ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା , ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତି

blank
ପଟ୍ଟାମୁଣ୍ଡାଇ ୫ା୭ – ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଶନିବାର ସମ୍ପନ୍ନ ହୋଇଛି । ମାଉସୀ ମା’ ମନ୍ଦିରରେ ୯ଦିନ ରହଣିପରେ ପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦଶନଙ୍କୁ ସାଙ୍ଗରେ ଧରି ମନ୍ଦିର ପରିସରକୁ ଫେରିଛନ୍ତି । ମନ୍ଦିରର ସେବାୟତମାନେ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରି ପାଛୋଟି ଆଣିଛନ୍ତି । ପଟ୍ଟାମୁଣ୍ଡାଇ ବକ୍ତାରପୁର ମାଉସୀମା ମନ୍ଦିରରୁ ଶନିବାର ମଧ୍ୟହ୍ନରେ ପ୍ରଭୁ ସୁଦର୍ଶନ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ପାରମ୍ପାରିକ ରୀତିରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ ରଥାଋୁଢ କରାଯାଇଥିଲା । ହରପାର୍ବତୀ ମନ୍ଦିରରୁ ଆଜ୍ଞାମାଳ ପହଁଚିବା ପରେ ବିଧିବଦ୍ଧ ଭାବେ ସାଢେ ୪ ଟାରେ ରଥଟଣା ଆରମ୍ଭ ହୋଇଥିଲା । ବକ୍ତାରପୁର ମାଉସୀମା ମନ୍ଦିରରୁ ରଥାଋୁଢ ହୋଇଥିବା ପ୍ରଭୁ ଚତୃର୍ଦ୍ଧାମୂର୍ତିଙ୍କୁ ହାଜାରହାଜାର ଶ୍ରଦ୍ଧାଳୁ ଘଂଟ, ହରିବୋଲ, ହୁଳହୁଳି ମଧ୍ୟରେ ରଥ ଟଣା ଆରମ୍ଭ କରିଥିଲା। ଏହାରି ମଧ୍ୟରେ ପଟ୍ଟାମୁଣ୍ଡାଇରେ ମେଘୁଆ ପାଗ ସାଙ୍ଗକୁ ଲାଗି ରହିଛି ଝିପିଝିପି ବର୍ଷା । ପ୍ରଭୁ ପତିତପାବନଙ୍କ ପବିତ୍ର ବହୁଡିବା ଦିନରେ ଆକାଶରୁ ସତେ ଯେପରି ଇନ୍ଦ୍ରଦେବ ପୁଷ୍ପବୃଷ୍ଟି କରୁଛନ୍ତି । ଝିପି ଝିପି ବର୍ଷା ସାଙ୍ଗକୁ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ଏହି ମନୋହର ଦୃଶ୍ୟ ଆହୁରି ଆକର୍ଷଣ କରିଥିଲା । ହଜାରହଜାର ଶ୍ରଦ୍ଧାଳୁ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଧ୍ୱନିରେ ରଥ ଟାଣିଥିଲେ । ଭକ୍ତମାନେ ବର୍ଷାରେ ଭିଜି ମହାପ୍ରଭୁଙ୍କୁ ସାଢେ ୬ ଟାରେ ପତିତପାବନ ମନ୍ଦିର ପ୍ରଙ୍ଗଣରେ ପହଁଚାଂଇଥିଲେ । ଟିପିଟିପି ବର୍ଷାରେ ପ୍ରଭୁଙ୍କ ରଥଯାତ୍ରା ଚାଲିଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ଋୁଣ୍ଡ ହୋଇଥିବା ଭକ୍ତ ଦିଅଁ ଦର୍ଶନ କରିବା ସହିତ ଆଶିର୍ବାଦ ଭିକ୍ଷା କରିଥିଲେ । ପୋଖରୀଆପଡା ପତିତପାବନଜୀଉଙ୍କ ବାହୁଡାଯାତ୍ରା ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା । ମାଉସୀ ମା ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ , ସଂପାଦକ ନରହରି ଲେଙ୍କା ସମେତ ସମସ୍ତ ସଦସ୍ୟ ବାହୁଡାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ସମେତ ସ୍ଥାନୀୟ ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ । ବହୁ ଦୁର ଦୁରାନ୍ତରୁ ରଥ ଟାଣିବା ପାଇଁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । ସେହିପରି ବାଲିପାଟଣା, ବେଲତଳ, ତନୁପୁର, ଅମୃତମଣୋହୀ, ବିଲିକଣା, ଜଗନ୍ନାଥପୁର ଓ କଖାରୁଣୀ ପ୍ରଭୁତି ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ମହାପ୍ରଭୁଙ୍କ ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ସମସ୍ତ ସ୍ଥାନରେ ସ୍ଥାନୀୟ ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିବା ବେଳେ ସ୍ୱାସ୍ଥ୍ୟସେବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ବିଦ୍ୟୁତ କର୍ମଚାରିମାନେ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ସ୍ୱଛାସେବୀ ସଙ୍ଗଠନ ପକ୍ଷରୁ ଜଳଛତ୍ର ଓ ଭୋଗ ବଂଟନ ଷ୍ଟଲ ଖୋଲାଯାଇଥିଲା ।

Next Post

ପତିତପାବନଜୀଉଙ୍କ ସୁନାବଶେ ଦେଖିବାକୁ ଭକ୍ତଙ୍କ ସମାବେଶ

Sun Jul 6 , 2025
ପଟ୍ଟାମୁଣ୍ଡାଇ ୬/୭ -ପଟ୍ଟାମୁଣ୍ଡାଇ ପୋଖରୀଆପଡା ସ୍ଥିତ ପତିତପାବନଜୀଉଙ୍କ ରଥଯାତ୍ରାର ବାହୁଡ଼ା ପର୍ବ ଶନିବାର ଶେଷ ହୋଇଥିବା ବେଳେ ବଡ଼ ଏକାଦଶୀ ତିଥି ରବିବାରରେ ଚତୁର୍ଦ୍ଧାମୂର୍ତି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ନୀତି ନିର୍ଘଂଟରେ ବଡ଼ଠାକୁର ବଳଭଦ୍ର, ଜଗତରନ୍ନାଥ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସୁନାବେଶରେ ସଜାଯାଇଛି। ଖରିଆପଡା ପତିତପାବନ ମନ୍ଦିର ସମ୍ମୁଖରେ ଚତୁର୍ଦ୍ଧାମୂର୍ତିଙ୍କ ସୁନାବେଶ ଦେଖିବା ପାଇଁ ଶହଶହ ଭକ୍ତଙ୍କ ସମାବେଶ ଲାଗିରହିଛି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading