ବାଲି ଘାଟରେ ଚଢଉ ,୧୯ ହାଇୱା, ୨ ପ୍ରୋକଲିନ ମେସିନ ଜବତ

blank
କେନ୍ଦ୍ରାପଡ଼ା,୧୬ା୨:କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ତହସିଲ ଅନ୍ତର୍ଗତ ବିଞ୍ଚଣା ଅଞ୍ଚଳରେ ଚାଲିଥିବା ହରିଦାସପୁର ବେଆଇନ୍ ବାଲିଘାଟ ଉପରେ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଏବଂ ପାଟକୁରା ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଚଢଉ ବେଳେ ୧୯ଟି ହାଇୱା ସମେତ ୨ଟି ପ୍ରୋକଲିନ ମେସିନ ଜବତ୍ କରାଯାଇଛି। ଜବତ ଗାଡିଗୁଡିକୁ ପାଟକୁରା ଥାନାର ଜିମା ଦିଆଯାଇଛି। ଖଣି ଅଧିକାରୀ ରଞ୍ଜିତ ବେହେରା ସୂଚନା ଦେଇଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଛୋଟ ବଡ଼ ବାଲି ଖାଦାନ ବର୍ଷ ବର୍ଷ ଧରି ବେଆଇନ୍ ଭାବେ ଚାଲିଆସୁଛି। ଏହି ଖାଦାନ ଗୁଡିକରୁ ବାଲି ମାଫିଆମାନେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି।ଅପରପକ୍ଷରେ ସରକାର ରାଜସ୍ୱ ହରାଉଛନ୍ତି। ଏହାଦ୍ୱାରା ଚୋରା ବାଲି ମାଫିଆ ସକ୍ରୀୟ ହୋଇ ଉଠିଛନ୍ତି। ଏସମ୍ପର୍କରେ ଖବର ପାଇ ଶୁକ୍ରବାର ବିଳମ୍ବିତ ରାତିରେ ଗରଦପୁର ତହସିଲ ଅନ୍ତର୍ଗତ ବିଞ୍ଚଣା ଅଞ୍ଚଳରେ ଚାଲିଥିବା ବେଆଇନ୍ ବାଲି ଘାଟ ଉପରେ ଉପଜିଲ୍ଲାପାଳ ଅରୁଣ ନାୟକ, ଖଣି ଅଧିକାରୀ ରଞ୍ଜିତ ବେହେରା ଓ ପାଟକୁରା ଥାନା ପୋଲିସକୁ ନେଇ ଏକ ଟିମ ଗଠନ ହୋଇଥିଲା। ଏହି ଟିମ ବେଆଇନ୍ ବାଲି ଘାଟ ଉପରେ ଚଢଉ କରିଥିଲା। ମାଫିଆମାନେ ଗାଡି ଛାଡିି ପଳାଇଥିଲେ। ଫଳରେ ୧୯ ଗୋଟି ହାଇୱା ସମେତ ବାଲି ଖୋଳିବା ପାଇଁ ବ୍ୟବହୃତ ଦୁଇଟି ପ୍ରୋକଲିନ୍ ମେସିନ୍ ଜବତ କରାଯାଇଥିଲା ବୋଲି ଖଣି ଅଧିକାରୀ ରଞ୍ଜିତ ବେହେରା ସୂଚନା ଦେଇଛନ୍ତି।

Next Post

୫ଦଫା ଦାବୀ ନେଇ ଜନଶକ୍ତି ପାର୍ଟି କରିବ ସଚେତନତା ଯାତ୍ରା

Sun Feb 16 , 2025
ପଟ୍ଟାମୁଣ୍ଡାଇ ତା ୧୬/୨-ଓଡିଶାର ବିଭିନ୍ନ ସମସ୍ୟା ନେଇ ଜନଶକ୍ତି ପାର୍ଟି ସ୍ୱର ଉତ୍ତୋଳନ କରିବା ସହିତ ଆନ୍ଦୋଳନ କରିଆସୁଛି ।  ସମ୍ପ୍ରତି ୫ଦାବୀ ଦାବୀ ନେଇ ଏକ ଜନ ସଚେତନତା ଯାତ୍ରା କରିବାକୁ ପାର୍ଟି ଯୋଜନା କରିଛି । ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ କହିଛନ୍ତି ଯେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସୁଧମୁକ୍ତ ଶିକ୍ଷା ଋଣ,ଅନେକ ରାଜ୍ୟରେ ବିଦ୍ୟୁତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading