ଛୋଟୀ ଗ୍ରାମପଞ୍ଚାୟତରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ

blank
କେନ୍ଦ୍ରାପଡ଼ା,୧୫ା୯:ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଡେରାବିଶ ତହସିଲ ଅଧିନ ଛୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ “ଆମ ଗାଁରେ ତହସିଲ କାର୍ଯ୍ୟାଳୟ’ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ତହସିଲଦାର ଭାସ୍କର ଚନ୍ଦ୍ର ବେହେରା ଉଦଘାଟନ କରି ଗ୍ରାମାଞ୍ଚଳ ଜନସାଧାରଣଙ୍କ ବହୁବିଧ ସମସ୍ୟା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମ ଦ୍ୱାରା ବିବିଧ ଓ ଜାତିଗତ ପ୍ରମାଣପତ୍ର ପ୍ରଦାନ, ପଟ୍ଟା ବଣ୍ଟନ, ଇ-ପାଉତି ମାଧ୍ୟମରେ ରାଜସ୍ୱ ପୈଠ, ଦାଖଲଖାରଜ ମାମଲା, କିସମ ପରିବର୍ତ୍ତନ ମାମଲା, ଆପୋଷ ବୁଝାମଣାରେ ଜମି ବଣ୍ଟନ ମାମଲା, ସିକିମ ସତ୍ତ୍ୱ ଓ ବେବନ୍ଦୋବସ୍ତମାମଲାର ସମାଧାନ, ଜମି ପଟ୍ଟାର ପ୍ରଜାଖାନା ସଂଶୋଧନ ଓ ବସୁନ୍ଧରା ଯୋଜନା ମାଧ୍ୟମରେ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ ଏବଂ ବ୍ୟକ୍ତିଗତ ଓ ସାଧାରଣ ଅଭିଯୋଗ ଗୁଡିକର ଶୁଣାଣି ଓ ସମାଧାନ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ବେହେରା ଅଭିହିତ କରିଥିଲେ। ଏହି ଅବସରରେ ଅତିରିକ୍ତ ତହସିଲଦାର ଶ୍ରୀ ବେହେରା ୧୭ ଗୋଟି ବ୍ୟକ୍ତିଗତ ଅଭିଯୋଗ, ୩ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସେସବୁର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୭୦ଟି ପ୍ରଜାଖାନା ସଂଶୋଧନ ପଟ୍ଟା,୧୬ଟି ବିବିଧ ପ୍ରମାଣପତ୍ର ବଣ୍ଟନ କରଯାଇଥିଲା। ଏଥିସହିତ ୬ଟି ଦାଖଲ ଖାରଜ ମାମଲା, ଗୋଟିଏ କିସମ ପରିବର୍ତ୍ତନ ମାମଲାର ଶୁଣାଣି ଅତିରିକ୍ତ ତହସିଲଦାର ଶ୍ରୀ ବେହେରାଙ୍କ ଦ୍ୱାରା କାଯାଇଥିଲା। ଛୋଟି ରାଜସ୍ୱ ସର୍କଲରେ କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବାଧିକ ୯୯୦ଟି ପ୍ରଜାଖାନା ସଂଶୋଧନ ହୋଇ ପଟ୍ଟାରେ ଜୀବିତ ଉତ୍ତରାଧିକାରୀଙ୍କ ନାମ ଉଲ୍ଲିଖିତ ହୋଇଥିବାରୁ ସମସ୍ତ ଜନସାଧାରଣଙ୍କୁ ଅତିରିକ୍ତ ତହସିଲଦାର କୃତଜ୍ଞତା ଜ୍ଞାପନ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଜନସାଧାରଣ ଅତି ନିକଟରେ ନିଜ ଗାଁରେ ତହସିଲ ପ୍ରଶାସନକୁ ପାଇ ଅଭିଯୋଗ ଜଣାଇବାର ସୁବିଧା ପାଇଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଛୋଟି ସରପଞ୍ଚ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ଛୋଟି ସରପଞ୍ଚ ରଜନୀ ମଲ୍ଲିକ, ରାଜସ୍ୱ ପରିଦର୍ଶକ ମାନସ ଚନ୍ଦ୍ର ନାଥ, ରାଜସ୍ୱ ନିରୀକ୍ଷକ ବିଶ୍ୱବିଜୟୀ ପରିଡା, ପ୍ରକାଶ ସେଠୀ, ଲଷ୍ମୀପ୍ରିୟା ବେହେରା,ଶୁଭଦର୍ଶନ ପରିଡା, ସାରଦା ପ୍ରସନ୍ନ ପ୍ରଧାନ, ଶୁଭଶ୍ରୀ ସେଠୀ, ମାର୍କଣ୍ଡ ହୋ, ଲିପିସ୍ମିତା ଟୁଡୁ, ସ୍ମୃତି ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତହସିଲର ରାଜସ୍ୱ ସହାୟକ ଦୀପ୍ତିରଞ୍ଜନ ଦାସ, ରୁଦ୍ରପ୍ରସାଦ ସାହୁ, ଅମିନ ମୟଙ୍କମଞ୍ଜରୀ ସୋରେନ, ଉମାକାନ୍ତ ବେହେରା, ନିରଞ୍ଜନ ବେହେରାଙ୍କ ସହ ଅନ୍ୟାନ୍ୟ କର୍ମଚାରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Next Post

ଶିକ୍ଷୟତ୍ରୀଙ୍କ ବେକରୁ ସୁନାଚେନ ଲୁଟ୍ ,ଥାନାରେ ଏତଲା

Mon Sep 15 , 2025
ପଟ୍ଟାମୁଣ୍ଡାଇ ୧୫/୯ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ -କଦଳୀବଣ ହାଇସ୍କୁଲ ସମ୍ମୁଖରେ ସୋମବାର ଜନୈକା ଶିକ୍ଷୟତ୍ରୀଙ୍କ ବେକରୁ ଦୁବୃତମାନେ ସୁନା ଚେନ ଚିଣ୍ଡାଇ ନେଇ ଚମ୍ପଟ ମାରିଛନ୍ତି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦିଆଯାଇଛି । ପଟ୍ଟାମୁଣ୍ଡାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ-କଦଳୀବଣ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ଦୀପିକା ଲେଙ୍କା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading