ଜିଲ୍ଲାପାଳଙ୍କୁ ଅଭିଯୋଗ କଲା ଜନଶକ୍ତି ପାର୍ଟି , ଦାବି ପୂରଣ ନହେଲେ ଗଣଧାରଣା

blank
କେନ୍ଦ୍ରାପଡା,୨ା୬: କେନ୍ଦ୍ରାପଡା ମ୍ୟୁନିସିପାଲିଟି ୧୫ ନଂ ୱାର୍ଡରେ ଥିବା ୧୦୦ ବର୍ଷର ଦୁଇଟି କଲଭର୍ଟ କିଛି ଖଳ ପ୍ରକୃତିର ଲୋକ ମାଟି ପକାଇବା ଦ୍ୱାରା ଜଳ ନିଷ୍କାସନ ହେଉ ନାହିଁ । ଯାହା ଫଳରେ ଟିକେ ବର୍ଷାହେଲେ ୧୫ନଂ ୱାର୍ଡରେ ପାଣି ଯାଇ ନପାରିବାରୁ ସେଠାରେ ରହୁଥିବା ପୌରବାସୀମାନେ ନାହି ନଥିବାର ଅସୁବିଧା ଭୋଗୁଛନ୍ତି । ତେଣୁ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ ଓ ସେଠିକାର ବାସିନ୍ଦାମାନେ ସୋମବାର ଦିନ ମ୍ୟୁନିସିପାଲିଟି ଟାଉନହଲ୍‌ରେ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ଯଦି ବର୍ଷାଋତୁ ଭିତରେ ତୁରନ୍ତ କାର୍ଯ୍ୟ ନହେଲେ ଗଣଧାରଣା ଦିଆଯିବ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ମ୍ୟୁନିସିପାଲିଟିର ୧୫ ନଂ ୱାର୍ଡରେ ଥିବା ୧୦୦ ବର୍ଷର ଦୁଇଟି କଲଭଟ କିଛି ଖଳ ପ୍ରକୃତିର ଲୋକ ମାଟି ପକାଇବା ଦ୍ୱାରା ଜଳ ନିଷ୍କାସନ ହେଉନାହିଁ । ଫଳରେ ନହେବାରୁ ନୁର ମସ୍‌ଜିଦ୍ ସମ୍ମୁଖରେ ଆଣ୍ଠୁଏ ପାଣି ଜମିବା ଦ୍ୱାରା ବିଭିନ୍ନ ରୋଗ, ଏପରିକି କରୋନା ବ୍ୟାପିବାର ସମ୍ଭାବନା ସଂପୃକ୍ତ କଣ୍ଟ୍ରାକ୍ଟର ରାସ୍ତା କାର୍ଯ୍ୟ ନକରିବା ନେଇ ଶ୍ରୀ ଦାଶ କ୍ଷୋଭ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡା ତହସିଲଦାର ନିଯୁକ୍ତି ନହେବା ଦ୍ୱାରା ଅନେକ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଏହି ଅଭିଯୋଗ ବେଳେ ସେକ୍ ବୁନା, ବାବୁଲି ପଣ୍ଡା, ସେକ୍ ସରତଭଲା, ସେକ୍ ଅନିରୁଦ୍ଦିନ, ନାରାୟଣ ମଲ୍ଲିକ, ବନମାଳି ମଲିିକ, ପୀତବାସ ଦାସ, ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ତୁରନ୍ତ ଜଳ ନିଷ୍କାସନ ନହେଲେ ଜନଶକ୍ତି ପାର୍ଟି ତରଫରୁ ଗଣଧାରଣା ଦିଆଯିବ ବୋଲି ସଭାପତି ଶ୍ରୀ ଦାଶ କହିଛନ୍ତି ।

Next Post

ରାଜ୍ୟରେ କୋଭିଡ ମାମଲା ସଂଖ୍ୟା ୧୫କୁ ବୃଦ୍ଧି

Mon Jun 2 , 2025
Bhubaneswar, ୨/୬- ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି ଏବଂ ନୂଆ ତିନୋଟି ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ସକ୍ରିୟ ପଜିଟିଭ ମାମଲା ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ମାମଲା ସଂଖ୍ୟା ୧୨ ଥିଲା, କିନ୍ତୁ ସ୍ୱାସ୍ଥ୍ୟ ବିଭାଗକୁ ଗତ ରାତି ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading