ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର ଉଦ୍‌ଘାଟିତ

blank
କେନ୍ଦ୍ରାପଡ଼ା,୨୫ା୪: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ଆନୁକୂଲ୍ୟରେ ଇଚ୍ଛାପୁରସ୍ଥିତ ଶ୍ୟାମଗୁଡିଆ ଏବଂ ପଟ୍ଟାମୁଣ୍ଡାଇର ପୋଖରୀଆପଡାଠାରେ ଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଶିବିର ଚଳିତ ମାସ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇ ମେ ମାସ ୧୧ ତାରିଖରେ ଶେଷ ହେବ । ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ବାଳକ ବାଳିକା ଯୋଗ ଦେଇଥିଲେ । ଏହି ଶିବିରରେ ପ୍ରଶିକ୍ଷକ ଭାବେ ସରୋଜ କାନ୍ତ ଦାସ ଓ ଅରସଦ ଅଲ୍ଲୀ ବ୍ୟାଡମିଣ୍ଟନ ଶିକ୍ଷା ପ୍ରଦାନ କରିବେ । ଏହି ଶିବିରକୁ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପରିଚାଳନା କରିଥିଲେ ।

Next Post

ସତ୍ୟସାଇ ସେବା ସମିତି ପକ୍ଷରୁ ଆରାଧନା ମହୋତ୍ସବ

Fri Apr 25 , 2025
ପଟ୍ଟାମୁଣ୍ଡାଇ,୨୫/୪- ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁର ଶାସନ ସତ୍ୟସାଇ ସେବା ସମିତି ପକ୍ଷରୁ ଆରାଧନା ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ ମାଗଣା ଚିକିତ୍ସା ସ୍ବାସ୍ଥ୍ୟ ଶିବିର ଅନୁ‌ଷ୍ଠିତ ହୋଇଯାଇଛି। ଡାକ୍ତର ରଶ୍ମି ରଂଜନ ମହାନ୍ତିଙ୍କ ତତ୍ବାବଧାନରେ ଏହି ଶିବିରରେ ୧୦୮ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ସମିତି ପକ୍ଷରୁ ନଗର ସଂକୀର୍ତ୍ତନ, ସଫେଇ, ଦୀପଦାନ, ଭଜନ ସହ ବିଭିନ୍ନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading