
ଭାରତରେ ବହୁ ପ୍ରାଚୀନ କାଳ ରାଜାମହାରାଜାଙ୍କ ସମୟରେ ବିଭିନ୍ନ ସ୍ଥାନରେ ଗୁରୁକୁଳ ସ୍ଥାପନ କରାଯାଇ ବିଦ୍ୟା, ଶାସ୍ତ୍ର ଓ ଶିକ୍ଷାକୁ ସମ୍ମାନ ଦିଆଯାଇ ଆସୁଥିଲା। ଅନେକ ଗୁରୁକୁଳରେ ଏତେ ବିଷୟରେ ଶିକ୍ଷା ପ୍ରଦାନ କରାଯାଉଥିଲା ଯେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ । ଆଉ ସେଗୁଡିକ ସ୍ୱତଃ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇ ଯାଇଥିଲା। ସେହି ସମୟରେ ବିଶେଷ ପ୍ରତିଷ୍ଠା ଲାଭ କରିଥିବା ବିଶ୍ୱବିଦ୍ୟାଳୟ ହେଉଛି– ତକ୍ଷଶିଳା, ନାଳନ୍ଦା, ବିକ୍ରମଶିଳା, ବଲ୍ଲଭି, ପୁଷ୍ପଗିରି, ଉଦନ୍ତପୁରୀ, ସୋମପୁର, ରତ୍ନଗିରି ଓ ଜାଗଦଳ। ଏଗୁଡିକର ଏଭଳି ସୁନାମ ଥିଲା ଯେ ବିଦେଶରୁ ହଜାର ହଜାର ବିଦ୍ୟାର୍ଥୀ ଆକୃଷ୍ଟ ହୋଇ ଅଧ୍ୟୟନ କରିବା ନିମନ୍ତେ ଭାରତକୁ ଆସୁଥିଲେ।
୧୮୩୫ ଫେବୃୟାରୀ ୨ ତାରିଖରେ ମାଇକେଲ ବ୍ରିଟିଶ୍ ପାର୍ଲାମେଣ୍ଟରେ ଭାରତୀୟ ଶିକ୍ଷା ପ୍ରଣାଳୀ ଉପରେ ଭାଷଣ ଦେଇଥିଲେ। ସେ୍ କହିଥିଲେ ସମଗ୍ର ଭାରତବର୍ଷ ବୁଲିଛି ଓ ଦେଖିଥିଲେି। କେଉଁଠି ହେଲେ ଗୋଟିଏ ଭିକାରିଟିଏ ଦେଖିବାକୁ ପାଇନଥିଲେ । ସେତେବେଳେ ସୁରତ ସହରର ଲୋକମାନଙ୍କ ପାଖରେ ଯେତିକି ସମ୍ପତ୍ତି ଅଛି, ୟୁରୋପର ସବୁ ସହରର ସମ୍ପତ୍ତି ମିଶିଲେ ସମାନ ହେବ ନାହିଁ। ଭାରତରେ ଯେତେ ଧନ-ବୈଭବ ଓ ସମ୍ପତ୍ତି ଅଛି ସେସବୁ ଭାରତବର୍ଷର ଉନ୍ନତ ଶିକ୍ଷା ବ୍ୟବସ୍ଥାରୁ ହିଁ ସମ୍ଭବ ହୋଇପାରିଛି। ଭାରତରେ ପ୍ରାୟ ଶତ ପ୍ରତିଶତ ସାକ୍ଷର ଅଛନ୍ତି। ଦକ୍ଷିଣ ଭାରତରେ ସାକ୍ଷର ସଂଖ୍ୟା ଅଧିକ । ପଶ୍ଚିମର ସାକ୍ଷର ସଂଖ୍ୟା ୯୮% । ଉତ୍ତର ଭାରତରେ ପ୍ରାୟ ୮୬%, ମଧ୍ୟଭାରତରେ ସାକ୍ଷର ସଂଖ୍ୟା ୮୭% । ମୁଁ ଦୃଢ଼ତାର ସହ କହିପାରେ ଯେ ସମ୍ପୂର୍ଣ୍ଣ ଭାରତ ପ୍ରାୟତଃ ସାକ୍ଷର ଅଟନ୍ତି। ଭାରତରେ ୭ ଲକ୍ଷ ୩୨ ହଜାର ରାଜସ୍ୱ ଗ୍ରାମ ଅଛି। ଏମିତି କୌଣସି ଗ୍ରାମ ନାହିଁ ଯେଉଁଠାରେ ବିଦ୍ୟାଳୟ ନାହିଁ । ଏଠାରେ ସ୍କୁଲଗୁଡିକୁ ଗୁରୁକୁଳ ବୋଲି କୁହାଯାଏ। ସମସ୍ତ ବର୍ଗର ଲୋକଙ୍କୁ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଗୁରୁକୁଳଗୁଡ଼ିକରେ ୧୮ ଗୋଟି ବିଦ୍ୟା ଶିକ୍ଷା ଦିଆଯାଏ। ଯାହାକୁ ଅଷ୍ଟାଦଶ ବିଦ୍ୟା କୁହାଯାଏ । ସେଗୁଡିକ ହେଲା- ଗଣିତ, ଖଗୋଳ ଶାସ୍ତ୍ର, ଚିକିତ୍ସା ଶାସ୍ତ୍ର, ଧାତୁ ବିଜ୍ଞାନ, କାରିଗରି (ଇଞ୍ଜିନିୟରିଂ), ରସାୟନ ଶାସ୍ତ୍ର, ସଙ୍ଗୀତ ନୃତ୍ୟ, ସାହିତ୍ୟ, ଭାଷା ବିଜ୍ଞାନ, ବିଜ୍ଞାନ ସମ୍ବନ୍ଧୀୟ ଶାସ୍ତ୍ର, ଜ୍ୟୋତିଷ, ମୂର୍ତ୍ତି ନିର୍ମାଣ ଓ ବାସ୍ତୁଶାସ୍ତ୍ର ଇତ୍ୟାଦି। ଗୋଟିଏ ବିଷୟରେ ବିଦ୍ୟାର୍ଥୀ ସ୍ୱୟଂ ସମ୍ପୂର୍ଣ୍ଣ ହେବା ପରେ ଅନ୍ୟ ବିଷୟରେ ଅଧ୍ୟୟନ କରିବାର ସୁବିଧା ଅଛି। ଗୋଟିଏ ଗୋଟିଏ ଗୁରୁକୁଳରେ ୨୦୦ରୁ ୨୦,୦୦୦ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ପଢ଼ନ୍ତି। ଗୁରୁକୁଳଗୁଡ଼ିକରେ ବିଦ୍ୟା ଓ ଶିକ୍ଷା ଉଭୟେ ପ୍ରଦାନ କରାଯାଏ। ନୈତିକତା, ଆଧ୍ୟାତ୍ମିକତା ଓ ନ୍ୟାୟ ଆଦି ଶିକ୍ଷାଦାନକୁ ବିଦ୍ୟା କୁହାଯାଏ। ଗଣିତ, ରସାୟନ ବିଦ୍ୟା, ବିଜ୍ଞାନ ଆଦିକୁ ଶିକ୍ଷା କୁହାଯାଏ। ୧୮୩୫ ମସିହାରେ ଭାରତବର୍ଷରେ ଉଚ୍ଚ ଶିକ୍ଷା ନିମନ୍ତେ ୧୫,୮୦୦ ବିଦ୍ୟାଳୟ ଥିଲା। ସେଗୁଡିକ ମହାବିଦ୍ୟାଳୟ ସ୍ତରୀୟ। ତତ୍କାଳୀନ ବ୍ରିଟେନର ଶିକ୍ଷାମନ୍ତ୍ରୀ କହିଥିଲେ, ଭାରତରେ ବର୍ତ୍ତମାନ ଶତ ପ୍ରତିଶତ ସାକ୍ଷର ଅଛନ୍ତି, ମାତ୍ର ବ୍ରିଟେନରେ ଶତକଡା ୧୭ରୁ କମ୍ ସାକ୍ଷର ଅଛନ୍ତି। ଭାରତରେ ଯେତେବେଳେ ୭ ଲକ୍ଷ ୩୨ ହଜାରରୁ ଅଧିକ ସ୍କୁଲ ଥିଲା ବ୍ରିଟେନରେ ଥିଲା ମାତ୍ର ୭୪୦ ସ୍କୁଲ।
ଚିକିତ୍ସା ପଦ୍ଧତି ବିଷୟରେ ମାଇକେଲ ଆଉ ମଧ୍ୟ କହିଥିଲେ, କାଙ୍ଗଡା ବିଶ୍ୱବିଦ୍ୟାଳୟ (ହିମାଚଳପ୍ରଦେଶ) ସର୍ଜରୀ (ଶଲ୍ୟ ) ଚିକିତ୍ସା ନିମନ୍ତେ ପ୍ରସିଦ୍ଧ ଥିଲା। ଏଠାରେ ରାଇନୋପ୍ଲାଷ୍ଟ ଚିକିତ୍ସା ମଧ୍ୟ ହେଉଥିଲା। ମୁଁ ନିଜେ ଦେଖୁଛି। ଜଙ୍ଘରୁ ଚମଡା ବାହାର କରାଯାଇ ନାକରେ ଲଗାଯାଇ ନାକ ସଜଡା ଯାଇଥିଲା। ଏହି ଅପରେଶନ୨୧ ଦିନରେ ପୂରାପୂରି ଠିକ୍ ହୋଇଯାଉଥିଲା । ଏମିତିଭାବେ ଗ୍ରହଣଖଣ୍ଡିଆ ନାକଟି ମିଶିଯାଉଥିଲା। ଏହି ପ୍ଲାଷ୍ଟିକ ସର୍ଜରୀକୁ କାୟ-ଶୃଙ୍ଗାର କୁହାଯାଏ। ଆଉ ଏଠାରେ (ଇଂଲଣ୍ଡରେ) ଯେତେବେଳେ ମୋତେ ଜ୍ୱର ହେଲା ଡାକ୍ତରଙ୍କ ପାଖକୁ ଗଲି। ସେ ହିଙ୍ଗୋକ୍ରେଟିସ ମେଡିସିନ ସିଷ୍ଟମ ଅନୁସାରେ ମୋ ହାତର ଶିର କାଟିଦେଲେ। ସେଣ୍ଡ୍ରୁ ରକ୍ତ ଝରିବାକୁ ଲାଗିଲା । ଡାକ୍ତର କହିଲେ, ଯେ ପର୍ଯ୍ୟନ୍ତ ତୁମ ହାତରୁ ଦୂଷିତ ରକ୍ତ ବାହାରି ନ ଯାଇଛି, ତୁମେ ଠିକ୍ ହେବ ନାହିଁ। କିନ୍ତୁ ଭାରତରେ କିଛି ଚେରମୂଳିରୁ ପ୍ରସ୍ତୁତ ଚୂର୍ଣ୍ଣ ଖୁଆଇ ଦିଆଗଲେ ଜ୍ୱର ଠିକ୍ ହୋଇଯାଉଛି। ମେଟାଲର୍ଜି ଶିକ୍ଷା ଗୁରୁକୁଳଗୁଡ଼ିକରେ ଦିଆଯାଉଥିଲା। କଳଙ୍କବିହୀନ ଲୁହା ମଧ୍ୟ ଭାରତରେ ପ୍ରସ୍ତୁତ ହେଉଛି। କଳଙ୍କହୀନ ଲୌହସ୍ତମ୍ଭମାନ ଠିଆ ହୋଇଛି। ଉଇଲିୟମ ଏଡ୍ମନଙ୍କ ଦସ୍ତାବିଜ ଅନୁସାରେ ଆନ୍ଧ୍ରପ୍ରଦେଶର କାବେରୀ ନଦୀ ପାଖରେ, ବିଶାଖାପାଟଣାଠାରୁ କିଛି ଦୂରରେ ଏକ ଗୁରୁକୁଳ ଥିଲା, ଯେଉଁଠାରେ ସିଭିଲ ଇଞ୍ଜିନିୟରିଂ ପାଠ ପଢ଼ାଯାଉଥିଲା। ସେହି ଗୁରୁକୁଳର ଆଚାର୍ଯ୍ୟ ଓ ବିଦ୍ୟାର୍ଥୀମାନେ ଏକତ୍ର ହୋଇ ୧୨୩୮ ମସିହାରେ ପୃଥିବୀର ପ୍ରଥମ ନଦୀବନ୍ଧ ବାନ୍ଧିଥିଲେ। ୧୮୩୫ ମସିହା ବେଳକୁ ଭାରତବର୍ଷର ବିଭିନ୍ନ ସ୍ଥାନରେ ଏକ ଏକର ଜମିରେ ୫୭ କୁଇଣ୍ଟାଲ ଧାନ ଅମଳ ହେଉଥିଲା। ଏବେ କୌଣସି ବିଶ୍ୱବିଦ୍ୟାଳୟ ଏକ ଏକର ଜମିରେ ୩୦ କୁଇଣ୍ଟାଲରୁ ଅଧିକ ଧାନ ଫଳାଇ ପାରୁନାହାନ୍ତି। ମ୍ୟାକେଲ କହିଥିଲେ, ଭାରତକୁ ଯଦି ଗୋଲାମ ବନାଇବାକୁ ଚାହୁଁ, ତେବେ ସେମାନଙ୍କର ବଳିଷ୍ଠ ଶିକ୍ଷା ପ୍ରଣାଳୀକୁ ଭାଙ୍ଗିବାକୁ ପଡ଼ିବ।ପରେ ବାରମ୍ବାର ବିଦେଶୀମାନଙ୍କ ଆକ୍ରମଣ ଫଳରେ ଏହି ଶିକ୍ଷାପ୍ରଣାଳି ଧ୍ୱଂସ ହୋଇଯାଇଥିଲା। ବିଶ୍ୱବିଦ୍ୟାଳୟଗୁଡିକ ମାଧ୍ୟରୁ ନାଳନ୍ଦା ଓ ବିକ୍ରମଶିଳା ବିଶ୍ୱବିଦ୍ୟାଳୟ ଦୁଇଟିକୁ ତୁର୍କୀ ସମ୍ରାଟ ବଖ୍ତିଆର ଖିଲିଜ (୧୧୯୩ ଖ୍ରୀ.ଅ.) ଧ୍ୱଂସ କରିଦେଇଥିଲେ। କୋଠାବାଡିଗୁଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ। ନାଳନ୍ଦା ବିଶ୍ୱବିଦ୍ୟାଳୟର ପାଠାଗାର ପ୍ରାୟ ୩ ମାସ ଯାଏ ପ୍ରଜ୍ଜ୍ୱଳିତ ହୋଇଥିଲା । କେବଳ ସେତିକି ନୁହେଁ, ଅଧ୍ୟାପନା କରୁଥିବା ଶହ ଶହ ଶିକ୍ଷକଙ୍କର ମୁଣ୍ଡକାଟ କରାଯାଇଥିଲା। ଏଭଳି ଗୋଟି ଗୋଟି କରି ଭାରତୀୟ ଶିକ୍ଷାସଂସ୍କୃତିର ପ୍ରାଣକେନ୍ଦ୍ର ବିଶ୍ୱବିଦ୍ୟାଳୟଗୁଡିକୁ ଆକ୍ରମଣକାରୀ ବିଦେଶୀମାନେ ଧ୍ୱଂସ କରି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଲୋପ କରିଦେଇଥିଲେ।
ତାହାପରେ ଚତୁର ଇଂରେଜ ଆସି ଭାରତୀୟ ଶାସ୍ତ୍ରଗୁଡ଼ିକୁ ଅଧ୍ୟୟନ କରି ଜ୍ଞାନ ଅର୍ଜନ କଲେ କିନ୍ତୁ ଭରତୀୟମାନଙ୍କୁ ସେ ସୁଯୋଗ ଦେଲେ ନାହିଁ । ବ୍ରିଟିଶ ସରକାର ଅଧିନିୟମ ବଳରେ ଭାରତୀୟ ଶିକ୍ଷା ପ୍ରଣାଳୀକୁ ତଥା ସଂସ୍କୃତ ଶିକ୍ଷା, ସ୍ଥାନୀୟ ଭାଷା ଦ୍ୱାରା ଦିଆଯାଉଥିବା ଶିକ୍ଷା ବ୍ୟବସ୍ଥାକୁ ବେଆଇନ ଘୋଷଣା କଲେ। ବିଭିନ୍ନ ଆଳ ଦେଖାଇ ଗୁରୁକୁଳଗୁଡିକୁ ବନ୍ଦ କରାଇଦେଲେ। ଇଂଲିଶ ଶିକ୍ଷା ପ୍ରଣାଳୀ ପ୍ରଚଳନ କରାଗଲା। ଇଂରେଜମାନଙ୍କ ଶିକ୍ଷା ପ୍ରଣାଳୀ ଦ୍ୱାରା ପ୍ରଭାବିତ ହୋଇ ବିକଶିତ ଭାରତବର୍ଷ ବିକାଶଶୀଳ ଦେଶଗୁଡ଼ିକ ଶ୍ରେଣୀରେ ଆସି ଠିଆ ହେଲା। କେବଳ ସେମାନଙ୍କର ଶିକ୍ଷାସଂସ୍କୃତିକୁ ଭାରତୀୟମାନଙ୍କ ଉପରେ ଥାପିଦେଇ ସେମାନଙ୍କୁ ଏକପ୍ରକାର କ୍ରୀତଦାସ କରି ରଖୁବାକୁ ଚାହୁଁଥିଲେ। ଏବେ ଦେଶ ସ୍ୱାଧୀନ। ଇଂରେଜ ନାହାଁନ୍ତି । କିନ୍ତୁ ଆମଦେଶରେ ଇଂରାଜି କହିବା ଲୋକାକୁ ଉର୍ଦ୍ଧ୍ୱରେ ବସାଯାଉଛି । ଏବେବି ଆମେ ଇଂରେଜମାନଙ୍କ ଦାସତ୍ୱ ଶିକୁଳିରୁ ମୁକ୍ତ ହୋଇ ପାରିନାହୁଁ। ଆମେ ଏବେ ବି ଭାବୁଛୁ, ସେମାନେ ଆମକୁ ଶିକ୍ଷାର ଆଲୋକ ପ୍ରଦାନକରି ଆଲୋକିତ କରିଛନ୍ତି । ସେଥିନେଇ ଆମ ପିଲାମାନଙ୍କୁ ଆମେ ଇଂରାଜି ସ୍କୁଲ କଲେଜରେ ପାଠ ପଢାଇବାକୁ ମନ ବାଳାଉଛୁ । ଯାହା ସତ୍ୟ ନୁହେଁ। ବରଂ ସେମାନେ ଭାରତୀୟ ଶିକ୍ଷା ପ୍ରଣାଳୀକୁ ବିଗାଡି ଦେଇଯାଇଛନ୍ତି। ଅ।।ମକୁ ଇଂରାଜୀ ପଛରେ ଦୌଡାଇଚାଲିଛନ୍ତି । ଆମେ ମାନେ ଆଜି ପର୍ଯ୍ୟନ୍ôତ ଇଂରାଜି ପଛରେ ଦୌଡିଚାଲିଛନ୍ତି । ବର୍ତମାନ ଆମେ ଅଶିକ୍ଷାର ଅନ୍ଧକାର ମଧ୍ୟରେ ରହି ଯାଇଛନ୍ତି। ଏବେ ସମୟ ଆସିଛି ଆମେ ପ୍ରାଚୀନ ଭାରତୀୟ ଶିକ୍ଷାକୁ ପୁନଃ ଅଗ୍ରାଧିକାର ଦେଇପାରିଲେ ଦେଶର ମଙ୍ଗଳ ହୋଇପାରିବ।
