ରାଜନଗର ସିଡିପିଓଙ୍କ ଦୁର୍ବ୍ୟବହାର ପ୍ରତିବାଦ ବଦଳି ଦାବି କଲେ ଅଙ୍ଗନୱାଡି କର୍ମୀ

blank
କେନ୍ଦ୍ରାପଡ଼ା,୪ା୩: ରାଜନଗରର ସମନ୍ୱିତ ଶିଶୁ ବିକାଶ ଅଧିକାରୀ (ସିଡିପିଓ)ଙ୍କ ଅଙ୍ଗନୱାଡି କର୍ମୀଙ୍କ ପ୍ରତି ଅଶାଳୀନ ବ୍ୟବହାରରେ ଅତିଷ୍ଟ ହୋଇ ନ୍ୟାୟ ପାଇଁ ରାଜନଗର ଅଙ୍ଗନୱାଡି କର୍ମୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୁର୍ନୀତି ଖୋର ସିଡିପିଓଙ୍କୁ ଅନ୍ୟତ୍ର ବଦଳି କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଗତମାସ ୨୪ ତାରିଖରେ ରାଜନଗର ସେକ୍ଟର ଅଙ୍ଗନୱାଡି କର୍ମୀଙ୍କ ଏକ ବୈଠକ ରାଜନଗର ସିଡିପିଓଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେଉଥିଲା । ଏହି ବୈଠକକୁ ସିଡିପିଓ ଆସି ଅଳ୍ପ ସଂଖ୍ୟକ ଅଙ୍ଗନୱାଡି କର୍ମୀ ଥିବାର ଦେଖି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ଉପସ୍ଥିତ ଅଙ୍ଗନୱାଡି କର୍ମୀ ଏହାର ପ୍ରତିବାଦ କରି ରାଜନଗର ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଅଙ୍ଗନୱାଡି କର୍ମୀମାନଙ୍କୁ ଧମକ ଦେଇ କହୁଛନ୍ତି ଏସ୍‌ଏନ୍‌ପିରୁ ଅଧା ଅର୍ଥ ଦେବାପାଇଁ । ଅନେକ କେନ୍ଦ୍ରର ପରିଦର୍ଶନ କରି ଟଙ୍କା ମଧ୍ୟ ଆଦାୟ କରି ଆଣିଛନ୍ତି । ଏ ବିଷୟରେ ପଚାରିବାରୁ ସିଡିପିଓ ଭୀଷଣ ଭାବେ ରାଗିଯାଇ ତୁମେ ସବୁ ଖାଉଛ ମୁଁ ଦରମା ପାଉନି । ମୋତେ ସି ୱର୍କର ଏସ୍‌ଏନ୍‌ପି ଟଙ୍କାରୁ ଅଧା ନଦେଲେ ମୁଁ ତମ ଦରମା ବନ୍ଦ କରିବି । ଅନେକ ସମୟରେ କର୍ମୀମାନଙ୍କୁ କାର୍ଯ୍ୟାଳୟକୁ ଡାକି ଧମକଚମକ ଦେଉଛନ୍ତି ବୋଲି ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ବିଚାର କରି ଏପରି ଏକ ଦୁର୍ନୀତିଖୋର ସିଡିପିଙ୍କୁ ଅନ୍ୟତ୍ର ବଦଳି କରିବାକୁ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ କେନ୍ଦ୍ରାପଡା ଜିଲ୍ଲା ସମ୍ପାଦିକା ପୁଷ୍ପଲତା ରଥ, ଅଙ୍ଗନୱାଡି କର୍ମୀ ମିନତୀ ଭୂୟାଁ, ସଞ୍ଜୁଲତା ପଣ୍ଡା, ପ୍ରମିଳା ପ୍ରଧାନ, ପ୍ରମୋଦିନୀ ରାଉତ, ବିଦ୍ୟୁତ୍‌ଲତା ଦାସ, ସାବିତ୍ରୀ ରାଉତ, ଶୁଭଶ୍ରୀ ପରିଡା, ମହାମାୟୀ ଭୂୟାଁ, ରମାବତୀ ସ୍ୱାଇଁ. ଅବିଚାରି ବାରିକ, ସୁନତି ରାଉତ, ନୟନା ବାରିକ, ସୁଶାନ୍ତି ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଆମ ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ଅଙ୍ଗନୱାଡି କର୍ମୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସମ୍ପାଦିକା ଶ୍ରମତୀ ରଥ କହିଛନ୍ତି । ଦାବିପତ୍ରର ଏକକିତା ନକଲ ଉପଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।

Next Post

ପୁନର୍ବାସ ତରଫରୁ ଟେକ୍ନୋ-ସକ୍ଷମ ମିଶନର ଶୁଭାରମ୍ଭ

Tue Mar 4 , 2025
କେନ୍ଦ୍ରାପଡା,୪ା୩: ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯରତ ପୁନର୍ବାସ ଅନୁଷ୍ଠାନ ତରଫରୁ ଟେକ୍ନୋ-ସକ୍ଷମ ମିଶନର ଶୁଭାରମ୍ଭ ଫାଲଗୁନ ଶୁକ୍ଳ ପଞ୍ଚମୀର ପବିତ୍ର ତିଥିରେ କରାଯାଇଛି। ଏଥି ନିମନ୍ତେ ସ୍ଥାନୀୟ ମାଧପୁରସ୍ଥିତ ଅମର ଉଦ୍ୟାନଠାରେ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ୍‌ର ପ୍ରଚାର ରଥକୁ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଓକେସିଲ ଅଧୀନରେ ଏକ ଅନୁମୋଦିତ ଶିକ୍ଷାକେନ୍ଦ୍ର ଭାବେ ପୁନର୍ବାସଠାରେ ନୂତନ ସ୍କିଲିଂ ଏବଂ କମ୍ପ୍ୟୁଟର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading