ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ଯୋଗଦେଇ ସରକାରଙ୍କ ସଫଳତାକୁ ଉପସ୍ଥାପନା କଲେ ମନ୍ତ୍ରୀ

blank

କେନ୍ଦ୍ରାପଡ଼ା,୧୮ା୬: ବର୍ଷ ଏକ ଉପଲବ୍ଧି ଅନେକ। ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଉପଲବ୍ଧିକୁ ଲୋକଙ୍କ ପାଖକୁ ପହଁଞ୍ଚେଇବା ଉଦ୍ଦେଶ୍ୟ ନେଇ ଗତ ୧୨ ତାରିଖ ଠାରୁ ଆୟୋଜିତ ହୋଇଥିବା ବିକାଶ ମେଳାର ଶେଷ ଦିବସରେ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ତଥା ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଛନ୍ତି ।ବୁଧବାର ଶ୍ରୀବଳଦେବଜୀଉଙ୍କ ମାଉସୀମା ମନ୍ଦିର ନିକଟରେ ଆୟୋଜିତ ହେଉଥିବା ବିକାଶ ମେଳାରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ବିକାଶ ମେଳାରେ ମହାକାଳପଡା ବିଧାୟକ ପ୍ରସ୍ତୁତ କରିଥିବା ବର୍ଷକର ଶ୍ୱେତପତ୍ର ପୁସ୍ତକକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ। କେନ୍ଦ୍ରସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଓ ଓଡିଶା ସରକାରଙ୍କ ୧ ବର୍ଷ ପୂର୍ତ୍ତି ପରେ ବିକାଶ ମେଳା ଜରିଆରେ ଲୋକଙ୍କ ପାଖକୁ ସଫଳତାର ଉପଲବ୍ଧି ଜଣେଇବାକୁ ଆସିଥିବା କଥା ମନ୍ତ୍ରୀ କହିଛନ୍ତି । ଡବଲ ଇଞ୍ଜିନ ସରକାର ଯାହା ପ୍ରତିଶୃତି ଦେଇଛନ୍ତି ତାକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି । ବିକଶିତ ଭାରତ ଓ ବିକଶିତ ଓଡିଶା ଲକ୍ଷ୍ୟକୁ ପୁରଣ କରିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ,ସାଂସ୍କୃତିକ ପର୍ଯ୍ୟଟନର ବିକାଶ, ଅତ୍ୟାଧୂନିକ ଖେଳ ପଡିଆ, ଜାତୀୟ ଶିକ୍ଷା ନୀତି ସମେତ ଅନ୍ୟ ସମସ୍ତ କ୍ଷେତ୍ରର ବିକାଶ ନିମନ୍ତେ ଓଡିଶା ସରକାର କାର୍ଯ୍ୟ କରୁଛନ୍ତି। ଆପଣ ମାନଙ୍କ ପାଇଁ ଡବଲଇଞ୍ଜିନ ସରକାର ଗଠନ ହେଇପାରିଛି। ଆମେ ଆପଣ ମାନଙ୍କୁ ପ୍ରତିଶୃତି ଦେଇଛୁ। ବର୍ଷକ ଭିତରେ ଆମେ ପାଳନ କରିଛୁ । କିନ୍ତୁ ରାସ୍ତା ଲମ୍ବା ଅଛି ଆମକୁ ଆହୁରି ବହୁତ କାମ କରିବାକୁ ପଡିବ ସେଥିପାଇଁ ଆପଣମାନଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ। କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ପ୍ରକଳ୍ପ ହାତକୁ ନିଆଯାଉଛି । ଆପଣ ମାନେ ଆଉ ଅଳ୍ପ ଦିନ ମଧ୍ୟରେ ଜାଣିପାରିବେ। ସେଥିପାଇଁ ଆପଣ ମାନଙ୍କ ବିଶ୍ୱାସ ଓ ଆଶୀର୍ବାଦ ଥାଉ। ଆମ ସରକାର କଥା ଦେଇ କଥା ରଖି ଲୋକଙ୍କ ହିତପାଇଁ କାମ କରେ। ଆମ ସରକାର ଲୋକଙ୍କ ସରକାର, ଆମେ ଲୋକଙ୍କ ପାଖକୁ ପହଞ୍ଚି ସମାଧାନର ବାଟ କାଢୁ। ଆମେ ଆଗକୁ ମଧ୍ୟ କାର୍ଯ୍ୟ ଜାରିରଖିବୁ ବୋଲି ମନ୍ତ୍ରୀ କହିଥିଲେ। ଶେଷରେ ମନ୍ତ୍ରୀ ଅନ୍ତଦୋୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିବା ବେଳେ ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତା, ନୂତନ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ। ଏଥିସହିତ ଜିଲ୍ଲା ସ୍ତରୀୟ ଶୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଶ୍ରେଷ୍ଠ ତିନି ଗୋଷ୍ଠୀକୁ ମଧ୍ୟ ପୁରସ୍କାର ପ୍ରଦାନ କରିଥିଲେ।

Next Post

ଜନଚେତନା ବହୁମୁଖୀ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ,

Wed Jun 18 , 2025
ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସଶକ୍ତ ଓ ଅଗ୍ରଣୀ ସମବାୟ ଅନୁଷ୍ଠାନ ଗୁଡ଼ିକର ମୂଳ ଆଧାର : ସଭାପତି ଶ୍ରୀଦାସ କେନ୍ଦ୍ରାପଡ଼ା,୧୮/୬ – କେନ୍ଦ୍ରାପଡ଼ା ଜନଚେତନା ବହୁମୁଖି ସମବାୟ ସମିତି ଲିଃର ବାର୍ଷିକ ସାଧାରଣ ସଭା ଆଜି ସ୍ଥାନୀୟ ଡ଼େଷ୍ଟିନେସନ ମଣ୍ଡପ ଠାରେ ସମିତିର ପରିଚାଳନା ପରିଷଦ ସଭାପତି ତଥା ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିଜ ବକ୍ତବ୍ୟରେ ସଭାପତି ଶ୍ରୀଦାସ କହିଥିଲେ ସ୍ୱଚ୍ଛତା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading