ଦ୍ରାପଡ଼ା,୭ା୩ : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ ମକ୍କଦ୍ଦମ ଦୋଳମେଲଣ ମହାସମାରୋହରେ ଉଦଯାପିିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଦମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଦୋଳ ମେଲଣରେ ୧୮ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading