ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମକ୍ଷା କଲେ କମିଶନର : ପର୍ଯ୍ୟଟନ, କ୍ରୀଡା, ସ୍ୱାସ୍ଥ୍ୟ, ଜୀବିକା, କୈାଶଳ ବିକାଶ କ୍ଷେତ୍ର ପରିଦର୍ଶନ

blank

କେନ୍ଦ୍ରାପଡ଼ା,୨୦ା୩:ଓଡିଶା ସରକାରଙ୍କ ଏମଏସଏମଇ ବିଭାଗର କମିଶନର-ତଥା-ସଚିବ ରଶ୍ମିତା ପଣ୍ଡା କେନ୍ଦ୍ରାପଡା ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ କାର୍ଯ୍ୟନ୍ୱୟନର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସେ ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ଅବସ୍ଥାପନା, ଗ୍ରାମୀଣ ଉନ୍ନୟନ, ପାନୀୟ ଜଳ, ଜୀବିକା ସୃଷ୍ଟି ଓ କୌଶଳ ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପର ପ୍ରଗତିକୁ ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ଜିଲ୍ଲାସ୍ତରରେ ସମନ୍ୱିତ ଉନ୍ନୟନ କାର୍ଯ୍ୟକ୍ରମ ଉପରେ ସରକାରଙ୍କ ଗୁରୁତ୍ୱକୁ ପୁନର୍ବ୍ୟକ୍ତ କରିଛି। ପ୍ରଥମେ ବଳଦେବଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ ଯାହା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ପ୍ରୟାସ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସେଠାରେ ରୋଗୀସେବା, ପ୍ରାଥମିକ ସୁବିଧା ଓ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ତାପରେ କମିଶନର ୱାନ୍ ଷ୍ଟପ୍ ସେଣ୍ଟର ପରିଦର୍ଶନ କରି ସେଠାରେ ମହିଳା ସୁରକ୍ଷା ଓ ସହାୟତା ସମ୍ବନ୍ଧୀୟ କାର୍ଯ୍ୟର ଅବସ୍ଥା ଅନୁଧ୍ୟାନ କରିଥିଲେ। ପରେ ସେ ବହୁମୁଖୀ ଇନଡୋର ଷ୍ଟାଡିୟମ୍ ପରିଦର୍ଶନ କରି କ୍ରୀଡ଼ା ଅବସ୍ଥାପନାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ସେ କପାଳେଶ୍ୱର ଗ୍ରାମପଞ୍ଚାୟତର ଗୋଲ୍େଡନ୍ ଗ୍ରାସ୍ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହା ମିଶନ ଶକ୍ତି ଓ ରୁରାଲ୍ ଇଣ୍ଡଷ୍ଟ୍ରିଆଲ୍ କ୍ଲଷ୍ଟର୍ସ ଅଧୀନରେ ଚାଲୁଥିବା ଏକ ଉଲ୍ଲେଖନୀୟ ଜୀବିକାମୂଳକ ପ୍ରୟାସ। ସେଠାରେ ଯୋଜନାର କାର୍ଯ୍ୟନ୍ୱୟନ, ଲାଭାର୍ଥୀଙ୍କ ସମ୍ପୃକ୍ତି ଓ ଜୀବିକା ସୃଷ୍ଟିର ଅଗ୍ରଗତି ସମ୍ବନ୍ଧରେ ସେ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ସେ କୌଶଳ ବିକାଶ ଓ ନିଯୁକ୍ତି କେନ୍ଦ୍ରରେ ପ୍ରଶିକ୍ଷକ ମାନଙ୍କ ସହ ଆଲୋଚନା କରି ସ୍ୱତନ୍ତ୍ର ଯୁବ ଉଦ୍ୟମୀ (ସ୍ୱୟମ-ୟୁ) କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା କରିଥିଲେ। ଏହି ଯୋଜନା ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ଉଦ୍ୟମିତା ଓ ସ୍ୱୟଂରୋଜଗାରକୁ ପ୍ରୋତ୍ସାହନ ଦିଆଯାଉଛି। ଶେଷରେ ସର୍କିଟ୍ ହାଉସ୍‌ରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସମସ୍ତ ପ୍ରମୁଖ ଯୋଜନାର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Next Post

ଉପକାରାଗାରରେ ସୁଦର୍ଶନ କ୍ରିୟା ଶିବିର ଅନ୍ତେବାସୀଙ୍କ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶ ପାଇଁ ପ୍ରଶାସନର ପ୍ରୟାସ

Fri Mar 20 , 2026
କେନ୍ଦ୍ରାପଡ଼ା,୨୦ା୩:କେନ୍ଦ୍ରାପଡା ଉପକାରାଗାର ପରିସରରେ ଅନ୍ତେବାସୀମାନଙ୍କ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଏକ ସୁଦର୍ଶନ କ୍ରିୟା ଓ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତେବାସୀମାନଙ୍କ ଜୀବନରେ ସକାରାତ୍ମକ ମନୋଭାବ, ଆତ୍ମନିୟନ୍ତ୍ରଣ ଓ ମନରେଶାନ୍ତି ଆଣିବା ଦିଗରେ ଏକ ସଫଳ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ଯୋଗଗୁରୁ ଦୀପକ ମୁନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଯୋଗ, ପ୍ରାଣାୟାମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading