ହରିହରା ନନ୍ଦ ଧ୍ୟାନମନ୍ଦିରରେ ଗୀତାଜ୍ଞାନ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

blank
ପଟ୍ଟାମୁଣ୍ଡାଇ ୧୬/୧୦ -ପଟ୍ଟାମୁଣ୍ଡାଇ ବେଲତଳ ହରିହରା ନନ୍ଦ ଧ୍ୟାନମନ୍ଦିର ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଗୀତାଜ୍ଞାନ ଯଜ୍ଞ ଅନୁଷ୍ଠିତ ହେବ । ଏଥିନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ପ୍ରଜ୍ଞାନ ମିଶନର ବରିଷ୍ଠ ସନ୍ଥ ସ୍ୱାମୀ ସୁଗିଦାନନ୍ଦ ଗିରି ସଭାପତିତ୍ୱ କରି ମାନବ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରଜ୍ଞାନ ମିଶନ ସାରା ପୃଥିବୀରେ କାର୍ଯ୍ୟରତ ଏବଂ ଏହା ୧୯୯୯ ମସିହାରୁ ପଞ୍ଜିକୃତ। ଗୀତାଜ୍ଞାନ ଯଜ୍ଞ ପ୍ରଜ୍ଞାନ ମିଶନର ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଏକ ଅଂଶବିଶେଷ। ଏହି ସଙ୍ଗରେ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ଶ୍ରୀମଦ୍ ଭଗବତ ଗୀତାର ଜ୍ଞାନ, କର୍ମ ଓ ସନ୍ୟାସ ଯୋଗ ଉପରେ ଆଶୀର୍ବଚନ ପ୍ରଦାନ କରିବେ। ସନ୍ଧ୍ୟା ୫ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ଓ ୬ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସନ୍ଥ ସ୍ୱାମୀ ସୁଗିଦାନନ୍ଦ ଗିରି ସୂଚନା ଦେଇଛନ୍ତି। ଏହି ପ୍ରସ୍ତୁତି ବୈଠକ ରେ ବ୍ରଜେଶା ନନ୍ଦ ବାବା, ଗୋପିନାଥ ବାବା, ଦୁଷ୍ମନ୍ତ ବାବା, ଅଭିମନ୍ୟୁ ବାବା, ପବନୀ ବାବା ସମେତ ଅନ୍ୟଭକ୍ତ ମାନେ ଯୋଗ ଦେଇଥିଲେ ।

Next Post

ପୌରପାଳିକା ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ

Sat Oct 18 , 2025
କେନ୍ଦ୍ରାପଡ଼ା,୧୮ା୧୦: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଶନିବାର କେନ୍ଦ୍ରାପଡ଼ା ପୌରପାଳିକା ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୈାରାଧ୍ୟକ୍ଷା ସରିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମନ୍ତ୍ରୀ ଡା. ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେନ୍ଦ୍ରାପଡ଼ା ହେଉଛି ୧୫୬ ବର୍ଷର ପୁରୁଣା ପୌରପାଳିକା। ଏହି ସହରକୁ ସ୍ୱଚ୍ଛ ସହର ଭାବେ ଆମକୁ ମିଳିମିଶି ଗଢି ତୋଳିବାକୁ ହେବ। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading