ସିଟି ବସ ଧକ୍କାରେ ସ୍କୁଟର ଆରୋହୀ ମୃତ

blank
କେନ୍ଦ୍ରାପଡ଼ା,୩୦ା୬: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କେନ୍ଦ୍ରାପଡ଼ା-ଇନ୍ଦୁପୁର ରାସ୍ତାର ରାମଚନ୍ଦ୍ରପୁର ଛକ ନିକଟରେ ଏକ ବସ ଧକ୍କାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ସଦର ଥାନା ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମର ଉତ୍ତମ ସାହୁ। ଖବର ନେବାରୁ ଜଣାପଡିଛି ଯେ ଉତ୍ତମ ରାମଚନ୍ଦ୍ରପୁର ଠାରେ ଏକ ତେଜେରାତି ଦୋକାନ କରି ପରିବାର ପୋଷଣ କରନ୍ତି । ସେ ବାରିମୂଳକୁ କୌଣସି କାର୍ଯ୍ୟରେ ଯାଇଥିଲେ। ଦିନ ପ୍ରାୟ ୨ଟା ରେ ନିଜ ଘରକୁ ଏକ ସ୍କୁଟର ଯୋଗେ ଫେରୁଥିବା ବେଳେ ପଛ ପଟୁ ଆସୁଥିବା ଏକ ସରକାରୀ ସିଟି ବସ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉତ୍ତମଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। କିନ୍ତୁ ସେ ବଞ୍ଚିଥିବା ଭାବି ସ୍ଥାନୀୟ ଲୋକେ ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନା ନେଇଥିଲେ। ହେଲେ ସେତେବେଳକୁ ତାଙ୍କ ଜୀବନ ଦ୍ୱୀପ ଲିଭି ଯାଇଥିଲା। ଫଳରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ସରକାରୀ ସିଟି ବସ ଚାଳକ ବେପରୁଆ ଭାବେ ଗାଡି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସଦରଥାନା ପୋଲିସ ବସ ଓ ସ୍କୁଟିକୁ ସଦରଥାନକୁ ନେଇ ଏକ ମାମଲା ଋଜୁ କରି ତଦନ୍ତ କରୁଛି ।

Next Post

ବଡ଼ମୋହନପୁରରେ ଜଗନ୍ନାଥ ମନ୍ଦିର ପାଇଁ ଶୁଭ ଦେଲେ ବିଧାୟକ

Mon Jun 30 , 2025
ପଟ୍ଟାମୁଣ୍ଡାଇ ତା ୩୦/୬- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୋହନପୁର ପଂଚାୟତ ବାଇପାଟଣା ଠାରେ ମହପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶୁଭ ଦେଇଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ଏହି ଶୁଭଦାନ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବଡ଼ମୋହନପୁର ସରପଞ୍ଚ ପ୍ରତିନିଧି ରାମ ଚଦ୍ର ରାଉତ ପୂର୍ବତନ ସରପଞ୍ଚ ରବୀନ୍ଦ୍ର ବେହେରା ସାନଜରିଆ ସମବାୟ ସମିତି ସଭାପତି ନିକୁଞ୍ଜ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading