ଗରାପୁର ହନୁମାନ ମନ୍ଦିରରେ ମହାବୀର ଜୟନ୍ତୀ

blank
କେନ୍ଦ୍ରାପଡ଼ା,୧୫ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ମହାବୀର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଭୁ ମହାବୀରଙ୍କୁ ଷୋଡଶ ଉପଚାରରେ ପୂଜା କରାଯିବା ସହିତ ରୀତି ନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ କରାଯାଇଥିଲା। ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ସଙ୍କଟମୋଚନ ହନୁମାନଜୀଉଙ୍କ ଚାଳିସା ପାଠ କରିବା ସହ ଭଜନ ଓ କୀର୍ତ୍ତନ କରିଥିଲେ। ସେହିଭଳି ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ ଓ ହନୁମାନଜୀଉଙ୍କ କଥାମୃତ୍ତ ପ୍ରବଚନ ଅନୁଷ୍ଠିତ ହୋଇଥିଲା । ଏଥିସହିତ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ବୀର ହନୁମାନଜୀଉଙ୍କ ପବିତ୍ର ଜନ୍ମୋତ୍ସବ ମଧ୍ୟ ପାଳନ କରାଯାଇଥିଲା। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପହଞ୍ଚି ହନୁମାନଜୀଉ ଓ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କୁ ଦର୍ଶନ କରିବା ସହିତ ଆଶ୍ରିର୍ବାଦ ଭିକ୍ଷା କରିଥିଲେ। ସେହି ଅନୁଯାୟୀ ବାବାଜୀ ସତ୍ୟାନନ୍ଦ ଦାସ ଓ ମନ୍ଦିର ପରିଚାଳନା କମିଟି ସଭାପତି ବାବାଜୀ ଚେତନାନନ୍ଦ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉପରୋକ୍ତ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏଥିସହିତ ନାମ ସଙ୍କୀର୍ତ୍ତନ, ଭଜନ, ଜଣାଣ ଓ କୀର୍ତ୍ତନ ମଧ୍ୟ ପରିବେଷଣ କରାଯାଇଥିଲା।

Next Post

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କେନ୍ଦ୍ରାପଡା ବିଜେଡିର ମହାଆନ୍ଦୋଳନ

Wed Apr 16 , 2025
କେନ୍ଦ୍ରାପଡା,୧୬ା୪: ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ପ୍ରତି ଘୋର ଅବହେଳା ତଥା ବହୁ ପ୍ରତିକ୍ଷିତ ଜିଲ୍ଲାର ମେଡିକାଲ କଲେଜ ଏବେ ସୁଦ୍ଧା ପ୍ରତିଷ୍ଠା ନକରାଇବା ପ୍ରତିବାଦରେ କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ଆଜି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ମହାଆନ୍ଦୋଳନ ତଥା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଇତି ମଧ୍ୟରେ ଏହି ନିକଟରେ ରାଜ୍ୟରେ ଅନ୍ୟ ଚାରୋଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading