ପୋଖରିଆପଡା ଗାଁ ରାସ୍ତା ଜବର ଦଖଲ ଉଛେଦ ଶେଷ

blank
ପଟ୍ଟାମୁଣ୍ଡାଇ, ୨୦/୬. ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୩ ଧରି ଚାଲିଥିବା ଜବର ଦଖଲ ଉଛେଦ ଶନିବାର ଶେଷ ହୋଇଛି । ଗତକାଲି ଜବରଦଖଲ ଉଛେଦ ବନ୍ଦ ଥିବା ସ୍ଥାନରୁ ସରକାରୀ ଜାଗା ମାପ କରାଯାଇ ଜବର ଦଖଲ ଉଛେଦ ଆରମ୍ଭ କରାଯାଇଥିଲା । ଜେସିବି ଦ୍ୱାରା ରାସ୍ତାରୁ ଜବରଦଖଲ ଉଛେଦ କରାଯାଇଥିଲା । ପ୍ରଥମ ଦିନ ୩ଶହ ମିଟର ୨ୟ ଦିନ ୪୦୦ ମିଟର ଉଛେଦ କାର୍ଯ୍ୟ କରା ଯାଇଥିବାବେଳେ ଶନିବାର ବାକିଥିବା ୬ଶହ ମିଟର ଜବର ଦଖଲ ଉଛେଦ କରାଯାଇ ଏହି ଅଭିଯାନ ସମାପ୍ତ କରାଯାଇଛି । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ଠାରୁ ପୋଖରିଆପଡା ଗାଁ ଦଣ୍ଡା ମୁଣ୍ଡ ପର୍ଯ୍ୟନ୍ତ ମୋଟ ୧୩ଶହ ମିଟର ଉଛେଦ କାରାଯାଇଛି ବୋଲି ପଟ୍ଟାମୁଣ୍ଡାଇ ପୈାରନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କହିଛନ୍ତି । ଏହି ମାପଚୁପ ଓ ଜବର ଦଖଲ ଉଛେଦ କାର୍ଯ୍ୟକ୍ରମରେ ଆଳିର ଅତିରିକ୍ତ ତହସିଲଦାର ମାନସ କୁମାର ସ୍ୱାଇଁ , ପଟ୍ଟାମୁଣ୍ଡାଇ ରାଜସ୍ୱ ନିରୀକ୍ଷକ ଲାଲୁ ଚୈାଧୁରୀ , ଅମିନ ବବୁଲ କୁମାର ପଢିହାରୀ , ପୈାରାଚଂଳ କନିଷ୍ଠ ଯନ୍ତ୍ରୀ ପ୍ରମୋଦ ସାମାଲ , ଅମିନ ବିପିନ ବିହାରୀ ସେଠୀ , ଜନସ୍ୱାସ୍ଥ୍ୟ କନିଷ୍ଠ ଯନ୍ତ୍ରୀ ସୁଦାମ ସାହୁ , ପ୍ରଫୁଲ୍ଲ ଦାଶଙ୍କ ସହିତ ପୋଲିସ ଫୋର୍ସ ସାମିଲ ହୋଇଥିଲେ ।

Next Post

ପଟ୍ଟାମୁଣ୍ଡାଇ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ

Mon Jun 22 , 2026
ପଟ୍ଟାମୁଣ୍ଡାଇ ୨୨/୬ – ପଟ୍ଟାମୁଣ୍ଡାଇ ଜଳସମ୍ପଦ କାର୍ଯ୍ୟାଳୟ ଠାରେ ଶାସନ ପଂଚାୟତର କେତେକ ଅଧିବାସୀ ଆମରଣ ଅନଶନରେ ବସିଛନ୍ତି । ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନହୋଇ ମିଥ୍ୟା ବିଲ କରି ଅର୍ଥ ହଡପ କରାଯାଇଥିବା ଅନଶନକାରୀମାନେ ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଆମରଣ ଅନଶନ ଦେଇଛନ୍ତି ।  ଅନଶନରତ ପ୍ରଶାନ୍ତ ମହାନ୍ତି, ଧ୍ରୁବ ପାଣ୍ଡ୍ୱ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading