ଡିହାପଡା ଓ ବଡମୁଳବସନ୍ତରେ ବିକଶିତ କୃଷି ସଂକଳ୍ପ ଅଭିଯାନ

ପଟ୍ଟାମୁଣ୍ଡାଇ ୩୦/୫ -କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭାରତ ସରକାର ତଥା ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସରକାରଙ୍କ ଲୋକାଭିମୂଖ୍ୟ କାର୍ଯ୍ୟକ୍ରମ ବିକଶିତ କୃଷି ସଂକଳ୍ପ ଅଭିଯାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାର ପଟ୍ଟାମୁଣ୍ଡାଇ ବ୍ଲକ ଡିଆପଡା ଓ ବଡମୁଳବସନ୍ତ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ସଢେ ୯ରେ ଡିଆପଡା ପଂଚାୟତ କାର୍ଯ୍ୟଳାୟ ଠାରେ ପଟ୍ଟାମୁଣ୍ଡାଇ ବ୍ଲକ କୃଷି ଅଧିକାରୀ ଶରତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ଭୁବନେଶ୍ୱର କେନ୍ଦ୍ରିୟ ମହିଳା କୃଷି ସଂସ୍ଥାନ ଅଭିିଜ୍ଞ ବିଶେଷଜ୍ଞ ଡଃ ଲକ୍ଷ୍ମୀପ୍ରୀୟା ସାହୁ, ଜଜାଙ୍ଗ କୃଷିବିଜ୍ଞାନ କେନ୍ଦ୍ରର ଏସଏମଏସ ତାପସ ସାହୁ, ନମିତା ମହାପାତ୍ର ସହକାରି କୃଷି ଅଧିକାରୀ ସୋନାଲି ମହାପାତ୍ର, ମହାକାଳପଡା ଉଦ୍ୟାନ କୃଷି ଅଧିକାରୀ ସୌରଭ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ୧୫୦ରୁ ଅଧିକ ଅଗ୍ରଣୀ ଚାଷୀମାନଙ୍କୁ ମୁର୍ତିକା ଉପାଦେୟତା, ମୁର୍ତିକା ପରୀକ୍ଷା, ପରୀକ୍ଷା ଅନୁଯାୟୀ ସାର ଖତ ପ୍ରୟୋଗ କରି ଅଧିକ ଅମଳ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେହିପରି ଅପରାହ୍ନ ୩ଟାରେ ବଡମୁଳବସନ୍ତ ପଂଚାୟତରେ ୧୩୦ରୁ ଅଧିକ ଅଗ୍ରଣୀ କୃଷକଙ୍କୁ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। କୃଷିରେ ନୂତନ ପ୍ରଯୁରି ବିଦ୍ୟା ପ୍ରୟୋଗ କରି ଅଧିଜ ଫସଲ ଅମଳ କରିବାକୁ କୃଷି ବୈଜ୍ଞାନିକମାନେ କୃଷକମାନଙ୍କୁ ବୁଝାଇଥିଲେ। କୃଷକମାନେ ସେମାନଙ୍କ ଚାଷ ସମ୍ପର୍କିତ ଯେକୌଣସି କୃଷି ସମସ୍ୟା ଉପରେ ଅଭିଜ୍ଞ କୃଷି ବୈଜ୍ଞାନିକ ଓ କୃଷି ଅଧିକାରୀମାନଙ୍କୁ ପଚାରି ତା’ର ସମାଧାନ କରିପାରିବେ। ରାଜ୍ୟ ସରକାର କୃଷକମାନଙ୍କ ବିକାଶ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ କୃଷି ଅଧିକାରୀମାନେ ଅବଗତ କରାଇଥିଲେ। ବିଭିନ୍ନ କୃଷି ଯନ୍ତ୍ରପାତିରେ ସରକାରୀ ସହାୟତା ଉପଲବ୍ଧ ହେଉଛି। କୃଷକମାନେ ଏହାର ସୁଯୋଗ ନେଇ କୃଷି ଯନ୍ତ୍ରପାତି କିଣି ଚାଷ କାର୍ଯ୍ୟରେ ଲଗାଇଲେ ଭଲ ଚାଷ କରି ଅଧିକ ଫସଲ ଅମଳ କରିପାରିବ ବୋଲି ଅଧିକାରୀମାନେ ବୁଝାଇଥିଲେ। ଏଥିସହ ଗୋପାଳନ, ମାଛଚାଷ, କୁକୁଡ଼ା ପାଳନ, ପନିପରିବା ଚାଷ, ଫଳ ଚାଷ ଉପରେ ମଧ୍ୟ ଅଧିକାରୀମାନେ ଆଲୋଚନା କରିଥିଲେ ।
