
ପଟ୍ଟାମୁଣ୍ଡାଇ ୮/୧୦ -ରାଜ୍ୟ ସରକାର ଓଡିଶାର ସମସ୍ତ କଲେଜରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଘୋଷଣା କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତିା ମାତ୍ର ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜରେ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯାଇଛି । ଯାହାକୁନେଇ ଡିଗ୍ରୀ କଲେଜ ଛାତ୍ରୀମାନେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଦାବୀ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନନେବାରୁ ଗୁରୁବାର ମହିଳା କଲେଜ ଛାତ୍ରୀମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନକୁ ଓଲ୍ହାଇବା ସହିତ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବୀ କରି କଲେଜ ସମ୍ମୁଖରେ ଧାରଣା ଦେଇଥିଲେ । ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଛାତ୍ରୀମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓଲ୍ହାଇ ଥିବାରୁ ଜିଲ୍ଲା ପ୍ରଶାସନ ଶେଷ ଛାତ୍ରୀଙ୍କ ଦାବୀ ନିକଟରେ ମୁଣ୍ଡ ନୁଆଁଇଛି । ସରକାରୀ ନିର୍ଦେଶନାମାକୁ ବାଦ ଦେଇ କିଛି କରିବା ସମ୍ଭବ ହେଉ ନଥିବାରୁ ଶେଷରେ ଛାତ୍ରୀ ପ୍ରତିନିଧି ନିର୍ବାଚନ ନୁହେଁ ସର୍ବସମ୍ମତିକ୍ରମେ ମନୋନୟନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
