କରଞ୍ଜ-ଦହିମାଛ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ଦୂର୍ନୀତି ଘଟଣା , ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ପରେ କ୍ୱାଲିଟି କଂଟ୍ରୋଲ ଡିଭିଜନ ପକ୍ଷରୁ ନମୁନା ସଂଗ୍ରହ

blank
କେନ୍ଦ୍ରାପଡ଼ା,୨୦ା୩:କେନ୍ଦ୍ରାପଡା ୨ନମ୍ବର ପୂର୍ତ୍ତ ଡିଭିଜନ ଅଧିନ ଜିଲ୍ଳାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କରଞ୍ଜ ଠାରୁ ଦହିମାଛ ରାସ୍ତା ଛଅ କୋଟି ୬୭ ଲକ୍ଷ ୭୭ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ମାତ୍ର ଦୁଇ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅଧିନ ମହୁ ଗ୍ରାମର ସ୍ୱର୍ଗତ ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ବାରମ୍ବାର ଅଭିଯୋଗ କରିଆସୁଥିଲେ। ତେଣୁ ପୂର୍ତ୍ତ ବିଭାଗର କ୍ୱାଲିଟି କଂଟ୍ରୋଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ଏକ ବୈଷୟିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସେହି ରାସ୍ତାର ବିଭିନ୍ନ ସ୍ଥାନରୁ ନମୂନା ସଂଗ୍ରହ କରି ଫେରିଯାଇଛନ୍ତି। ସେହି ନମୂନା ଲାବରୋଟୋରୀରେ ପରୀକ୍ଷା କରାଯିବା ପରେ ତାର ରିପୋର୍ଟ ପୂର୍ତ୍ତ ବିଭାଗକୁ ପ୍ରଦାନ କରାଯିବ। ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମହାକାଳପଡା ପୂର୍ତ୍ତ ସବଡିଭିଜନର ସହକାରୀ ଯନ୍ତ୍ରୀ ଦୈତାରୀ ଟୁଡୁ କହିଛନ୍ତି। ଅଭିଯୋଗ ଅନୁଯାୟୀ ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କରଞ୍ଜ ଠାରୁ ଦହିମାଛ ମାତ୍ର ଦୁଇ କିଲୋମିଟର ରାସ୍ତା ଛଅ କୋଟି ୬୭ ଲକ୍ଷ ୭୭ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ କରାଯାଇଥିଲା। ଠିକାଦାର ସେହି ରାସ୍ତାରେ ନିମ୍ନମାନର କାର୍ଯ୍ୟ କରିଥିବାରୁ କାମ ଶେଷ ହେଉ ହେଉ ଗୋଡ଼ି ଉଠି ଯାଇ ରାସ୍ତାରେ ଖାଲଖମା ହୋଇଗଲା। ଏ ସମ୍ପର୍କରେ ସୂଚନା ଅଧିକାରକର୍ମୀ ଶ୍ରୀ ଆଚାର୍ଯ୍ୟ ସୂଚନା ଅଧିକାର ଆଇନରେ ତଥ୍ୟ ପାଇଁ ଆବେଦନ କରିବା ପରେ ରାସ୍ତା କାମରେ ହୋଇଥିବା ଦୁର୍ନୀତିକୁ ଚପାଇବାକୁ ଯାଇ ବିଭାଗ ପକ୍ଷରୁ ଅଧାପନ୍ତରିଆ ସୂଚନା ସହିତ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇଥିଲା। ଫଳରେ ଶ୍ରୀ ଆଚାର୍ଯ୍ୟ କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ-୨ର ଅଧୀକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଯିବାରୁ ସେହି ଦୂର୍ନୀତି ପ୍ରତିବାଦରେ ଶ୍ରୀ ଆଚାର୍ଯ୍ୟ ଭୁବନେଶ୍ୱରସ୍ଥିତ ଲୋୟର ପି.ଏମ.ଜି.ରେ କରଞ୍ଜ ଠାରୁ ଦହିମାଛ ଭାୟା ଗୋଖାପଡ଼ା ପୂର୍ତ୍ତ ବିଭାଗ ରାସ୍ତା ଅତି ନିମ୍ନମାନର କାର୍ଯ୍ୟ ଉପରେ ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ ଦାବି ସହ ନିମ୍ନମାନର କାର୍ଯ୍ୟରେ ସଂପୃକ୍ତ ସମସ୍ତ ଦୋଷୀ( ସରକାରୀ ଅଧିକାରୀ ଓ ଠିକାଦାର)ଙ୍କ ଉପରେ ଆଇନଗତ ଆଇଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଥିଲେ। ତେଣୁ ପୂର୍ତ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପୂର୍ବକ ପ୍ରଥମେ ରାସ୍ତାର ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ନମୁନା ସଂଗ୍ରହ ସମୟରେ ଶ୍ରୀ ଆଚାର୍ଯ୍ୟଙ୍କ ସହ ମାନସରଞ୍ଜନ ଆଚାର୍ଯ୍ୟ, ସୁମନ୍ତ ସେଠୀ, ଜନକର ଜେନା, ସୁମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମକ୍ଷା କଲେ କମିଶନର : ପର୍ଯ୍ୟଟନ, କ୍ରୀଡା, ସ୍ୱାସ୍ଥ୍ୟ, ଜୀବିକା, କୈାଶଳ ବିକାଶ କ୍ଷେତ୍ର ପରିଦର୍ଶନ

Fri Mar 20 , 2026
କେନ୍ଦ୍ରାପଡ଼ା,୨୦ା୩:ଓଡିଶା ସରକାରଙ୍କ ଏମଏସଏମଇ ବିଭାଗର କମିଶନର-ତଥା-ସଚିବ ରଶ୍ମିତା ପଣ୍ଡା କେନ୍ଦ୍ରାପଡା ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ କାର୍ଯ୍ୟନ୍ୱୟନର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସେ ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ଅବସ୍ଥାପନା, ଗ୍ରାମୀଣ ଉନ୍ନୟନ, ପାନୀୟ ଜଳ, ଜୀବିକା ସୃଷ୍ଟି ଓ କୌଶଳ ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପର ପ୍ରଗତିକୁ ଅନୁଧ୍ୟାନ କରିଥିଲେ। ଏହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading