ସପ୍ତମ ଜନ ଔଷଧି ଦିବସରେ ସାଂସଦଙ୍କ ଯୋଗଦାନ

blank
କେନ୍ଦ୍ରାପଡ଼ା,୭ା୩: କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ଗରାପୁର କାଳୀମନ୍ଦିର ନିକଟରେ ଥିବା ଜନଔଷଧି କେନ୍ଦ୍ରରେ ସପ୍ତମ ଜନଔଷଧି ଦିବସ ଉପଲକ୍ଷେ ଆୟୋଜିତ ସଭାରେ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଜରିଆରେ ସୁଲଭ ଦରରେ ମିଳୁଥିବା ଉନ୍ନତମାନର ଜେନେରିକ ଔଷଧ ହେଉଛି ୫୦% ରୁ ୮୦% ପର୍ଯ୍ୟନ୍ତ ଶସ୍ତା ଔଷଧ। ଏହା ହେଉଛି ଉଚ୍ଚମାନର ଡବ୍ଲୁଏଚଓ ଏବଂ ଏନଏବିଏଲ ପ୍ରମାଣିତ ଔଷଧ। ଏହାର ବହୁଳ ପ୍ରଚାର ଓ ପ୍ରସାର କରିବା ପାଇଁ ସାଂସଦ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ୧୫ହଜାରରୁ ଉର୍ଦ୍ଧ୍ୱ ଜନଔଷଧି କେନ୍ଦ୍ର ଥିବା ବେଳେ ଓଡ଼ିଶାରେ ଏହାର ସଂଖ୍ୟା ୭ଶହ ପାଖାପାଖି। ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୧ଗୋଟି ଜନଔଷଧି କେନ୍ଦ୍ର ମାଧ୍ୟମରେ ଜେନେରିକ ଔଷଧ ପ୍ରଦାନ କରାଯାଉଛି ବୋଲି ସାଂସଦ ମତବ୍ୟକ୍ତ କରିଥିଲେ। ଉପସ୍ୱାସ୍ଥ୍ୟ କେନ୍ଦ୍ରସ୍ତରୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ସମେତ ୧୦୬ ପ୍ରକାର ଔଷଧ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୧୭୨ ପ୍ରକାର ଔଷଧ ବିନା ମୂଲ୍ୟରେ ଉପଲବ୍ଧ ହେଉଛି। ଜିଲ୍ଲାପାଳ ସ୍ମୃତରଞ୍ଜନ ପ୍ରଧାନ ସମସ୍ତ ଡାକ୍ତରଙ୍କୁ ଜେନେରିକ ଔଷଧ ଲେଖିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରମୋଦ କୁମାର ପ୍ରହରାଜ, ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ତେଜେଶ୍ୱର ପରିଡା, ଏଡିଏମଓ ଡ଼ା. ସଚ୍ଚିଦାନନ୍ଦ ମିଶ୍ର, ଡ଼ା. ନୃପେନ ଶତପଥି, ପୂର୍ବତନ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ବୁଦ୍ଧିଜୀବୀ, ଜନସାଧରଣ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଜନଔଷଧି କେନ୍ଦ୍ରର ମୁଖ୍ୟ ଓ କର୍ମକର୍ତ୍ତା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

Next Post

ଦାଦାବଟି ମାଗି ବିଫଳ ହେବାରୁ ବୃଦ୍ଧଙ୍କୁ ବୁଲେଟ୍ ଚେନ୍ ରେ ପିଟିଲେ ଦୁର୍ବୃତ୍ତ

Fri Mar 7 , 2025
କେନ୍ଦ୍ରାପଡା ୭/୩ – ଦାଦାବଟି ମାଗି ବିଫଳ ହେବାରୁ ବୃଦ୍ଧଙ୍କୁ ବୁଲେଟ୍ ଚେନ୍ ରେ ପିଟିଲେ ଦୁର୍ବୃତ୍ତ । ଏହି ମାଡମରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣା ଘଟିଛି କେନ୍ଦ୍ରାପଡା ଛାଞ୍ଚୁଣିଆ ଗାଁର ବ୍ୟବସାୟୀ ଅନନ୍ତ ଚରଣ ପାତ୍ର । ଆକ୍ରମଣର ଶିକାର ହୋଇଥିବା ଅନନ୍ତ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ ସୁରକ୍ଷା ନମିଳିଲେ ଗାଁ ଛାଡି ପଳାଇବେ ବୋଲି କହିଛନ୍ତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading