ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବରେ ରକ୍ତଦାନ ଶିବିର

blank
କେନ୍ଦ୍ରାପଡା,୧୭ା୪: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧୋତ୍ସବ ଓ ରକ୍ତଦାନ ଶିବିର ସ୍ଥାନୀୟ ସାନ୍ତସାହି ସ୍ଥିତ ବଳଦେବଜୀୟୁ ମଣ୍ଡପରେ ପାଳିତ ହୋଇଯାଇଛି । ଶୁକ୍ରବାର ସକାଳୁ ସ୍ଥାନୀୟ ଗୋବରୀ ନଦୀଘାଟରେ ତିଳତର୍ପଣ କରାଯାଇ ନୂଆ ବସ୍‌ଷ୍ଟାଣ୍ଡସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ମେଡିକାଲ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହା ପରେ ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିସହିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ୧୫୪ୟୁନିଟ ରକ୍ତ ସଂଗ୍ରହ କରାଯାଇ କେନ୍ଦ୍ରାପଡା ରକ୍ତ ଭଣ୍ଡାରକୁ ପ୍ରଦାନ କରାଯାଇଥିଲା । ବିଜୁ ଜନତା ଦଳ କର୍ମୀମାନେ ସ୍ୱତପ୍ରବୃତ ଭାବେ ରକ୍ତ ଦାନ କରିଥିଲେ । ଆଧୁନିକ ଓଡିଶା ନିର୍ମାଣରେ ବିଜୁବାବୁଙ୍କ ଅବଦାନ ଓ ତାଙ୍କ ଆଦର୍ଶରେ ଓଡିଶାର ସମୃଦ୍ଧି ଏବଂ ଆଗାମୀର ଆହ୍ୱାନ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲାପରିଷଦ ସଦସ୍ୟ ମଧୁଛନ୍ଦା ମହାନ୍ତି, ରଶ୍ମିରଞ୍ଜନ ରାଉତ, ପ୍ରଦୀପ୍ତ ମହାନ୍ତି, ଦୁର୍ଗାଶିଷ ମହାନ୍ତି, ପ୍ରିୟଦର୍ଶିନୀ ତରାଇ, ସୁମିତ୍ରା ପାଢୀ, ସ୍ୱୟଂପ୍ରଭା କର, ମିନତୀ ପରିଡା, ମହନି ଆଚାର୍ଯ୍ୟ, ଯଯାତି ମହାନ୍ତି, ବ୍ଲକ ସଭାପତି ଆଲୋକ ସାହୁ, ଶାରଦା ପ୍ରସନ୍ନ ରାଉତ, ଶ୍ରୀଧର ସାମଲ, ଲିଲୁକାନ୍ତ ସ୍ୱାଇଁ, କ୍ଷିରୋଦ କୁମାର ସ୍ୱାଇଁ, ଶରତ ସାମଲ, ଧନେଶ୍ୱର ସେଠୀ, ଶଶିକାନ୍ତ ମଲିକ, କାଳିଆ ବେହେରା, ନାରାୟଣ ଦାସ, ରବୀନ୍ଦ୍ର ବେହୁରା, ଗୋପିନାଥ ବାରିକ, ରାଜଲକ୍ଷ୍ମୀ ରାଉତରାୟ, ଚନ୍ଦନ ଦାସ, ଅଶ୍ୱିନୀ ପାତ୍ର, ନିରାକାର ସ୍ୱାଇଁ, ସେକ ମତୁ, ସଞ୍ଜୟ ଜେନା, ସଞ୍ଜୟ ଲେଙ୍କା, ମୁକ୍ତାର ଖାଁ, ହିରଣ୍ୟ ପଣ୍ଡା, କାଳୀ ପ୍ରସାଦ ମିଶ୍ର, ଉମେଶ ନାୟକ, ରାଜୁ କୁବେର, ଚୌଧୁରୀ ସୁକୁମାର ଦାସ, ସେକ୍ ଚନ୍ଦନ, ତ୍ରିଲୋଚନ ପାତ୍ର, ଲୋହିତ ମହାନ୍ତି, ସୁଧିର ବେହେରା, ଶରତ ବେହୁରା, ମହେନ୍ଦ୍ର ମିଶ୍ର, ସମ୍ବିତ୍ ଶ୍ରୀଚନ୍ଦନ, ଲକ୍ଷ୍ମୀଧର ପଳେଇ, ମଣ୍ଟୁ ମହାନ୍ତି, ଜ୍ୟୋତିରଞ୍ଜନ ପ୍ରଧାନ, ସଙ୍ଗମ ସାମଲ, ରଞ୍ଜନ ସାହୁ, ରମେଶ ଦାସ, ସୌମେନ୍ଦ୍ର ପୃଷ୍ଟି ପ୍ରମୁଖ ରକ୍ତଦାନ ଶିବିରରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦାଳର ବରିଷ୍ଠ ନେତା ରଞ୍ଜିତ କୁମାର ସାହୁ ପରିଚାଳନା କରିଥିଲେ ।

Next Post

ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦଜୀଙ୍କ ଜନ୍ମଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

Fri Apr 17 , 2026
କେନ୍ଦ୍ରାପଡ଼ା,୧୭ା୪:କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏହି ଜନ୍ମ ଉତ୍ସବ ସାରା ରାଜ୍ୟରେ ପାଳନ କରାଯିବା ପାଇଁ ସ୍ଥିର କରାଗଲା। ଏଥିସହିତ ଶ୍ରୀମାଙ୍କ ପିଙ୍ଗଳ, ଡାମରପୁର, ଧୂମାତ, ଚାରିନଙ୍ଗଳ, ଘିଘିଡିଆ, ନିଆଳି, ଦେଓଗାଁ, ଚଣ୍ଡିଗଡ, ଅସ୍ତରଙ୍ଗ, ବଲୁରିଆ, କଣ୍ଟାବଣ, ଦେଉରୀ, ମନ୍ତ୍ରିପଡା, ବସପୁର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading