କେନ୍ଦ୍ରାପଡା ଗଜଲକ୍ଷ୍ମୀ ଭଷାଣୀ ଉତ୍ସବରେ ଭାଇଚାରାର ନିଦର୍ଶନ

blank
କେନ୍ଦ୍ରାପଡ଼ା,୧୪ା୧୦:କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା, ମେଲଣ ଓ ଭଷାଣୀ ହେଉଛି ଭାଇଚାରାର ପର୍ବ। ଯାହାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ। ଏହି ପୂଜାରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗଜଲକ୍ଷ୍ମୀ ପୂଜା, ମେଲଣ ଓ ଭଷାଣୀ ଉତ୍ସବକୁ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଏହାର ଏକ ନିଦର୍ଶନ ଦେଖିବାକୁ ମିଳିଛି ସୋମବାର ରାତିରେ ଗଜଲକ୍ଷ୍ମୀ ମେଲଣରେ ପୁରୁଣା ବସଷ୍ଟାଣ୍ଡ ମେଢ ନିକଟରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗଜଲକ୍ଷ୍ମୀ ମେଲଣ ଉତ୍ସବକୁ ହସଖୁସି ଓ ଉଲ୍ଲାସର ସହିତ ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ରଞ୍ଜନ ପ୍ରଧାନ(ମୁନା), ମୀର ଆଲମ, ସେକ ଗୈାଫ୍ରାନ(ଗୋପି),ସତ୍ୟବ୍ରତ ସିଂ, ଗୋଲଖ ଚନ୍ଦ୍ର ପରିଡା, ଅକ୍ଷୟପ୍ରିୟ ଦାସ, ନିରଞ୍ଜନ ବଳ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ଚକ୍ରୋଡା ପଞ୍ଚାୟତରେ ଆଲୋକୀକରଣ ପ୍ରକଳ୍ପ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି

Tue Oct 14 , 2025
କେନ୍ଦ୍ରାପଡ଼ା,୧୪ା୧୦:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ପଥ ଆଲୋକୀକରଣ ପ୍ରକଳ୍ପ ଦୁର୍ନୀତିର ଭିନଜିଲାନ୍ସ ତଦନ୍ତ ଦାବି କରିଛନ୍ତି ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକ। ଡ. ମଲ୍ଲିକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ପଥ ଆଲୋକୀକରଣ ନିମନ୍ତେ ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରାୟ ଏକ କୋଟି ଟଙ୍କା ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରିଥିଲେ। ସେଥିମଧ୍ୟରୁ କେବଳ ଚକ୍ରୋଡା ଗ୍ରାମପଞ୍ଚାୟତକୁ ୫୦ଲକ୍ଷ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading