
ପଟ୍ଟାମୁଣ୍ଡାଇ ୧୬/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ସ୍ଥାନରେ ଦୋଳ ମେଳଣ ପାଳନ ହୋଇଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ଶ୍ରୀରାମ ମନ୍ଦିର ଠାରେ ମେଳଣର ଆୟୋଜନ କରାଯାଇଥିଲା। ଏହି ମେଳଣକୁ ପ୍ରାୟ ୧୪ଟି ଦୋଳ ବିମାନ ବିଭିନ୍ନ ଗ୍ରାମରୁ ଆସି ରାମମନ୍ଦିର ପାଢରେ ଏକତ୍ରିତ ହୋଇଥିଲେ। ମେଳଣ ପରେ ସମସ୍ତ ବିମାନରେ ଥିବା ରାଧାକୃଷ୍ଣଙ୍କୁ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା। ମେଳଣ ନିକଟରେ ସାରାଦିନ ଭଜନ କୀର୍ତନ କରାଯାଇଥିଲା। ସନ୍ଧ୍ୟା ପୂର୍ବରୁ ସବୁ ଠାକୁର ପଂକ୍ତି ଭୋଗ ଖାଇ ନିଜ ଗ୍ରାମକୁ ବାହୁତି ଥିଲେ। ମେଳଣ ଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା।
ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ବିଭିନ୍ନ ଗ୍ରାମର ଦୋଳ ବିମାନଗୁଡିକ ରଙ୍ଗ ବେରଙ୍ଗର ଫୁଲ ଓ ଆଲୋକମାଳାରେ ସଜ୍ଜିତ ହୋଇ ବାଜା ବାଣ ଆଦି ରୋଷଣୀ ଶୋଭାଯାତ୍ରାରେ ମେଳଣ ସ୍ଥାନକୁ ଆସିଥିଲେ। ବଣିକ ସଂଘ ପକ୍ଷରୁ ଠାକୁରଙ୍କ ବିମାନ ଗୁଡିକୁ ସ୍ୱାଗତ କରାଯିବା ସହିତ ବନ୍ଦାପନା କରି ଆସନ ଦିଆଯାଇଥିଲା। ଏହି ବିମାନ ଗୁଡିକ ମଧ୍ୟରେ ମାଟିଆର ମଦନମୋହନଜୀଉ, ପୋଖରିଆପଡା ହରପାର୍ବତୀ, ମଠସାହିର ଶ୍ରୀ ନୃସିଂହନାଥଜୀଉ, ଖଡିଅଂଟା ଶ୍ରୀଗୋପାଳଜିଉ, ଅଠରବାଟିଆ ଶ୍ରୀଗୋପିନାଥଜୀଉ, ବଂଧପଡାର ଶ୍ରୀରାଧାକାନ୍ତଜୀଉ, ନୂଆଗାଁ କନକଦୁର୍ଗା, ବେଲତଳ ଗ୍ରାମର କୁଞ୍ଜବିହାରୀ , ରାଧାରମଣ, ଶ୍ରୀ ଗୋପୀନାଥ ଜୀଉ, ଶ୍ରୀ ଅନନ୍ତଶୟନ ଓ ରାଧାକୃଷ୍ଣ ଜୀଉ, ଦକ୍ଷିଣଦିଆ ଗ୍ରାମର ବାଲଗୋପାଳ, ଭୋଳିବାବା, ପତିତପାବନ ଜୀଉ, କୈଳାସି ଗ୍ରାମର ଲକ୍ଷ୍ମୀ ବରାହଙ୍କ ସମେତ ବହୁ ଗ୍ରାମର ଦୋଳ ବିମାନ ବାଜା, ବାଣ ରୋଶଣିରେ ଠାକୁର ଏଠାରେ ଏକତ୍ରିତ ହୋଇ ଭାଇଚାରା ଅନୁସାରେ ପୁଣି ଫେରିଥିଲେ । ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ପର୍ଶୁରାମ ଷଣ୍ଢ, ପ୍ରଫୁଲ୍ଲ ଲେଙ୍କା, ମୋହନ ଦାଶ, ଅଚ୍ୟୁତି ଜେନା, କୀରଣ ଭୁୁୟାଁ ସମେତ ସଦସ୍ୟ ମାନେ ଶ୍ରୀଜୀୟୁ ମାନଙ୍କର ପୂଜାର୍ଚ୍ଚନା କରିଥିଲେ । ଅନୁଷ୍ଠିତ ରାହାସରେ ସଂଙ୍କୀର୍ତନ ମଣ୍ଡଳୀ ଯୋଗ ଦେଇ ଠାକୁର ବିମାନ ଗୁଡିକର ପୂଜାର୍ଚ୍ଚନା କରି ରାହସ କରିଥିଲେ । ଏହି ଅବସରରେ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ଗ୍ରାମରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଚାଲିଛି । ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରୟ ୧୦ ଦିନ ଧରି ହୋଲି ପର୍ବ ପାଳନ କରାଯାଏ । ରବିବାର ପଟ୍ଟାମୁଣ୍ଡାଇ ବଜାର ହୋଲି ପାଳନ କରା୍ଯାଇଛି ।
