ତୀର୍ଥଯାତ୍ରାରୁ ଫେରିଲେ ବରିଷ୍ଠ ନାଗରିକ , ସ୍ୱାଗତ କରିବା ସହ ସ୍ୱାସ୍ଥ୍ୟ ଏବଂ ପରିଭ୍ରମଣ ଅନୁଭୂତି ପଚାରିଲେ ଜିଲ୍ଲାପାଳ

blank
କେନ୍ଦ୍ରାପଡ଼ା,୧୫ା୯: ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାଇଥିବା କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ ସୋମବାର ସନ୍ଧ୍ୟା ୮ ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ଫେରିଲା ପରେ ଜିଲ୍ଲାପାଳ ରଘୁରାମ ଆର. ଆୟର ନିଜେ ଉପସ୍ଥିତ ରହି କଚେରୀ ନିକଟସ୍ଥ ଭାସ୍କର ଟକିଜ ଛକରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ବସ ଯୋଗେ ଫେରିଥିବା ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତୀର୍ଥ ପରିଭ୍ରମଣର ଅନୁଭୂତି ପଚାରିଥିଲେ। ତୀର୍ଥଯାତ୍ରୀଙ୍କ ମୁହଁରେ ହସ ଫୁଟିବା ସହିତ ଅତ୍ୟନ୍ତ ଆନନ୍ଦିତ ଥିବା ଜଣା ପଡୁଥିଲେ। ପରିଭ୍ରମଣ କରି ଅତ୍ୟନ୍ତ ଖୁସି ଥିବା ବରିଷ୍ଠ ନାଗରିକ ମାନେ ବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି। ଫେରିଥିବା ସମସ୍ତ ଯାତ୍ରୀ କିଭଳି ନିଜ ନିଜ ଘରକୁ ସୁରକ୍ଷିତ ଭାବେ ପହଞ୍ଚିବେ ସେଥିପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତ୍ରିଭୁବନ ଜୟସିଂଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ ତୀର୍ଥ ଯାତ୍ରାରେ ଆଳି ବ୍ଲକରୁ ଜଣେ, ଗରଦପୁର ଏବଂ ପଟ୍ଟାମୁଣ୍ଡାଇ ବ୍ଲକରୁ ୩ ଜଣ ଲେଖାଏଁ, ରାଜନଗରରୁ ୪ ଜଣ, ରାଜକନିକାରୁ ୫ ଜଣ, ଡେରାବିଶରୁ ୧୭ ଜଣ, ମାର୍ଶାଘାଇରୁ ୧୮ ଜଣ, ମହାକାଳପଡ଼ାରୁ ୨୦ ଜଣ ଏବଂ କେନ୍ଦ୍ରାପଡ଼ାରୁ ୩୭ ଜଣ ଯାତ୍ରା ଆରମ୍ଭ କରିଥିଲେ। ସେଥିମଧ୍ୟରୁ ୬୬ ଜଣ ପୁରୁଷ ଏବଂ ୪୨ ଜଣ ମହିଳା ଥିଲେ। କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ଢେଙ୍କାନାଳ ଜିଲ୍ଲାର ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ୨୫ ଜଣ ଏସ୍କର୍ଟ ଅଫିସର ଯାତ୍ରା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ସେପ୍େଟମ୍ବରରେ ଭୁବନେଶ୍ୱର ରେଳ ଷ୍ଟେସନରୁ ତୀର୍ଥ ଯାତ୍ରା ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

Next Post

ଛୋଟୀ ଗ୍ରାମପଞ୍ଚାୟତରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ

Mon Sep 15 , 2025
କେନ୍ଦ୍ରାପଡ଼ା,୧୫ା୯:ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଡେରାବିଶ ତହସିଲ ଅଧିନ ଛୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ “ଆମ ଗାଁରେ ତହସିଲ କାର୍ଯ୍ୟାଳୟ’ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ତହସିଲଦାର ଭାସ୍କର ଚନ୍ଦ୍ର ବେହେରା ଉଦଘାଟନ କରି ଗ୍ରାମାଞ୍ଚଳ ଜନସାଧାରଣଙ୍କ ବହୁବିଧ ସମସ୍ୟା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମ ଦ୍ୱାରା ବିବିଧ ଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading