କେନ୍ଦ୍ରାପଡାରେ ଶ୍ରୀଜଗନ୍ନାଥଙ୍କ ୩୬ ବେଶ କାର୍ଯ୍ୟକ୍ରମ ଉଦଯାପିତ

blank
କେନ୍ଦ୍ରାପଡ଼ା,୨୯ା୩:କେନ୍ଦ୍ରାପଡା ପବିତ୍ର ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୩୬ବେଶ କାର୍ଯୟକ୍ରମ ଉଦଯାପିତ ହୋଇଯାଇଛି। ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଆୟୋଜରେ ଏହି ଅଭିନବ ସୁନ୍ଦର ଭବ୍ୟ ମନୋରମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜଗନ୍ନାଥଙ୍କ ଏହି ୩୬ବେଶକୁ ଦର୍ଶନ କରି କେନ୍ଦ୍ରାପଡାବାସୀ ମନରେ ଆନନ୍ଦିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଆୟୋଜନରେ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ବଳଦେବସେନା, ଧର୍ମଜାଗରଣ ସେନା, ବଜରଙ୍ଗ ଦଳ, ପୈାରସଂସ୍ଥା, ସ୍ଥାନୀୟ ବାସୀନ୍ଦା, କେନ୍ଦ୍ରାପଡା ସହରବାସୀ, ମନ୍ଦିର ସେବାୟତମାନଙ୍କ ସହଯୋଗରେ ରଥଦାଣ୍ଡରେ ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇ ସମାପନ ହୋଇପାରିଲା ବୋଲି ଆଶ୍ରମର ଅଧ୍ୟକ୍ଷା ଶ୍ରୀମା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ.ଆର. ଆୟର, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଡାକ୍ତର ସ୍ନେହଲତା କାନୁନଗୋ, ପୈାରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ, କାଉନସିଲର କାଳିପ୍ରସାଦ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, କେସିସି ସମ୍ପାଦକ ଅରବିନ୍ଦ ସାହୁ, ଦେବାଶିଷ ସାହୁ, ମନୋଜ ଦାସ, ପ୍ରଭାତ ପରିଡା, ଲଳିତ ସାହୁ, ଦିବାକର ସାହୁ, ନୃସିଂହ ତ୍ରିପାଠୀ, ବଳଦେବସେନାର ନିରଞ୍ଜନ ମେକାପ, ପୁପୁନ ସ୍ୱାଇଁ, ଧର୍ମଜାଗରଣ ସେନାର ମୁଖ୍ୟ ଶଶାଙ୍କଶେଖର ଜେନା, ମାଧବ ଚନ୍ଦ୍ର ପ୍ରଧାନ, ଅଭିଜିତ ବେହେରା, ବଜରଙ୍ଗ ଦଳର କର୍ମକର୍ତ୍ତା, ବୈକୁଣ୍ଠ ପଣ୍ଡା, ଦିବ୍ୟରଞ୍ଜନ ଦାସ ପ୍ରମୁଖ ବିଭିନ୍ନ ଦିବସରେ ଅତିଥି ଭାବେ ଉପସ୍ଥିତ ରହି ଦିବ୍ୟାଙ୍ଗ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁରର ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଅନୁଷ୍ଠାନର ସମ୍ପାଦକ ଭବାନୀଶଙ୍କର ପାଢିଙ୍କ ନେତୃତ୍ୱରେ ଦିବ୍ୟାଙ୍ଗ ପିଲାମାନେ ଆସି କେନ୍ଦ୍ରାପଡାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୬ବେଶ କାର୍ଯ୍ୟକ୍ରମ କରିବା ସହିତ ଆଧ୍ୟାତ୍ମିକ ଭଜନରେ ଲୋକମାନଙ୍କୁ ବିମୋହିତ କରିଦେଇଥିଲେ। ବ୍ରହ୍ମଚାରୀ ନୃସିଂହ ନାଥ ଦାସ ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।

Next Post

ଜଳସମ୍ପଦ ବିଭାଗର ଅବହେଳାରୁ ସଂଙ୍କଟରେ ଅନ୍ନଦାତା

Sun Mar 29 , 2026
କେନାଲ ଜଳ ସରକ୍ଷଣ ପରିବର୍ତେ ସମୁଦ୍ରକୁ ନିଷ୍କାସିତ , ଶୁଖିଲା ପଡିଛି ଜଳଉତ୍ସ ଭୂତଳ ଜଳସ୍ତର ହ୍ରାସ ମନମୁଖି ଯୋଜନା ପଛରେ ଠିକାଦାର ନେତା ଆହାର ତଲାସରେ କୃଷକ ପଟ୍ଟାମୁଣ୍ଡାଇ ୨୯/୩ – ପଟ୍ଟାମୁଣ୍ଡାଇ ଅଂଚଳର କୃଷିକାଯ୍ୟ ୧୮୬୮ ବ୍ରିଟିଶ ଅମଳର ପଟ୍ଟାମୁଣ୍ଡାଇ କେନାଲ ଜଳରେ ହେଉଥିଲା । ତତ୍‌ସହ ପଣ୍ୟ ପରିବହନ ମଧ୍ୟ କରାଯାଉଥିଲା । ସଂପ୍ରତି ଉକ୍ତ କେନାଲର ରକ୍ଷଣାବେକ୍ଷଣ ଅଭାବ ଓ ସହରିକରଣ ନାମରେ ନୂତନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading