ମହିପାଳ ଗ୍ରାମୀଣ ମହୋତ୍ସବ ଉଦଘାଟିତ

blank
କେନ୍ଦ୍ରାପଡ଼ା,୨୫ା୩ : କେନ୍ଦ୍ରାପଡା ସହରର ମହିପାଳ ଠାରେ ମହିପାଳ ଗ୍ରାମୀଣ ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ରଞ୍ଜିତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଗେଇ ଫିତାକାଟି ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଗ୍ରାମୀଣ ମହୋତ୍ସବକୁ ଉଦଘାଟନ କରଥିଲେ। ମାରୂତି ସୁଜୁକି ଏରିନା ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଗ୍ରାମୀଣ ମହୋତ୍ସବର ଉଦେଶ୍ୟ ହେଉଛି ଗ୍ରାମାଞ୍ଚଳର ସ୍ୱଳ୍ପଆୟକାରୀ ଲୋକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ମାରୂତି ସୁଜୁକି ଏରିନା କମ୍ପାନୀର ବିଭିନ୍ନ ଡିଜାଇନ୍‌ର କାର ଯୋଗାଇଦେବା। ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ସ୍ଥାନୀୟ କାଉନସିଲରଙ୍କ ପ୍ରତିନିଧି ପ୍ରଦୀପ କୁମାର ନାୟକ, କାଉନସିଲର ଉମେଶ ନାୟକ, ଚୈାଧୁରୀ ସୁକୁମାର ଦାସ, ରମେଶ ଦାସ, ସେକ ଅସଲମ, ମହିପାଲିନୀ କ୍ଲବର ସଭାପତି ପ୍ରଭାଶିଷ ମହାନ୍ତି, ସମାଜସେବୀ ମହେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ସାହୁ କହିଥିଲେ ଯେ ମାରୁତି କମ୍ପାନୀ ପକ୍ଷରୁ କେନ୍ଦ୍ରାପଡାର ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କମ୍ପାନୀ ମ୍ୟାନେଜର ଅଶୋକ ସାହୁ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ କେଶବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ସମେତ ଗ୍ରାମାଞ୍ଚଳରୁ ଶତାଧିକ ଲୋକ ଯୋଗଦେଇଥିଲେ।

Next Post

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦ୍ୱାରା ସହାୟକ ଉପକରଣ ବଣ୍ଟନ

Tue Mar 25 , 2025
କେନ୍ଦ୍ରାପଡା,୨୫/୩:-ଆଜି ଅପରାହ୍ଣ ୫ ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ପ୍ରଥମ ଥର ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସହାୟକ ଉପକରଣ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading