ବଳଦେବସେନା ପକ୍ଷରୁ ରସାବଳି ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୪ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳିକୁ ଜିଆଇ ମାନ୍ୟତା ପ୍ରଦାନ ପରେ ସମଗ୍ର ଦେଶରେ ରସାବଳିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ଏହାକୁ ସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ଏହାର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ବଳଦେବ ସେନା ଶନିବାର ରସାବଳି ଦିବସ ପାଳନ କରିଥିଲା। ସେନା ପକ୍ଷରୁ ଏକଶହ ପାଞ୍ଚ ଯାତ୍ରୀ, ଭକ୍ତ ଓ ସେବାୟତଙ୍କୁ ମୁକ୍ତ ହସ୍ତରେ ରସାବଳି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେନାର ସଭାପତି ପପୁନ କୁମାର ସ୍ୱାଇଁ, ସଂପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଜ୍ୟୋତିରଞ୍ଜନ ପତ୍ରୀ, ଶ୍ରୀକାନ୍ତ ଜେନା, ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ହିମାଂଶୁ ରାଉତ, ଅନିଶ ସୁତାର, ଉମେଶ ବେହେରା, ପଦ୍ମଲୋଚନ ସାହୁ, ଗଣେଶ ଗୋଛାୟାତ, ଚନ୍ଦନ ସ୍ୱାଇଁ, ଗିରିଜା ଦାସ, ବିଶ୍ୱନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ଶିବାନନ୍ଦ ଆଶ୍ରମରେ ଶାରଦୀୟ ନବରାତ୍ରରେ କୁମାରୀ ପୂଜା

Sat Oct 4 , 2025
କେନ୍ଦ୍ରାପଡା,୪ା୧୦:ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶାରଦୀୟ ନବରାତ୍ର ପାଳନ ସପ୍ତସତୀ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ନବଦିନ ବ୍ୟାପୀ ଚଣ୍ଡି ପଠନ, ହବନ, ଜପ ଓ ପାରାୟଣ ପ୍ରଭୃତି କରାଯାଇଛି। ଏଥିସହିତ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀମା ଅନ୍ନ ତ୍ୟାଗ କରି ବ୍ରତ କରିବା ସହ ନିଜର ଜୀବନକୁ ସମାଜର ମଙ୍ଗଳ ପାଇଁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading