‘ତୁଳସୀ କ୍ଷେତ୍ର ମାହାତ୍ମ୍ୟ’ ଫଟୋ ପଦର୍ଶନୀ

blank
କେନ୍ଦ୍ରାପଡା,୧୧ା୮: ‘ତୁଳସୀ କ୍ଷେତ୍ର ମାହାତ୍ମ୍ୟ’ ଆଧାରରେ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦିବ୍ୟଲିଳା ପଟୋଚିତ ପ୍ରଦର୍ଶନୀ ସ୍ନାନମଣ୍ଡପ ଉପରେ ମହାପ୍ରଭୁଙ୍କ ୨୨ଗୋଟି ଦିବ୍ୟ ବେଶ ଓ ପ୍ରାଚିନ କ୍ଷେତ୍ର ଉପାଖ୍ୟାନ ଲିଖିତ ୍ର ପଦର୍ଶିତ ହୋଇଥିଲା । ଶ୍ରୀବଳଦେବଜୀଉଙ୍କର ପବିତ୍ର ଜନ୍ମଭିଷେକ ନୀତି ପାଳନ ହେବା ଅବସରରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁବର୍ଣ୍ଣ ଅଳଙ୍କାର ପ୍ରସ୍ତୁତ କମିଟି ଦ୍ୱାରା ପ୍ରସ୍ତୁତ ଏକ ପରିକଳ୍ପିତ ସୁବର୍ଣ୍ଣ ବେଶର ଏକ ସୁନ୍ଦର ଅକର୍ଶଣୀୟ ସଦୃଶ୍ୟ ନମୁନା ଚିତ୍ର ବିଗ୍ରହ କେନ୍ଦ୍ରାପଡାର ଜିଲ୍ଲାପାଳ ରଘୁରାମ ଆୟାରଙ୍କ ଦ୍ୱାରା ମନ୍ଦିର ପୁରୋହିତ ଗୋସାଇଁଙ୍କ ମନ୍ତ୍ରପାଠରେ ଲୋକାର୍ପିତ ହୋଇଥିଲା । ଏହି ଲୋକାର୍ପିତ ଉତ୍ସବରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବା ଶ୍ରୀ ବଳଦେବଜୀଉ ପରିଚାଳନା କମିଟି ବା ନ୍ୟାସୀ ମଣ୍ଡଳୀର ନୂତନ ସଭାପତି ନବକୃଷ୍ଣ ଜେନା ପୋଲିସ ଏସଡିପିଓ ଦେବଜ୍ୟୋତି ଗୌଡ ସଦର ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଉପସ୍ଥିତ ଥିଲେ । ଗବେଶକ ନିରଞ୍ଜନ ମେକାପ ତୁଳସୀକ୍ଷେତ୍ର ମାହାତ୍ୟର ଦେଇଥିବା ଚିତ୍ର ଗୁଡିକ ସମ୍ବଦ୍ଧରେ ମହାପ୍ରଭୁ ବଳଦେବଜୀଉ ଲିଳା ପ୍ରଶଙ୍ଗ ଚିତ୍ର ଗୁଡିକ ପୌରାଣିକ ବିବରଣୀ ଗୁଡିକୁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଦର୍ଶାଇଥିଲେ । କମିଟିର ସଦସ୍ୟମାନଙ୍କ ମଧ୍ୟରେ ଉମାକାନ୍ତ ବଳ, ରାଜେଶ ବେହେରା, ନିରଞ୍ଜନ ମେକାପ, ଅଞ୍ଜନ କୁମାର ପୃଷ୍ଟି, ଅଜୟ କୁମାର ବିହାରୀ, ମନୋଜ କୁମାର ନନ୍ଦ, ନିମାଇ ଚରଣ କର, ନୃସିଂହ ଚରଣ ପତ୍ରୀ, ଅଭୟ ଦାସ, ଆଶୁତୋଷ ପଣ୍ଡା, ହିମାଂଶୁ କୁମାର ରାଉତ, ଆଶିଷ ପ୍ରଧାନ, ନିରୁପମା ରାଉତ, ଆଲୋକ ସାହୁ, ବଳଦେବ ସେନା ସଭାପତି ପୁପୁନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Next Post

ମିଳିତ ଜନଶୁଣାଣୀ ଶିବିର : ୭୫ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

Mon Aug 11 , 2025
ପଟ୍ଟାମୁଣ୍ଡାଇ ୧୧/୮-କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ସୋମାବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲାର ନୂତନ ଜିଲାପାଳ ରଘୁରାମ ଆର ଆୟାର, ଏସ ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲାପାଳ ନବ କୃଷ୍ଣ ଜେନା, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡ଼ିଓ ଅଶୋକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading