ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଗସ୍ତ, ଯୋଗ୍ୟ ହିତାଧିକାରୀଙ୍କୁ ରେସନକାର୍ଡରେ ସଂଯୋଗ ଭତ୍ତା ପ୍ରଦାନ,ଡ୍ରପ ଆଉଟ,ଛତୁଆ ମାନ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ

blank

କେନ୍ଦ୍ରାପଡ଼ା,୫ା୧୨:ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନିକାନ୍ତ ସାହୁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ପୌରାହିତରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଶ୍ରୀ ସାହୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ୨୦୧୩ ଆଧାରରେ ରେସନ କାର୍ଡ ବଣ୍ଟନ ଉପରେ ଗୁରୁତ୍ୱ ଦେଇଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ତାଲିକାରୁ ବାଦ ଦେବା ଏବଂ ଯୋଗ୍ୟ ହିତାଧିକାରୀ ଯେପରି ତାଲିକାରୁ ବାଦ ନ ପଡନ୍ତି ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟଭତ୍ତା ପ୍ରଦାନ ଉପରେ ଖିଲାପ ନ କରିବାକୁ ମଧ୍ୟ ଅଧ୍ୟକ୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରର ସ୍ଥିତି,ଆଶ୍ରମ ବିଦ୍ୟାଳୟ,ସ୍କୁଲ ଡ୍ରପ ଆଉଟ ଛାତ୍ରଛାତ୍ରୀ, ମଧ୍ୟାହ୍ନ ଭୋଜନ ସଂକ୍ରାନ୍ତରେ ଆଲୋଚନା ସମେତ ଛତୁଆ ପ୍ରସ୍ତୁତକାରୀ କେନ୍ଦ୍ର ଯାଞ୍ଚ ନିମନ୍ତେ ସ୍ୱତନ୍ତ୍ର ଟିମ ଗଠନ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା ବେଷାମରିକ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Next Post

କେନ୍ଦ୍ରାପଡା ଉପକାରାଗାରରେ ଯୋଗଶିକ୍ଷା ଆରମ୍ଭ

Fri Dec 5 , 2025
କେନ୍ଦ୍ରାପଡ଼ା,୫ା୧୨:ବାରିମୂଳସ୍ଥିତ କେନ୍ଦ୍ରାପଡ଼ା ଉପ କାରାଗାରରେ ଆଜିଠାରୁ ଯୋଗଶିକ୍ଷା ଆରମ୍ଭ ହୋଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାର ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଏହି ଶିବିରକୁ ଉଦଘାଟନ କରିଛନ୍ତି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହକାରୀ ରେଜିଷ୍ଟାର ଅଜୟ କୁମାର ରାଉତ ଏହି ଶିବିରରେ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଏହି ଯୋଗଶିକ୍ଷା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ଅନ୍ତେବାସୀଙ୍କ ମନରେ ଉଭୟ ଶାରୀରିକ ଏବଂ ମାନସିକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading