ବନ୍ୟା ଅଂଚଳରେ ସାଂସଦ ବୈଜୟନ୍ତ ପଣ୍ଡା: ଆକାଶମାର୍ଗରୁ ଶୁଖିଲା ଖାଦ୍ୟ ବଂଟନ

blank
ପଟ୍ଟାମୁଣ୍ଡାଇ ୧୯/୮-କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ଓ ରାଜକନିକା ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଥିବା ବେଳେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବୁଧବାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟା ପରିସ୍ଥିତି ସମୀକ୍ଷା କରିବା ସହ ବିପନ୍ନମାନଙ୍କ ପାଇଁ ଶୁଖିଲା ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି।

ବୁଧବାର ପୂର୍ବହ୍ନରୁ ସାଂସଦ ପଣ୍ଡା ହେଲିକପ୍ଟର ଯୋଗେ ଆସି ପ୍ରଥମେ ପଟ୍ଟାମୁଣ୍ଡାଇ ଏମ୍‌.ଏନ୍‌. ହାଇସ୍କୁଲ ପଡ଼ିଆରେ ଓହ୍ଲାଇଥିଲେ। ଏହାପରେ ସେ ବାଲିପାଟଣା ଓ ପଟ୍ଟାମୁଣ୍ଡାଇ ପୌରାଂଚଳର ବନ୍ୟା ବିପନ୍ନ ୧୧ ଟି ୱାର୍ଡ ପରିଦର୍ଶନ କରି ବନ୍ୟାବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲେ। ପରବର୍ତୀ ସମୟରେ ସେ ପୁନର୍ବାର ଏମ୍‌ଏନ୍ ହାଇସ୍କୁଲ ପଡ଼ିଆକୁ ଫେରି ହେଲିକପ୍ଟର ମାଧ୍ୟମରେ ସିଂହଗାଁ, ଅଣ୍ଡର-ଅମ୍ବୃତମଣୋହୀ, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ ଓ ଅଲପୁଆ ପ୍ରଭୃତି ବନ୍ୟାପ୍ଲାବିତ ଅଂଚଳ ଆକାଶମାର୍ଗରୁ ବୁଲି ଦେଖିବା ସହ ବିପନ୍ନଙ୍କ ପାଇଁ ଚୂଡ଼ା, ବିସ୍କୁଟ୍ ଓ ପାଣି ପାଉଚ୍ ଆଦି ଶୁଖିଲା ଖାଦ୍ୟ ନିକ୍ଷେପ କରିଥିଲେ। ଆକାଶମାର୍ଗରୁ ସମୀକ୍ଷା ଓ ଖାଦ୍ୟ ବଂଟନ ସାରି ସାଂସଦ ଏମ୍‌.ଏନ୍‌. ହାଇସ୍କୁଲ ପଡ଼ିଆକୁ ଫେରି ହେଲିକପ୍ଟରରେ ଇନ୍ଧନ (ଫୁଏଲ୍‌) ଭରିଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର, ଉପ-ଜିଲ୍ଲାପାଳ ଅରୁଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଓ ପଟ୍ଟାମୁଣ୍ଡାଇ ବିଡିଓ ଶୀତଳ ଅଗରୱାଲଙ୍କ ସହ ସ୍ଥାନୀୟ ବନ୍ୟା ସ୍ଥିତି, ରିଲିଫ୍ ବଂଟନ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜରୁରୀ ଆଲୋଚନା କରିଥିଲେ। ପରେ ସଂସଦ ଶ୍ରୀ ପଣ୍ଡା ହେଲିକାପ୍ଟରରେ ଶୁଖିଲା ଖାଦ୍ୟ ନେଇ ଶ୍ରୀରାମପୁର,ଡାମରପୁର, ବଳଭଦ୍ରପୁର ବନ୍ୟା ପ୍ଲବିତ ଅଂଚଳ ପରିଦର୍ଶନ ଓ ଶୁଖିଲା ଖଦ୍ୟ ଦେବା ସହ ସାଡେ୨ଟାରେ ଆଳି, ରାଜକନିକା ଓ ରାଜନଗର ଗସ୍ତ କରିଥିଲେ । ପରେ ହେଲିପ୍ୟାଡ ଏମଏନ ହାଇସ୍କୁଲ ପଡିଆରେ ପହଁଚି ୪ଟାରେ ଭୂବନେଶ୍ୱର ପତ୍ୟବର୍ତ୍ତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ଦୁର୍ଗା ପ୍ରଶନ୍ନ ନାୟକ, ଜିଲା ରାଜନଗର ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା, ରାଜନଗର ଭାଜପା ବିଧାୟକ ପ୍ରାର୍ଥୀ ଲଳିତ ବେହେରା କେନ୍ଦ୍ରାପଡା ଭାଜପା ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ବରିଷ୍ଠ ଭାଜପା ନେତା ତେଜେଶ୍ୱର ପରିଡା ଜିଲ୍ଲା ଭାଜପା ସଭାପତି ଶଶାଙ୍କ ଶେଖର ସେଠୀ ରାଜ୍ୟ ଭାଜପା ନେତା ପ୍ରତାପ ଦାସ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ ନରସଂହପୁର ପଂଚାୟତ ସରପଂଚ ଦିପ୍ତିମୟୀ ପରିଡା, ପୂର୍ବତନ ଉପାଧକ୍ଷ ସୁଶାନ୍ତ ଦାସ ନଗର ସଂଯୋଜକ ସୁରେଶ ସାହୁ, ମିଟୁ ମନୋଜ ନାୟକ ପାରେଶ୍ୱର ପାତ୍ର, ଜିଲ୍ଲା ଏସସି ସମ୍ପାଦକ ଶିଶିର ମଲିକ, ସୁଶୀଲ ପରିଡା, ଜ୍ୟୋତିପ୍ରକାଶ ପ୍ରଧାନ, ଗିରିଜା ଶଙ୍କର ସାମଲ ସଞ୍ଜୟ ସ୍ୱାଇଁ ପରେଶ ସାହୁ ଚନ୍ଦନ ପାତ୍ର ସମୀର ପାତ୍ର ପାତ୍ର, ରଶ୍ମିତା ସାହୁ,ପ୍ରିୟଙ୍କା ଶତପଥୀ,ରାଧାମୋହନ ଦାଶ ଉପେନ୍ଦ୍ର ନାୟକ, ରାଜ କିଶୋର ସାହୁଙ୍କ ସମେତ ବହୁ ଭାଜପା ନେତା ଓ କର୍ମକର୍ତା ଉପସ୍ଥିତ ଥିଲେ ।

Leave a Reply

Next Post

ଆକାଶମାର୍ଗରୁ ଖାଦ୍ୟ ବଣ୍ଟନକୁ ନେଇ ତୀବ୍ର ଅସନ୍ତୋଷ: ସହାୟତା ନୁହେଁ, ଦୁଃଖ ଓ ସ୍ୱାଭିମାନ ପ୍ରତି ଆଘାତ: ବିରୋଧୀ

Wed Aug 19 , 2026
କେନ୍ଦ୍ରାପଡା ୧୯/୮ – ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଥିବା ବେଳେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ ଓ ସହାୟତା ବଣ୍ଟନକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିକଟରେ ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଏବଂ ରାଜନଗରର ତଳିଆ ଅଞ୍ଚଳଗୁଡ଼ିକରେ ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ମାତ୍ର ଏହି ହେଲିକପ୍ଟରରୁ ଖାଦ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading