ପିଏମଶ୍ରୀ କୋରୋ ନୋଡାଲ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଉତ୍ସବ

blank
କେନ୍ଦ୍ରାପଡ଼ା,୧୩ା୧୨:ପିଏମଶ୍ରୀ କୋରୋ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୫୨ ତମ କ୍ରୀଡା ଉତ୍ସବ ଓ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବକୁ ପଞ୍ଚସଖା ଶିକ୍ଷାସେତୁ ସଭାପତି ରଞ୍ଜିତ କୁମାର ଜେନା, ସ୍କୁଲ ପରିଚାଳନା ସମିତି ସଭାପତି ମଧୁସ୍ମିତା ନାୟକ, ସି.ଆର.ସି.ସି. ବୈଲୋଚନ ସାମଲ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ଉତ୍ସବକୁ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ସଂଯୋଜନା କରିଥିବା ବେଳେ ଶିକ୍ଷକ ହିମାଂଶୁ ଶେଖର ପରିଡ଼ା, ତପନ କୁମାର ସ୍ୱାଇଁ, ରଘୁନାଥ ବେହେରା, ରଞ୍ଜନ କୁମାର ମଲିକ, ଆଶିଷ କୁମାର ସ୍ୱାଇଁ, ହିମାଂଶୁ ଶେଖର ପଣ୍ଡା, ଚିତ୍ରସେନ ମାଝୀ, ତୃପ୍ତିରେଖା ପରିଡା, ଇତିଶ୍ରୀ ପ୍ରଧାନ, ମୋନାଲିସା ବେହୁରା, ଦୀପ୍ତିମୟୀ ମୁଦୁଲି, ଦୀପ୍ତିରେଖା ପରିଡା, ପୁଷ୍ପମିତ୍ରା ଦ୍ୱିବେଦୀ, ସାବିତ୍ରୀ ବିଶ୍ୱାଳ, ଏଲିନା ରାଉତରାୟ, ପ୍ରିୟଙ୍କା ପ୍ରତିଶ୍ରୁତି ନାୟକ, ଅରବିନ୍ଦ୍ ବାରିକ, କଳ୍ପନା ମଞ୍ଜରୀ ଦାସ, ସୁରେଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସହାୟତାରେ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା। ଏହା ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଉକ୍ତ ଉସ୍ତବ ସହିତ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିକ୍ଷା ସଭାରେ ବାରୋ ଗ୍ରାମ ପଞ୍ଚାୟତ ସରପଞ୍ଚ ଗୋପୀନାଥ ମଲିକ, କୋରୋ ଗ୍ରାମପଞ୍ଚାୟତ ସରପଙ୍କ ପ୍ରତିନିଧି ରଞ୍ଜିତ କୁମାର ଜେନା, ସି ଆର୍‌ସି ସି ବୈଲୋଚନ ସାମଲ, କୋରୋ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ତଥା ମାନଭଞ୍ଜନ ପ୍ରଧାନ, ଅଶୋକ କୁମାର ସାହୁଙ୍କ ଉପସ୍ଥିତିରେ କୋରୋ କ୍ଲଷ୍ଟରର ଅର୍ଦ୍ଧ ପାଠ ଛାଡି ଥିବା ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଉକ୍ତ ପିଲାମାନେ ମୁଖ୍ୟସ୍ରୋତକୁ ଫେରିବା ପାଇଁ ବାର୍ତ୍ତା ପ୍ରଦାନ କରାଯାଇଥିଲା।

Next Post

ପଟ୍ଟାମୁଣ୍ଡାଇରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୨୦ଟି ମାମଲା ଫଇସଲା

Sat Dec 13 , 2025
ପଟ୍ଟାମୁଣ୍ଡାଇ ୧୩/୧୨-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଶନିବାର କୋର୍ଟ ପରିସରରେ ଚଳିତ ବର୍ଷର ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।  ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଉଦଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ। ଏଡିଜେ ବିଚାରପତି ବିଦ୍ୟାଧର ପୃଷ୍ଟି ଅଦାଲତରେ ସାଲିସଯୋଗ୍ୟ ଫୌଜଦାରୀ, ଚେକ୍ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading