ଭୂମି ଅଧିକାର ପ୍ରଥା ପୃଥିବୀରେ ଥିବା ଯାଏଁ ଫକୀର ମୋହନଙ୍କ ସାରିଆ ଓ ଭଗିଆ ବଂଚିଥିବେ

ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

blank
ପଟ୍ଟାମୁଣ୍ଡାଇ ୨୦/୧ – ଆଧୁନିକ ଓଡ଼ିଆ ଗଳ୍ପର ଜନକ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ କାଳଜୟୀ କୃତି ପାଇଁ ରାଜ୍ୟବାସୀଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିଛନ୍ତି। ବ୍ୟାସକବି ଏକାଧାରରେ ଜଣେ କବି, ଔପନ୍ୟାସିକ, ଦାର୍ଶନିକ ଓ ସମାଜ ସଂସ୍କାରକ ଥିଲେ। ଓଡ଼ିଆ ଭାଷାର ସୁରକ୍ଷା, ଓଡ଼ିଆ ସାହିତ୍ୟର ପ୍ରଚାରପ୍ରସାର ପାଇଁ ସେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଦୁହୁଡିପୁର ଜଗନ୍ନାଥ କୋଚିଙ୍ଗ ସେଂଟର ଠାରେ ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନେ ମତ ରଖିଛନ୍ତି। ପ୍ରକୃତୀବନ୍ଧୁ ନରହରି ଦାସଙ୍କ ସଭାପତିତ୍ୱରେ ଅୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସରକାରୀ ଉପ-ଶିକ୍ଷାଅଧିକାରୀ ବ୍ରହ୍ମାନନ୍ଦ ସାମନ୍ତରାୟ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଫକୀର ମୋହନଙ୍କୁ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ବୋଲି କହିବା ସହ ସାମାଜିକ ବ୍ୟବସ୍ଥାରେ ନାରୀ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅଦମ୍ୟ ଚେଷ୍ଟା ତାଙ୍କୁ କାଳଜୟୀ କରିଛି । ଫକୀରମୋହନଙ୍କ ଅଭିନବ ଗଦ୍ୟଶୈଳୀ, କଥାସାହିତ୍ୟ ଓ କାଳ୍ପନିକ ଚରିତ୍ରଗୁଡ଼ିକ ଥିଲା ଅନନ୍ୟ । ତାଙ୍କୁ ଓଡ଼ିଆ ଭାଷାସାହିତ୍ୟର ଜନକ, କଥାସମ୍ରାଟ, ବ୍ୟାସକବି ଭାବେ ସମ୍ମାନ ଦିଆଯାଇଛି ବୋଲି ସେ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗାଳ୍ପିକ ପ୍ରଦୀପ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବ୍ୟାସକବିଙ୍କ ଫକୀର ମୋହନଙ୍କ କାଳଜୟୀ ଓ ଛ ମାଣ ଆଠ ଗୁଣ୍ଠ ଉପନ୍ୟାସ କୌଣସି ବିପର୍ଯ୍ୟୟ ହେଲେବି ନଷ୍ଟ ହେବନାହିଁ ବୋଲି ସେତେବେଳେ ଏକ ସମାରୋହରେ ପଣ୍ଡିତ ଗୋପବନ୍ଧୁ ଦାସ କହିଥିଲେ । ଆଜିତାହା ରାଜ୍ୟରୁ ଦେଶ ଓ ବିଶ୍ୱରେ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଛି। ଭୂମି ଅଧିକାର କଥା ଯେ ପର‌୍ୟନ୍ତ ଏ ପୃଥିବୀରେ ଥିବ, ସେ ଯାଏଁ ଫକୀର ମୋହନଙ୍କ ସାରିଆ ଓ ଭଗିଆ ବଂଚିଥିବେ। ଜମି ଅଧିକାର ଲାଗି ସେବେ ଜମିଦାରଙ୍କ ବିରୋଧରେ ସାରିଆ ଓ ଭଗିଆ ଲଢୁଥିଲେ। ଆଜି ସେଇ ସଂଘର୍ଷ ଭାଇ ଭାଇ, ପଡା ପଢୋଶୀ, ସରକାର ଓ କମ୍ପାନୀ ବିରୋଧରେ ପରିବର୍ତିତ ହୋଇ ଚାଲିଛି। ଭାରତୀୟ ସାହିତ୍ୟରେ ଫକୀର ମୋହନ ଭୂମି ଅଧିକାରକୁ ନେଇ ଏକ ଶାଶ୍ୱତ ଆନ୍ଦାଳନର ମହାନାୟକ ଥିଲେ। ତେଣୁ ଧୋଇ ମରୁଡିରେ ତାଙ୍କର କୃତି କ୍ଷୟ ହୋଇନାହିଁ। ଓଡିଆ ସାହିତ୍ୟରେ ଫକୀର ମୋହନ ଅମର ହୋଇ ରହିଛନ୍ତି ବୋଲି କହିଥିଲେ ।ପ୍ରାରମ୍ଭରେ ତାଙ୍କ ପ୍ରତିଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସଙ୍ଗିତଗୁରୁ ଗୁରୁ ରବିନ୍ଦ୍ର ନାୟକଙ୍କ ସ୍ୱର ସଂଯୋଜନାରେ କବି ନରହରିଙ୍କ ରଚିତ କାଳଜୟୀ ସଙ୍ଗିତକୁ କୋଚିଙ୍ଗ ସେଂଟରର ଛାତ୍ରୀଛାତ୍ର ମାନେ ପରିବେଷଣ କରିଥିଲେ । ଦୁହୁଡିପୁର ସରପଂଚ କବି ନରେଶ ମଲିକଙ୍କ ପୌରହିତରେ ଅନୁଷ୍ଠିତ କବିତା ଆସର କବି ସୁବାଷ ନାୟକ, ରୁରେଶ ବାଇ, ଅନ୍ତର୍ଯ୍ୟାମୀ ବେଜ, ପ୍ରେମାନନ୍ଦ ଦାଶ, ବେଲାଳସେନ ପରିଡା, ବାବାଜୀ ଦାସ, ପ୍ରମୋଦ ସତପଥୀ, ଗୋଲେଖ ନାୟକ, ଗୋକୁଳ ନାୟକ, ଶରତ ରାଉତ ଓ ରଶ୍ମୀରଞନ ମହାଳି ପ୍ରମୁଖ ଯୋଗ ଦେଇ କବିତା ଆବୃର୍ତି କରିଥିଲେ । ଶେଷରେ କବି ଅନ୍ତର୍ଯ୍ୟାମୀ ବେଜ ଧନ୍ୟବାଦ ଦେଇଥିଲେ । ଏହି କର୍ଯ୍ୟକ୍ରମକୁ ବାଣୀଭୂଷଣ ନାୟକ ନରହରି ମହାପାତ୍ର ସମେତ କୋଚିଙ୍ଗ ସେଂଟର ଛାତ୍ରୀଛାତ୍ର ପରିଚାଳନା କରିଥିଲେ ।

Next Post

ସଡକ ଦୁର୍ଘଟଣା ଉପରେ ଚିନ୍ତା ପ୍ରକଟ , ଭାରୀଯାନରେ ହେଲପର ନିଯୁକ୍ତି କରାଯାଉ

Tue Jan 20 , 2026
କେନ୍ଦ୍ରାପଡ଼ା,୨୦ା୧ –ସଡକ ଦୁର୍ଘଟଣା ଯୋଗୁଁ ଆମ ରାଜ୍ୟରେ ପ୍ରତିବର୍ଷ ଅନେକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଏହା ଛଡ଼ା ଅନେକ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହୋଇନପାରି ସାରା ଜୀବନ ପାଇଁ ଅକର୍ମଣ୍ୟ ହୋଇଯାଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ ଘଟଣାରେ ଯେତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି ତାଠୁ ଢେର ଗୁଣା ଅଧିକ ସଡକ ଦୁର୍ଘଟଣାରେ ମୃତ୍ୟୁ ହେଉଛି। ତେବେ ଏହାର ପ୍ରତିକାର ପାଇଁ ରାଜ୍ୟରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading