ଜଳସେଚନ ବିଭାଗର ରାସ୍ତା କାର୍ଯ୍ୟରେ ଅନିୟମିତତା ଦ୍ୱିତୀୟ ଦିନରେ ଆମରଣ ଅନଶନ

blank

ପଟ୍ଟାମୁଣ୍ଡାଇ ୨୩/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗ ପକ୍ଷରୁ ଚାଲିଥିବା ୧୬ନଂ କେନାଲ ବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ବିଲ ପ୍ରଦାନରେ ଦୁର୍ନୀତି ଅଭିଯୋଗ କରି ଶାସନ ପଂଚାୟତର କେତେଜଣ ଅଧିବାସୀ ସୋମବାରରୁ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ଅନଶନ ଦ୍ୱିତୀୟ ଦିନରେ ପହଁଚିଥିବା ବେଳେ ଆନ୍ଦୋଳନକାରୀମାନେ ନିଜ ଦାବିରେ ଅଟଳ ରହିଛନ୍ତିା ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନଶନ ପ୍ରତ୍ୟାହାର କରିବା ପାଇଁ ଏକାଧିକ ଥର ଅନୁରୋଧ କରାଯାଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ତାହାକୁ ଅଗ୍ରାହ୍ୟ କରିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।ଅନଶନକାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ ଘଟଣାସ୍ଥଳରେ ପହଚି ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ମାତ୍ର ଖବର ଲେଖା ପର୍ଯ୍ୟନ୍ତ ଅନଶନ ଜାରିରହିଛି ।
ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧିନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନହୋଇ ମିଥ୍ୟା ବିଲ କରି ଅର୍ଥ ହଡପ କରାଯାଇଥିବା ଅଭିଯୋଗ କରି ଶାଶନ ପଂଚାୟତର ପ୍ରଶାନ୍ତ ମହାନ୍ତି, ଧ୍ରୁବ ପାଣ୍ଡବ, ରମାକାନ୍ତ ଦାଶ ଓ ଅର୍ଜୁନ ସାହୁ ସମେତ କେତେଜଣ ଅଧିବାସୀ ସୋମବାର ପୂର୍ବାହ୍ନରୁ ଜଳସଂପଦବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ବିଭାଗୀୟ ଅଧିକକାରୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନଶନ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟର ତଦନ୍ତ, ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଗିରଫ ଏବଂ କାମର ଗୁଣବତା ଯାଂଚ ଦାବି କରି ଅନଶନ ଜାରି ରଖିଛନ୍ତି । ମାତ୍ର ଆମରଣ ଅନଶନକୁ ଦୁଇଦିନ ମଙ୍ଗଳବାରରେ ଘଟଣା ସ୍ଥଳରେ କେନ୍ଦ୍ରାପଡା ଅତିରିକ୍ର ଜିଲାପାଳ ରବିନ୍ଦ୍ର ମଲିକ, ଜଳସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରାକେଶ ମଲିକ, ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ ପାତ୍ର ଆଇଆଇସି ବନ୍ଦନା ପାତ୍ର, ସହନିର୍ବାହୀ ଯନ୍ତ୍ରୀ ରାମନାଥ ସେଠୀ ଓ ବିଭାଗୀୟ ଅଧିକାରୀ ମାନେ ଅନଶନ ସ୍ଥଳରେ ଆଲୋଚନା କରିଥିଲେ। ଅଭିଯୋଗ ସ୍ଥଳର ଯାଂଚ କରାଯାଇ ଥିବା ବେଳେ ତଦନ୍ତ କମିଟି ଗଢା ଯାଇ ଯଥାଯଥ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। । ତଦନ୍ତ କମିଟିରେ ଅନଶନକାରୀଙ୍କ ମଧ୍ୟରୁ ମେମ୍ବର କରାଯିବାକୁ ମଧ୍ୟ କହିଥିଲେ । କିନ୍ତୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ନହେବା ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଅନଶନ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଅନଶନକାରୀମାନେ ସ୍ପଷ୍ଟ କରିଛନ୍ତି। ତେବେ ଅନଶନକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକମାନେ ମଧ୍ୟ ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଅନ୍ୟପଟେ ପରିସ୍ଥିତି ଉପରେ ପ୍ରଶାସନ କଡ଼ା ନଜର ରଖିଥିବା ବେଳେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ ଜାରି ରହିଛି। ତେବେ ଅନଶନର ଦ୍ୱିତୀୟ ଦିନରେ ସ୍ଥାନୀୟ ଭାଜପା କର୍ମକର୍ତାମାନେ ଆସି ସମର୍ଥନ ଜଣାଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଅନଶନକାରୀ ଘୋଷଣା କରିଛନ୍ତି। ତେବେ ଭାଜପା ସରକାର ସମୟରେ ଭାଜପା କର୍ମକର୍ତାଙ୍କ ଆମରଣ ଅନଶନ ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶାସନର ପରବର୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

Next Post

ଅଣଓଡ଼ିଆ ଛାପିଛନ୍ତି ସ୍କୁଲ ବହି : ୨୧୨୫ ଭୁଲ୍ , ବିବାଦରେ ଆଉଟସୋସ

Tue Jun 23 , 2026
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡିଆ ମାଧ୍ୟମ ପାଠ୍ୟପୁସ୍ତକରେ ଏପର୍ଯ୍ୟନ୍ତ ୨୧୨୫ଟି ତ୍ରୁଟି ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ଶିକ୍ଷା ମହଲରେ ଅସନ୍ତୋଷ ତୀବ୍ର ହୋଇଛି। କେବଳ ଅଷ୍ଟମ ଶ୍ରେଣୀ ପୁସ୍ତକରେ ୮୩୯ଟି ଓ ସପ୍ତମ ଶ୍ରେଣୀରେ ୫୭୪ଟି ତ୍ରୁଟି ଧରାପଡ଼ିଥିବା ଜଣାପଡ଼ିଛି। ଏହି ତ୍ରୁଟିକୁ ନେଇ ବିବାଦ ବଢ଼ୁଥିବା ବେଳେ ପାଠ୍ୟପୁସ୍ତକ ମୁଦ୍ରଣ କାର୍ଯ୍ୟ ଜଣେ ପ୍ରଭାବଶାଳୀ କେନ୍ଦ୍ରୀୟ ନେତାଙ୍କ ପୁଅଙ୍କ ମାଲିକାନାରେ ଥିବା ଅଣଓଡିଆ ସଂସ୍ଥାକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading