ଓକିଲ ସଂଘ ପକ୍ଷରୁ ମଧୁସୁଦନ ଦାସଙ୍କ ଜୟନ୍ତୀ ପାଳିତ

blank
କେନ୍ଦ୍ରାପଡ଼ା,୨୮ା୪ : ଆଇନଜୀବୀ ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ପୂଣ୍ୟାତ୍ମା ମଧୁସୁଦନ ଦାସଙ୍କ ୧୭୭ତମ ଜୟନ୍ତୀ ଅବସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ଓକିଲସଂଘ ସଭାପତି ଗୋବର୍ଦ୍ଧନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସରିତା ମହାନ୍ତି ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ଓଡ଼ିଆ ପ୍ରଫେସର ମୋହନ ଚରଣ ଜେନା ମୁଖ୍ୟବକ୍ତା, ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ତଥା ବାର୍ କାଉନସିଲ ସଦସ୍ୟ ଦିନେଶ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଓଡ଼ିଶା ପ୍ରତି ତଥା ଓକିଲ ସମାଜ ପ୍ରତି ଥିବା ଅବଦାନ ଉପରେ ଆଲୋକ ପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଅଧିବକ୍ତା ଧ୍ରୁବ ଚରଣ ଜେନା, ବିଚିତ୍ରାନନ୍ଦ ମହାନ୍ତି, ସରୋଜରାଜ ସିଂ, ଭୀମସେନ ଭୂୟାଁ, ସଞ୍ଜୟ କୁମାର ପତ୍ରୀ, ଗୋକୁଳି ରଞ୍ଜନ ଦାଶ, ଧିରେନ ସାହୁ, ଆଶିଷ ସେନାପତି, ସଙ୍ଘ ସମ୍ପାଦକ ନୃସିଂହ ଚରଣ ରାଉତ ପ୍ରମୁଖ ଯୋଗ ଦେଇ ମଧୁସୁଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ପରେ ମଧୁ ସମ୍ମାନରେ ଧ୍ରୁବ ଚରଣ ଜେନାଙ୍କୁ ସମ୍ମାନିତ କରାଯାଇଥିଲା। ଅଧିବକ୍ତା ନିଶିଥ ଚକ୍ରବର୍ତ୍ତୀ ଓ ସୁଶ୍ରୀ ସଂଗୀତା ଦାଶଙ୍କୁ ‘ଚକ୍ରଧର ସେନାପତି ସମ୍ମାନ’  ‘ସୁରେଶ ଚନ୍ଦ୍ର ସେନାପତି ସ୍ମୃତି ସମ୍ମାନ’ ତୁଳସୀ ମହାରଣାଙ୍କୁ ‘ସୁଧାଂଶୁବାଳା ଦାସ ସ୍ମୃତି ସମ୍ମାନ’ ମାନସ କୁମାର ମହାନ୍ତିଙ୍କୁ ‘ଭାଗବତ ମହାନ୍ତି ସ୍ମୃତି ସମ୍ମାନ’ ସୁରେଶ ପ୍ରଧାନଙ୍କୁ ‘ଜଗଦାନନ୍ଦ ପଣ୍ଡା ସ୍ମୃତି ସମ୍ମାନ’ ଅଶୋକ ଗୋଛାୟତଙ୍କୁ ‘ପିତାମ୍ବର ମହାପାତ୍ର ସ୍ମୃତି ସମ୍ମାନ’ ନେହେରୁ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା। ବାର ଆସୋସିଏସନର କୋଷାଧ୍ୟକ୍ଷ ବିଭୂତି ଭୂଷଣ କର ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ଆଶିଷ ସାମଲ, ଶାନ୍ତି ଭୂୟାଁ, ନିତ୍ୟାନନ୍ଦ ସ୍ୱାଇଁ, ଗୌର ପ୍ରସାଦ ମହାପାତ୍ର, ରମେଶ ପ୍ରସାଦ ଲେଙ୍କା, ସୁବାସ ନାୟକ, ସୁବାଷ ମିଶ୍ର, ହାଡିବନ୍ଧୁ ସିଂ, ବିନୋଦ ବିହାରୀ ବେହେରା, ହରି ପ୍ରସାଦ କର, ମମତା ସାମଲ, ନରେଶ ଚନ୍ଦ୍ର ଦାସ, ରେଣୁବଳା ସାମଲ, ରାଜୀବ ପାତ୍ର ପ୍ରମୁଖ ଶତାଧିକ ଅଧିବକ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Next Post

ମଧୁବାବୁଙ୍କ ଜୟନ୍ତୀ ଏବଂ ସ୍ୱର୍ଗତ ନିରଞ୍ଜନ ପରିଡାଙ୍କ ପାଇଁ ଶୋକସଭା

Mon Apr 28 , 2025
କେନ୍ଦ୍ରାପଡ଼ା ତା ୨୮/୪- ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ବାଣୀବିନୋଦ ସାହିତ୍ୟ ସେବା ନିକେତନ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳନ କରାଯାଇଛି । ସାହିତ୍ୟ ସେବା ନିକେତନର ସଭାପତି ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ପରିଡାଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ବିମଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading