୧୨ହଜାର ଟଙ୍କା ଲାଞ୍ଚ ଗ୍ରହଣ କରି ଭିଜିଲାନ୍ସ ହାତରେ ଗିରଫ ହେଲେ ସହକାରୀ ରାଜସ୍ୱ ନିରୀକ୍ଷକ

blank
କେନ୍ଦ୍ରାପଡ଼ା,୨୫ା୧୧:ଚାଷ ଜମିକୁ ଘରବାଡି ଜମିରେ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ବେଳେ କେନ୍ଦ୍ରାପଡ଼ା ତହସିଲ ଅଧିନ ନିକିରାଇ ରାଜସ୍ୱ ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ(ଏଆରଆଇ) ଅଭିମନ୍ୟୁ ବେହେରା ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ସୂଚନା ଅନୁଯାୟୀ ଡେରାବିଶ ବ୍ଲକର ଜଣେ ବ୍ୟକ୍ତି ନିଜ ଚାଷ ଜମିକୁ ଘରବାଡି ଜମିରେ ପରିଣତ କରିବା ପାଇଁ ଆବେଦନ କରିଥିଲେ। ଏ ନେଇ ସେ ଅନଲାଇନ୍‌ରେ କେନ୍ଦ୍ରାପଡ଼ା ତହସିଲଦାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ସମସ୍ତ କାଗଜାତ ଯାଞ୍ଚ ପରେ ଏଆରଆଇ ଶ୍ରୀ ବେହରୋ ଜମି ମାଲିକଙ୍କୁ କାର୍ଯ୍ୟାଳୟକୁ ଡକାଇଥିଲେ। ଜମିର କିସମ ପରିବର୍ତ୍ତନ କରି ତାଙ୍କ ସପକ୍ଷରେ ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଜମି ମାଲିକ ଏତେ ଟଙ୍କା ଦେବା ପାଇଁ ସକ୍ଷମ ନୁହଁନ୍ତି ବୋଲି କହିଥିଲେ। ଫଳରେ ଶ୍ରୀ ବେହେରା ୧୫ ହଜାରରୁ ୧୨ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଜମି ମାଲିକ ଏ ସଂକ୍ରାନ୍ତରେ ଭିଜିଲାନ୍ସରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ମଙ୍ଗଳବାର ଏଆରଆଇ କାର୍ଯ୍ୟାଳୟରେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିନେଇ ଗିରଫ କରିଥିଲେ। ତାଙ୍କୁ ଗିରଫ ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଯାରିରହିଛି। ଏ ନେଇ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଯାରିରହିଛି।

Next Post

ତ୍ରିଲୋକ୍ୟପୁର ଭତ୍ତା କେଳେଙ୍କାରୀ ଘଟଣାରେ ପୂର୍ବତନ ଏଡିଇଓ ନିଲମ୍ବିତ

Wed Nov 26 , 2025
କେନ୍ଦ୍ରାପଡ଼ା, ୨୬ା୧୧: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଧିନ ତ୍ରିଲୋକ୍ୟପୁର ଗ୍ରାମ ପଂଚାୟତରେ ଭତ୍ତା କେଳେଙ୍କାରୀ ଘଟଣାରେ ପୂର୍ବତନ ତ୍ରିଲୋକ୍ୟପୁର ଏଡିଇଓ( ଏକାଉଣ୍ଟାଟ-କମ- ଡାଟା ଏଣ୍ଟ୍ର୍ରି ଅପରେଟର) କଳ୍ପନା ଲେଙ୍କାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ରଘୁରାମ ଆର. ଆୟର। ପ୍ରକାଶ ଥାଉ କି କଳ୍ପନା ଲେଙ୍କା ହିତାଧିକାରୀଙ୍କ ଭତ୍ତାଟଙ୍କା ବାବଦକୁ ୧ ଲକ୍ଷ ୧୬ ହଜାର ଟଙ୍କା ହେରଫେର କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଭତ୍ତାଟଙ୍କା ହେରଫେର କରୁଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading