
କେନ୍ଦ୍ରାପଡ଼ା,୧୬ା୬:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁର ସ୍ଥିତ ରେସଓ୍୍ୱା ଶିଶୁ୍ ଯତ୍ନ ଅନୁଷ୍ଠାନରେ ରଜ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । କିଟ ଓ କିସ୍ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ.ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ୱବଧାନ ଓ ସମାଜ ସେବୀ ଦିଲ୍ଲୀପ ନାୟକଙ୍କ ପ୍ରତିନିଧିତ୍ୱରେ ରେସୱା ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କୁ ନୂତନ ବସ୍ତ୍ର ଏବଂ ସମସ୍ତ ପିଲାମାନଙ୍କ ରଜ ଉପକରଣ ମାନ ଯୋଗାଇ ଦିଆଯାଇଛି। ଫଳରେ ପିଲାମାନେ ରଜ ମହୋତ୍ସବକୁ ଧୁମଧାମରେ ପାଳନ କରିଛନ୍ତି । ଅନୁଷ୍ଠାନର ଅନ୍ତେବାସୀ ଶିଶୁମାନେ ଖୁସିରେ ରଜ ପାଳନ କରିବା ସହିତ ଡ.ଅଚ୍ୟୁତ ସାମନ୍ତ ଏବଂ ତାଙ୍କ ପ୍ରତିନିଧି ଦିଲ୍ଲୀପ ନାୟକଙ୍କୁ ଖୁବ ପ୍ରଂଶସା କରିଛନ୍ତି । ଏଥିସହିତ ଅନୁଷ୍ଠାନର ଅଧୀକ୍ଷିକା ମିନତୀ ମହାରଣା ମଧ୍ୟ ଡ. ସାମନ୍ତଙ୍କୁ ପ୍ରଂଶସା କରିବା ସହ ସାଧୁବାଦ ଜଣାଇଛନ୍ତି ।
