ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ

blank
ପଟ୍ଟାମୁଣ୍ଡାଇ ୧୯/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ତତ୍ୱାବଧାନରେ ରବିିବାର ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରୁଣା ବାଇପାସ ଛକ ଠାରେ ଏକ ସାଧାରଣ ସଚେତନତା ସଭା ଆୟୋଜନ କରାଯାଇଥିଲା । ଜନସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସାଇବର ଅପରାଧ ସଚେତନତା ରଥରେ ନୃତ୍ୟ ଓ ଗୀତ ମାଧ୍ୟମରେ ସାଇବର ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।
ଏହି ସଭାରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ସାଇବର ସୁରକ୍ଷା ଉପରେ ଜନସାଧାରଣଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେସାଇବର ଅପରାଧି ମାନେ ସଂପ୍ରତି ସମାଜ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛନ୍ତି । ଏହାକୁ ପ୍ରତିହତ କରିବାକୁ ହେଲେ ନିଜକୁ ସଚେତନତା ରଖିବା ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ।ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସାଧାରଣ ଲୋକମାନେ ସାଇବର ଅପରାଧ ସମ୍ପର୍କରେ ସଚେତନ ନଥିବାରୁ ଅନେକ ସମୟରେ ଏହାର ଶିକାର ହୋଇ ସର୍ବସ୍ୱାନ୍ତ ହେବା ଘଟଣା ଦୃଷ୍ଟିକୁ ଆସିଛି ।  ଜନସାଧାରଣ ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ କୌଣସି ଅଜଣା ଫୋନ କଲ ନଧରିବା, ଅଜଣା ବ୍ୟକ୍ତି ଫୋନ କରି ଓଟିପି ମାଗିଲେ ନଦେବା ସହିତ ନିକଟସ୍ଥ ସାଇବର ଥାନା, ପୋଲିସ ଥାନା କିମ୍ବା ହେଲ୍ପ ଲାଇନ ନମ୍ବର ୧୯୩୦କୁ ଜଣାଇବା ପାଇଁ ପରାମର୍ଶ ଦେଇ ସାଇବର ଅପରାଧ ବିଷୟରେ ଜନସଚେତନତା ସୃଷ୍ଟି କରିଥିଲେ ।ଅନଲାଇନ, ଡିଜିଟାଲ ଓ ଇଂଟରନେଟ୍ ବ୍ୟବହାରକାରୀଙ୍କୁ ସତର୍କ ରହି ସଚେତନ ହେବାକୁ ପଡିବ । ସବୁ ବର୍ଗର ଲୋକଙ୍କୁ ସଚେତନ କରିବା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ପକ୍ଷରୁ ଏହି ସଚେତନତା ଅଭିଯାନ କରାଯାଇଛି। ଆସନ୍ତା କାଲି  ଏହି ରଥ ଆଦର୍ଶ  ଥାନା ଅଂଚଳର ବିଭିନ୍ନ ସ୍ଥାନରେସାଇବର ଠକେଇର ବିଭିନ୍ନ ଦିଗ ଉପରେ ଲୋକଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଇଆଇସି ବନ୍ଦନା ପାତ୍ର କହିଛନ୍ତି ।ଏହି କର୍ଯ୍ୟକ୍ରମରେ ଅଂଚଳର ବୁଦ୍ଧିଜୀବୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ପୋଲିସ ଅଧିକାରୀ ,ବିଭିନ୍ନ ଗଣମାଧ୍ୟମର ଖବରଦାତା ଓ ଜନସାଧାରଣ ଉପସ୍ଥିତ ଥିଲେ ।

Next Post

ସିଟୁର କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ସମିତିର ୨ୟ ସମ୍ମିଳନୀ

Sun Oct 19 , 2025
କେନ୍ଦ୍ରାପଡ଼ା,୧୯ା୧୦:ସି.ଆଇ.ଟି.ୟୁ.ର ଦ୍ୱିତୀୟ ସମନ୍ୱୟ ସମିତି ସମ୍ମିଳନୀ ଖଡିଅଙ୍ଗସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ସାଥୀ ଜଗତଜୀବନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଜିଲ୍ଲା ପ୍ରତିନିଧି ଏଥିରେ ଯୋଗଦେଇଥିଲେ। ଅତିତରେ ସିଟୁ ପକ୍ଷରୁ ନିର୍ମାଣ ଶ୍ରମିକ ଓ ବଦ୍ୟାଳୟ ପାଚିକା, ଅଣସଂଗଠିତ ତଥା ଗ୍ରାମୀଣ ଶ୍ରମିକ ଓ ବିଶେଷ କରି ଦାଦନ ଶ୍ରମିକ ମାନଙ୍କ ଉନ୍ନତି ପାଇଁ ଯେଉଁସବୁ କାର୍ଯ୍ୟ କରାଯାଇଥିଲା ସେ ସମ୍ପର୍କରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading