ମହିଳା ଏବଂ ଯୁବବର୍ଗଙ୍କ ଆଇନଗତ ଅଧିକାର ପ୍ରଶିକ୍ଷଣ – POCSO ଆଇନ ଉପରେ ଆଲୋଚନା

blank

ପଟ୍ଟାମୁଣ୍ଡାଇ ୨୫/୬ -ମହିଳା ଏବଂ ଯୁବବର୍ଗଙ୍କ ମଧ୍ୟରେ ଆଇନଗତ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗୁରୁବାର ମୁକୁଲ ମାଧବ ଫାଉଣ୍ଡେସନ୍ ଏବଂ ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମିଳିତ ସହେଯାଗରେ ଆକ୍ସନଏଡ୍ ଆସୋସିଏସନ୍ ଦ୍ୱାରା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ମିଶନ ଶକ୍ତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମୀୟ ମହିଳା ଏବଂ ଯୁବକ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଦେବଦତ ସେଠୀ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଶିଶୁମାନଙ୍କ ଉପରେ ଯୌନ ନିର୍ଯାତନା, ଶୋଷଣ ଓ ଅପବ୍ୟବହାର ରୋକିବା ପାଇଁ ପୋସ୍କ ଆଇନ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ସୁରକ୍ଷା ପ୍ରଦାନ କରିଥାଏ। ଏହି ଆଇନ ଅନୁଯାୟୀ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧର ତ୍ୱରିତ ତଦନ୍ତ ଓ ବିଚାର ବ୍ୟବସ୍ଥା ରହିଛି। ପ୍ରଶିକ୍ଷଣରେ ଅଂଶଗ୍ରହଣକାରୀମାନଙ୍କୁ ପୋସ୍କ ଆଇନର ମୁଖ୍ୟ ବ୍ୟବସ୍ଥା, ଶିଶୁ ସୁରକ୍ଷାରେ ଅଭିଭାବକ ଓ ସମାଜର ଭୂମିକା, ସାଇବର ମାଧ୍ୟମରେ ହେଉଥିବା ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ଦେବା ଉପାୟ ଏବଂ ଅପରାଧ ସମ୍ପର୍କରେ ଅଭିଯୋଗ କରିବାର ପ୍ରକ୍ରିୟା ବିଷୟରେ ଅବଗତ କରାଯାଇଥିଲା। ମହିଳା ଏବଂ ଯୁବବର୍ଗଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ସହିତ ଶିଶୁ ସୁରକ୍ଷା ପ୍ରତି ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ। ଆଇନଗତ ସଚେତନତା ଦ୍ୱାରା ହିଁ ଶିଶୁ ନିର୍ଯାତନା ଓ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ରୋକାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ। ପ୍ରକଳ୍ପ ସଂଯୋଜକ ସୁଶ୍ରୀ ସଙ୍ଗୀତା ବଳ ଭାରତୀୟ ସମ୍ବିଧାନ ମହିଳାମାନଙ୍କୁ ସମାନତା, ସୁରକ୍ଷା ଏବଂ ସଶକ୍ତିକରଣ ପ୍ରଦାନ କରିବା ସହ ଅନେକ ଆଇନଗତ ଅଧିକାର ପ୍ରଦାନ କରଥିଲେ । ଆକ୍ସନଏଡ୍ ଦଳର ସଦସ୍ୟ ସବିତା ରାଉତ ଏବଂ ସଞ୍ଜୁକ୍ତା ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା, ଯୁବତୀ/ଯୁବକ ଓ ସାମାଜିକକର୍ମୀ ମାନେ ଅଂଶଗ୍ରହଣ କରିଥିଲେ।

Next Post

ଆରଡି ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟରେ ମାଡ

Thu Jun 25 , 2026
କେନ୍ଦ୍ରାପଡ଼ା,୨୫ା୬:କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ(ଆରଡି)ଡିଭିଜନ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟ ଭିତରେ ମାଡ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସାଦର ଥାନା ଅଧିନ ଇଛାପୁରସ୍ଥିତ ଗ୍ରାମ୍ୟଉନ୍ନୟନ(ଆରଡି) ଡିଭିଜନ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶୈଳେନ୍ଦ୍ର କୁମାର ବିଶ୍ୱାଳ ତାଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୨୪ତାରିଖ ବୁଧବାର ଅପରାହ୍ନ ସାଢେ ତିନିଟା ବେଳେ କେନ୍ଦ୍ରାପଡାର ସଂଗ୍ରାମ କିଶୋର ଜେନା ଓ ତାଙ୍କ ସହଯୋଗୀମାନେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading