ମାଗୁରାଗଣ୍ଡପାଟଣା ମୁଣ୍ଡାବସ୍ତିରେ ନୂତନ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ

blank
କେନ୍ଦ୍ରାପଡ଼ା,୨୪ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ମାଗୁରାଗଣ୍ଡପାଟଣା ମୁଣ୍ଡାବସ୍ତିରେ ଏକ ନୂତନ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି। ବହୁ ବର୍ଷ ଧରି ସେଠାରେ ପାନୀୟ ଜଳର ଅଭାବ ଯୋଗୁଁ ମୁଣ୍ଡାବସ୍ତିର ଲୋକମାନେ ୨/୩ କିଲୋମିଟର ଦୂରକୁ ଯାଇ ପାନୀୟ ଜଳ ଆଣୁଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି ୬ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ନିର୍ମଳା ମହାନ୍ତିଙ୍କ ପ୍ରଚେଷ୍ଟାରେ ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଛି। ସୋମବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମହାନ୍ତି ମାଗୁରାଗଣ୍ଡପାଟଣା ମୁଣ୍ଡାବସ୍ତିରେ ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ଶିବ ପ୍ରସାଦ ବିଶ୍ୱାଳ, ଦୋଳଗୋବିନ୍ଦ ସାମଲ, ଦିଲ୍ଲିପ କୁମାର ମହାନ୍ତି, ଅନନ୍ତ ଚରଣ ଜେନା(ନାଣ୍ଡୁ), ସାଧୁ ଚରଣ ଦାସ, ମାଗୁଣି ଚରଣ ମଲ୍ଲ, ୱାର୍ଡସଭ୍ୟ କାହ୍ନୁ ଚରଣ ମହାରଣା, ପାନୀୟ ଜଳ ଯୋଗାଣ ଉପଖଣ୍ଡ ବିଭାଜନର ସହକାରୀ ଯନ୍ତ୍ରୀ ବିଭୁଦତ୍ତ ଦାସ, କର୍ମଚାରୀ ପ୍ରଶାନ୍ତ ବାରିକ, ସୁଶାନ୍ତ ବାରିକ, ଗଦାଧର ମଳିକ, ବାଇଧର ଦାସ,ରମେଶ ଚନ୍ଦ୍ର ସ୍ୱାଇଁ, ବିଜୟ ମହାନ୍ତି, ଦଶରଥ ମୁଣ୍ଡାଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ଦ୍ୱାରା ୧୩ନମ୍ବର ୱାର୍ଡ ଅଧିନ ଗୋବିନ୍ଦଜୀଉପାଟଣାର ଅଧିବାସୀମାନେ ଉପକୃତ ହୋଇପାରିବେ। ମୁଣ୍ଡାବସ୍ତିର ଦୀର୍ଘ ବର୍ଷର ଦାବି ପୁରଣ ହୋଇଥିବାରୁ ସେମାନେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

Next Post

ଟ୍ରଷ୍ଟ ପକ୍ଷରୁ ବାଜିରାଉତ ଛାତ୍ରାବାସକୁ ଆର୍ଥିକ ସହାୟତା

Mon Mar 24 , 2025
କେନ୍ଦ୍ରାପଡ଼ା,୨୪ା୩ : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଟ୍ରଷ୍ଟ ପକ୍ଷରୁ ଗରୀବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଅରୁଣ ପ୍ରତାପ ଦାସ, ଶାରଦାକାନ୍ତ ଦାସ ଓ ଭୁବନମୋହନ ଦାସ ପ୍ରମୁଖ ଅନୁଗୁଳର ହାକିମପଡାସ୍ଥିତ ବାଜିରାଉତ ଛାତ୍ରାବାସରେ ପହଞ୍ଚି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading