
ପଟ୍ଟାମୁଣ୍ଡାଇ ୧୬/୪- ପଟ୍ଟାମୁଣ୍ଡାଇ ନଗର ବିଜେପି ପ୍ରାକ୍ତନ ସଭାପତି ଯୁବନେତା ଶଶିକାନ୍ତ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ହିନ୍ଦି ଏକତା ଶୋଭାଯାତ୍ରା ବାଲିପଡ଼ା ହନୁମାନ ମନ୍ଦିର ନିକଟରୁ ବାହାରି ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିବା ପରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପହଂଚି ଥିଲା । ସେଠାରେ ବିଜେପି ଯୁବନେତା ଶଶିକାନ୍ତ ସ୍ୱାଇଁଙ୍କ ପୌରହିତ୍ୟ ଓ ଜ୍ୟୋତି ପ୍ରକାଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ସମାବେଶରେ ରାଷ୍ଟ୍ରୀୟ ହିନ୍ଦୁ ସେନା ମୁଖ୍ୟଅତିଥି, ମହାସଚିବ ମଦନ ମୋହନ ଜେନା ମୁଖ୍ୟବକ୍ତା, ରାଜନଗର ବିଜେପି ପ୍ରଭାରୀ ସୁନାକାର ପ୍ରଧାନ, ଯୁବନେତା ଅଭିଷେକ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହିନ୍ଦୁ ଏକତା ଓ ଏହାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ହିମାଂଶୁ ପଣ୍ଡା ଧନ୍ୟବାଦ ଦେଇଥିଲେ ।
