ସାହିତ୍ୟ ପତ୍ରିକା ‘ବର୍ଣ୍ଣବିଭା’ର ଶୁଭ ଲୋକାର୍ପଣ ଉତ୍ସବ

ପଟ୍ଟାମୁଣ୍ଡାଇ ୧୬/୬– କୃଷିଭିତିକ ପବିତ୍ର ରଜ ପର୍ବ ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ସାହିତ୍ୟ ପତ୍ରିକା ‘ବର୍ଣ୍ଣବିଭା’ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବର୍ଣ୍ଣବିଭାର ସମ୍ପାଦିକା ସରସ୍ୱତି ବେହେରାଙ୍କ ଉପସ୍ଥିତିରେ ସଭାପତି,ସାହିତ୍ୟ ଏକାଡେମିର ପୁରସ୍କାର ପ୍ରାପ୍ତକବି ପତାମ୍ବର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟଅତିଥି ଭାବେ ବିଶିଷ୍ଠ କବି ଗାନ୍ଧିବାଦୀ ଗବେଷକ ଶୈଳେଜ ରବି ଯୋଗଦେଇ ଜଣେ ମହିଳା ସମ୍ପାଦକର କଳା ଓ ଦାୟବଦ୍ଧତା ଏକ ପତ୍ରିକାକୁ ଉନ୍ନତ ପରିପାଟ୍ଟୀ ଓ ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ କରି ଗଢ଼ି ତୋଳି ପତ୍ରିକାର ସ୍ଥାୟୀତ୍ୱ ବଜାୟ ରଖି ପାଠକୀୟ ଆଦୃତି ଲାଭ କରାଇଥାଏ ବୋଲି ସେ ମତ ପ୍ରକାଶ କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମିର ପୁରସ୍କାର ପ୍ରାପ୍ତ ଲେଖକ ଅସିତ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମହିଳା ମାନଙ୍କ ପତ୍ରିକା ସମ୍ବୋଧରେ ବିଶେଷ ବିବରଣି ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଏହି ବର୍ଣ୍ଣବିଭା ସାହିତ୍ୟ ପ୍ରତିକା ଉନୋଚନ ପାଇଁ ସ୍ୱର୍ଗତ ରବିନ୍ଦ୍ର ବେହେରାଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ତାଙ୍କ ଧର୍ମପତ୍ନି ବୋଲି ମତ ପ୍ରକାଶ କରିବା ସହିତ ବର୍ଣ୍ଣବିଭାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ବରେଣ୍ୟ ବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମିର ପୁସ୍କାର ପ୍ରାପ୍ତ ସାହିତ୍ୟିକ ସୁବାଷ ଶତପଥୀ ଯୋଗ ଦେଇ ସାହିତ୍ୟ କୌଣସି ସମୟରେ ବିଭେଦର କଥା କୁହେ ନାହିଁ । ଯେଉଁ ଭାଷାର ସାହିତ୍ୟ ଯେତେ ସମୃଦ୍ଧ ସେହି ରାଜ୍ୟ ସେତେଟା ଉନ୍ନତ ହୋଇଥାଏ। ତଥ୍ୟ ପ୍ରଯୁକ୍ତି ଯୁଗରେ ମଧ୍ୟ ସାହିତ୍ୟ ପ୍ରତିଟି କ୍ଷେତ୍ରରେ ସଂପ୍ରୀତିର ସେତୁ ବନ୍ଧନ ସୃଷ୍ଟି କରେ। ସେଥିପାଇଁ ସାହିତ୍ୟର ସତାକୁ ପ୍ରତିଟି ହୃଦୟରେ ରୋମନ୍ଥନ କରିବା ଉଚିତ, ଯାହାକି ବର୍ତମାନର ବ୍ୟକ୍ତିବାଦ ପ୍ରାଧାନ୍ୟ ସମାଜ ବ୍ୟବସ୍ଥା ଭିତରେଏହ ଦୂରେଇଦୂରେଇ ଯାଉଛି । ବିଶେକରି ସହରାଂଚଳରେ ଏହାର ଅଭାବ ଦେଖାଦେଇଥିବା ବେଳେ ଗ୍ରାମାଂଚଳରେ ଖବରକାଗଜ ଓ ପ୍ରତିକା ପ୍ରଭାବ ରହିଛି । ସେଥିନେଇ ଗ୍ରାଂଚଳରେ ଅଧିକାଂଶ ବ୍ୟକ୍ତି ବିଶେଷ ଦେୟ ଦେଇ ପତ୍ରିକା କିଣି ପଢିବାକୁ ମନ ବଳାନ୍ତି । ମାଗଣା ମିଳୁଥିବା ପ୍ରତିକା ପଠକ ଅପେକ୍ଷା ପତ୍ରିକା କିଣୁଥିବା ପାଠକ ପଢିବାକୁ ବେଶି ମନ ବଳାଏ ବୋଲି ସେ କହିଥିଲେ । ସଂପାଦିକା ସରସ୍ୱତିଙ୍କ ପୁତ୍ର ଖବରଦାତା ସୃତିରଂଜନ ବେହେରା ସଭାକାର୍ଯ୍ୟ ପରିଚାଳନା କରିବା ସହିତ ସମ୍ପାଦକୀୟ ବିବରଣି ପଠନ କରିଥିଲେ । ଖବରଦାତା ପ୍ରବିର ନାୟକ ପରିଚାଳନା ରେ ସହଯୋଗ କରିଥିଲେ।ଏହି କର୍ଯ୍ୟକ୍ରମରେ ବରିଷ୍ଠ ସହିତ୍ୟିକା ଅବନ୍ତି ବେହେରା, କବି ଆରଧନା ଦାଶ, ଗାଳ୍ପିକ ପ୍ରଦିପ ନାୟକ, ପ୍ରଫେସର କୈଳାସ ପାତ୍ର,ଶିକ୍ଷାବିତ କଣ୍ଡୁରି ଚରଣ ସ୍ୱାଇଁ, ସୁରେଶ ଜେନା, ସଚିନ୍ଦ୍ର ବେଉରା, କବି ଡା. ମନୋରଂଜନ ଦାଶ, ଆଇନଜୀବୀ ରାମକୃଷ୍ଣ ଦାଶ, ଆଇନଜୀବୀ ଗୋପିନାଥ ତ୍ରିପାଠୀ, ଗୋପିବହ୍ଲବ ନାୟକ, ଇଂ. ତପନ ପାତ୍ର, ଡଃ. ନିଳମଣୀ ଲେଙ୍କା, ଶିକ୍ଷକ ଶୁଭ୍ରାଂଶୁ ଦାଶ, ଚିତ୍ରଶିଳ୍ପି ରମେଶ ଦେ, ରାଜେନ୍ଦ୍ର ଦାଶ ଓ ବହୁ ଖବରଦାତା ମାନଙ୍କ ସମେତ ଜିଲାର ବିଭିନ୍ନ ଅଂଚଳରୁ କବି, ସାହିତ୍ୟିକ, ଗାଳ୍ପିକ ମାନେ ଯୋଗ ଦେଇଥିଲେ । ଶେଷରେକବି ବ୍ରଜବନ୍ଧୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ
