କେନ୍ଦ୍ରାପଡା କିଷାନ କଂଗ୍ରେସ ପକ୍ଷରୁ ଚାଷୀ ଓ ଚାଷ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

blank
କେନ୍ଦ୍ରାପଡ଼ା,୪ା୧୨:କେନ୍ଦ୍ରାପଡା ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଓଡିଶା ଏକ କୃଷିପ୍ରଧାନ ରାଜ୍ୟ। ଓଡିଶାରେ ଖରିଫ୍ ଧାନ ଅମଳ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଣ୍ଡି ଖୋଲିବା ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ମିଲର ଓ ସରକାରଙ୍କ କଳି ପଦାକୁ ଆସିଛି। ଏହା କଳି ନା କୋଳାକୋଳି ବୋଲି ଚାଷୀ ସନ୍ଦେହ ପ୍ରକାଶ କରିଛି। ସବୁ ଦିଗରୁ ଚାଷୀ ଏ ସରକାର ସମୟରେ ଏକ ଗମ୍ଭୀର ପରିସ୍ଥିତି ମଧ୍ୟରେ କାଳ କାଟୁଛି। ସରକାର ଯାହା ପ୍ରଚାର କରୁଛନ୍ତି ତାହାର ଓଲଟା ଘଟୁଛି। ତେଣୁ ପ୍ରଦେଶ କିଷାନ କଂଗ୍ରେସ ଦାବୀ କରିଛି ଯେ ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନେ ଏକ ହୋଇ ଚାଷ, ଚାଷୀ ଓ ଭାଗଚାଷୀ ମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ। କିଷାନ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଚାଷୀଙ୍କ ଦାବି ଗୁଡିକ ପୁରଣ ହେଲେ ଚାଷୀ ସମସ୍ୟାମୁକ୍ତ ହୋଇ ପାରିବ। ନଚେତ କ୍ରମବର୍ଦ୍ଧିଷ୍ଣୁ ଅସନ୍ତୋଷ ଆନ୍ଦୋଳନର ରୂପ ନେବ। ବିନା କଟନୀ ଛଟନୀରେ ସରକାର ଚାଷୀ ଓ ଭାଗଚାଷୀଙ୍କ ସମସ୍ତ ବଳକା ଧାନ କିଣନ୍ତୁ। ଫସଲ ବୀମାରେ ଥିବା ସମସ୍ତ ଅସଙ୍ଗତି ଦୂର କରି ଚାଷୀ ପରିବାରକୁ ସାସ୍ଥ୍ୟ ବୀମାଭୁକ୍ତ କରାଯାଉ। ୫୫ ବର୍ଷ ପରେ ଚାଷୀ ଓ ଭାଗଚାଷୀଙ୍କୁ ମାସିକ ୧୦ହଜାରଟଙ୍କା ଭତ୍ତା ପ୍ରଦାନ କରାଯାଉ। କେନ୍ଦ୍ରାପଡା ଜିଲ୍ଲାର ଚାଷୀ ମାନଙ୍କ ଉତ୍ପାଦିତ ଶସ୍ୟକୁ ସାଇତି ରଖିବା ପାଇଁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲା ଯାଉ। ଅଣ ଜଳସେଚିତ ଚାଷ ଜମିରେ ଉଠା ଜଳସେଚନର ବ୍ୟବସ୍ଥା କରାଯାଉ। ଚାଷୀମାନଙ୍କୁ ଠିକ ସମୟରେ ବିହନ, ସାର ଓ କୀଟନାଶକ ଯୋଗାଇବାର ବ୍ୟବସ୍ଥା କରାଯାଉ ବୋଲି ଜିଲ୍ଲା କିଷାନ କଂଗ୍ରେସ ଦାବି କରିଛି। ଜିଲ୍ଲା କିଷାନ କଂଗ୍ରେସ ସେଲର ଅଧ୍ୟକ୍ଷ ଜୟଦେବ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଡ. ସିପ୍ରା ମଲ୍ଲିକ, ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀ,ବିଭ୍ରାଂଶୁ ଲେଙ୍କା, ମହମ୍ମଦ ଆକବର ଅଲ୍ଲୀ, ମହେନ୍ଦ୍ର ପରିଡା, ରାଜ୍ୟ କିଷାନ କଂଗ୍ରେସର ଉପସଭାପତି ଶିତିକଣ୍ଠ ମହାନ୍ତି,ଭାଗିରଥୀ ଜେନା, ରବିନ୍ଦ୍ର କୁମାର ବେହେରା, ମଙ୍ଗୁଳି ଚରଣ ବେହେରା, ବିଧୁଭୂଷଣ ମହାପାତ୍ର, ସୁମନ୍ତ ସେଠୀ, ଜ୍ୟୋତିରଞ୍ଜନ ପରିଡା, ଗୈାରାଙ୍ଗ ମହାରଣା, ନିରଞ୍ଜନ ସାହୁ, ରଶ୍ମିରଞ୍ଜନ ଚୈାଧୁରୀ, ସଶ୍ମିତା ପଣ୍ଡା, ରଜନୀକାନ୍ତ ସାମଲ ପ୍ରମୁଖ ଯୋଗଦେଇ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

Next Post

କବିତା ସଂକଳନ "ବିଶ୍ୱର ଅସ୍ମିତା କାଳିଆ ଠାକୁର" ଉନ୍ମୋଚିତ

Fri Dec 5 , 2025
ପଟ୍ଟାମୁଣ୍ଡାଇ ୫/୧୨ – ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବି ତଥା ପରିବେଶବିତ୍ ଡାଃ ମନୋରଞ୍ଜନ ଦାଶଙ୍କ ଏକାଦଶତମ କବିତା ସଂକଳନ “ବିଶ୍ୱର ଅସ୍ମିତା କାଳିଆ ଠାକୁର” ଉନ୍ମୋଚିତ ହୋଇଯାଇଛି। ଉକ୍ତ ଉନ୍ମୋଚନ ଉତ୍ସବରେ ପ୍ରାବନ୍ଧିକ ତଥା କଥାକାର ଅଧ୍ୟାପକ ଡ଼ଃ ନୀଳମଣି ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାବର ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ଆମର ସ୍ୱାଭିମାନ ଆମର ଅସ୍ମିତା। ସର୍ବଧର୍ମର ସମନ୍ୱୟ କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading