ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ସାମ୍ବାଦିକଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

blank
କେନ୍ଦ୍ରାପଡ଼ା,୩୦ା୧୨:ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର ସମସ୍ତ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଓସ୍ୱାସ ଫାଇଲ କାର୍ଯ୍ୟ, ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ରାଜସ୍ୱ ଜନଅଭିଯୋଗ ଶୁଣାଣି ଶିବିର ଛଡା ପ୍ରତ୍ୟେକ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଏବଂ ପୂର୍ବରୁ ଅଭିଯୋଗ ଶୁଣାଣି ଶିବିରରେ ଆସିଥିବା ଅଭିଯୋଗ ଗୁଡିକର ସମୀକ୍ଷା ସହ ୧ ତାରିଖରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୦ଟି ନୂତନ ଶଯ୍ୟା ଆରମ୍ଭ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଏହାଛଡା ଏମଏସଏମଇ ପାର୍କ ନିର୍ମାଣ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଏତଦ୍‌ବ୍ୟତୀତ ସାମ୍ବାଦିକ ମାନେ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ରାସ୍ତା, ଜଳସେଚନ, ପାନୀୟ ଜଳ, ଟ୍ରାଫିକ ସମସ୍ୟା, ଭୁତଳ ଜଳ, ରାସ୍ତା ପ୍ରଶକ୍ତିକରଣ, ବେଆଇନ ପାର୍କିଂ, ଦାଦନ ସମସ୍ୟା ସମେତ ସାମ୍ବାଦିକଙ୍କ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଗୃହ ଯୋଗାଇଦେବା ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ଉପସ୍ଥିତ ଥିଲେ।

Next Post

ବାଙ୍ଗଲାଦେଶରେ ନିରୀହ ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ବଳଦେବ ସେନାର ବିକ୍ଷୋଭ ପ୍ରଦର୍ଶନ

Tue Dec 30 , 2025
କେନ୍ଦ୍ରାପଡ଼ା,୩୦ା୧୨:ବାଂଲାଦେଶରେ ନିରୀହ ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା ଘଟଣାର ପ୍ରତିବାଦରେ ବଳଦେବସେନା ପକ୍ଷରୁ ମଙ୍ଗଳବାର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସିଂହଦ୍ୱାର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ସଂଗଠନର ବହୁ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଯୋଗ ଦେଇଥିଲେ। ବିକ୍ଷୋଭକାରୀମାନେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁ ସମୁଦାୟଙ୍କ ସୁରକ୍ଷା ତତ୍କାଳ ନିଶ୍ଚିତ କରାଯାଉ ବୋଲି ଦାବି କରିଥିଲେ। କୌଣସି ଦେଶରେ ଧର୍ମ ଆଧାରରେ ନିରୀହ ଲୋକଙ୍କ ଉପରେ ହିଂସା କେବେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading