କାଶ୍ମୀର ଆତଙ୍କବାଦୀ ହମଲା, ପଟ୍ଟାମୁଣ୍ଡାଇ ନଗର ଛାତ୍ର କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

blank
ପଟ୍ଟାମୁଣ୍ଡାଇ ତା ୨୯/୪- କାଶ୍ମୀର ପହେଲଗାମ ଠାରେ ଆତଙ୍କବାଦୀ ହମଲାରେ ମୃତକ ପ୍ରତି ପଟ୍ଟାମୁଣ୍ଡାଇ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।  ଏହି ଉପଲକ୍ଷେ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ହସ୍ପିଟାଲ ଛକ ଠାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ସ୍ଥାନୀୟ ଶ୍ରୀରାମ ମନ୍ଦିର ନିକଟରେ ପହଂଚି ଥିଲା ।  କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁ ପ୍ରସାଦ ଜେନାଙ୍କ ନେତୃତ୍ୱରେ ରାଜ୍ୟ ଯୁବକଂଗ୍ରେସ ନେତା ଅଜୟ ପଣ୍ଡା,ପଟ୍ଟାମୁଣ୍ଡାଇ ନଗର ଛାତ୍ର କଂଗ୍ରେସ ସଭାପତି ଦିବେଶ ରାଜ, ଅମୂଲ୍ୟ ମଲିକ, ନବଜ୍ୟୋତି ବାରିକ ପ୍ରମୁଖ ବହୁ ଯୁବ ଛାତ୍ର କଂଗ୍ରେସ କର୍ମୀ ହିନ୍ଦୁସ୍ତାନ ଜିନ୍ଦାବାଦ ଓ ପାକିସ୍ତାନ ମୁର୍ଦାବାଦ ଧ୍ଵନି ଦେଇ ମଶାଲ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ ।

Next Post

କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ କେନ୍ଦ୍ରାପଡା ବ୍ଲକ କୋରୋ ପଞ୍ଚାୟତରେ ପବିତ୍ର ଅକ୍ଷୟ ତୃତୀୟା ପାଳିତ

Wed Apr 30 , 2025
କେନ୍ଦ୍ରାପଡା, ୩୦ା୪: ଆଜି କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ କେନ୍ଦ୍ରାପଡା ବ୍ଲକ କୋରୋ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଧାୟକ ଗଣେଶ୍ୱର ବେହେରା ପୌରହିତ୍ୟ କରି ପବିତ୍ର କୃଷି ପର୍ବ ଅକ୍ଷୟ ତୃତୀୟାର ତାତ୍ପର୍ଯ୍ୟ ବିଷୟରେ କହିଲେ ଯେ ଏହି ଦିନ ତ୍ରେତୟା ଯୁଗ ଆରମ୍ଭ ହୋଇଥିଲା । ଏହିଦିନ ଦ୍ୱାରକାଧିପତି ଶ୍ରୀକୃଷ୍ଣ ଦରିଦ୍ର ସୁଦାମାଙ୍କୁ ଧନ ସମ୍ପତ୍ତି ଦାନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading