ଠିକା କାମରେ ଲାପରବାହି , ପିଚୁ ରାସ୍ତାରେ ପଡିରହିଲା ମାଟି , ବର୍ଷାରେ ବାଇକ ଚକା ଖସି ୨ ଆହତ

blank
ପଟ୍ଟାମୁଣ୍ଡାଇ୧୯ା୨:କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳରାସ୍ତା ପାଶ୍ୱରେ ଜଣେ ଠିକାଦାର ନୟନଜୋରି ପୋତେଇ ପାଇଁ ମାଟି କାମ କରିଥିଲେ । ହେଲେ କମବେଳେ ପିଚୁ ରାସ୍ତାରେ ଚିକିଟା ମାଟି ପଡିରହିଥିଲା । ବୁଧବାର ସଂନ୍ଧ୍ୟାରେ ବାର୍ଷା ହେବାରୁ ମାଟି ରାସ୍ତାକୁ ବୋହିଆସି କାଦୁଅ ହୋଇଯାଇଛି। ଫଳରେ ଏହି ରାସ୍ତା ଦେଇ ଚଳାଚଳ  କରୁଥିବା ଗାଡ଼ି ଚକା ଖସି ୨ ବାଇକ ଆରୋହୀ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଚିକିତ୍ସା ହେଉଛନ୍ତି। ଫଳରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇବାରୁ ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହୀନ ନିୟୋଜିତ କରାଯାଇ ରାସ୍ତା ସଫେଇ କାର୍ଯ୍ୟ ଚାଲିଥିବା ଦେଖିବକୁ ମିଳିଛି ।

blankଏହି ରାସ୍ତା ସ୍ଥାନୀୟ ଅଂଚଳର ଲାଇଫ୍‌ଲାଇନ୍ କହିଲେ ଚଳେ। ପ୍ରତିଦିନ ଏହି ରାସ୍ତାରେ ପାଖାପାଖି ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଯାତାୟାତ କରନ୍ତି। ଏଠି ଏକାଧିକ ଶିକ୍ଷାନୁଷ୍ଠାନ ରହିଛି। ଏହି ରାସ୍ତା ଦେଇ ଲୋକେ ପଟ୍ଟାମୁଣ୍ଡାଇ, ରାଜନଗର, ଭିତରକନିକା ମହାକାଳପଡା, ବଡପଡା ଆଦି ବଜାରକୁ ଲୋକେ ଯାତାୟାତ କରନ୍ତି। ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ପ୍ରଶାସନ ଅଣଦେଖା କରି ହତଆଦର କରି କେତେକ ଲୋକେ ଏପରି କରୁଥିବାରୁ ତହସିଲଦାର ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Next Post

ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Thu Feb 20 , 2025
କେନ୍ଦ୍ରାପଡ଼ା,୨୦ା୨: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡାରେ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ ଦ୍ୱାରା ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି ହେବା ସହିତ ଆମ ଜିଲ୍ଲାରେ ବହୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading