ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୫୫ତମ ବାର୍ଷିକ କ୍ରୀଡା ମହୋତ୍ସବ

ପଟ୍ଟାମୁଣ୍ଡାଇ ୧୮/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୫୫ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଘାଟିିତ ହୋଇଯାଇଛି।ଏହି କ୍ରୀଡା ମହୋତ୍ସବ ୧୮,୧୯ ଏବଂ ୨୦ ତାରିଖ ତିନି ଦିନ ଧରି ଚାଲିବାର ବ୍ୟାବସ୍ଥା କରାଯାଇଛି। ଏହି ବାର୍ଷିକ କ୍ରୀଡା ଉତ୍ସବରେ ୧୦୦,୨୦୦,୪୦୦ ଓ ୮୦୦ ମିଟର ଦୌଡ ପ୍ରତିଯୋଗିତା ସହ ,ଲମ୍ବଡିଆଁ, ସଟପୁଟ,ଡିସକସ ଥ୍ରୋ, ଡାଭେଲିନ ଥ୍ରୋ, ଲଙ୍ଗଜଂପ, ହାଇଜଂପ ଭଲି କ୍ରୀଡା ହୋଇଥିବା ବେଳେ ଆଉ ଦୁଇଦିନ ଜାରି ରହିବ ।
ପଟ୍ଟାମୁଣ୍ଡାଇ କଲେଜ କ୍ରିଡା ସଂସଦ ଉପ ସଭାପତି ଅଧ୍ୟାପକ ଡ. ଅରବିନ୍ଦ ପାଣ୍ଡବଙ୍କ ତତ୍ୱାବଧାନରେ ଅନୁଷ୍ଠିତ କ୍ରୀଡା ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ଉଦଘାଟନ କରିଥିଲେ । ସେ ଚାତ୍ରୀଛାତ୍ରମାନଙ୍କୁ ଉଦ୍ୱବୋଧନ ଦେଇ କହିଥିଲେ ଯେ କ୍ରୀଡା କେବଳ ଶାରିକ ଅଭ୍ୟାସ ନୁହେଁ , କ୍ରୀଡା ହିଁ ଶାରୀରିକ ଦକ୍ଷତାର ମୂଳମନ୍ତ୍ର, କ୍ରୀଡ଼ା ଦ୍ୱାରା ମଣିଷ ସୁସ୍ଥ, ରହିବା ସହ ଶାରୀରିକ ଓ ମାନସିକ ସ୍ତରରେ ସତେଜ ରହିଥାଏ । କ୍ରୀଡା ଦ୍ୱାର ଛାତ୍ରୀଛାତ୍ର ମାନେ ଶୁଙ୍ଖଳା, ଆତ୍ମନିୟନ୍ତ୍ରତା, ଜୀବନ ସଂଘର୍ଷ ହେବାର ଶକ୍ତି ପାଇଥାନ୍ତି ବୋଲି କହିଥିଲେ । କଲେଜ କ୍ରିଡା ସଂସଦ ଉପସଭାପତିଙ୍କ ସମେତ ସହ ଉପସଭାପତି ଅଧ୍ୟାପକ ମାନସ ନାୟକ, ଅଧ୍ୟାପିକା ପ୍ରଦ୍ୟୁନ ପ୍ରଧାନ, ରଶ୍ମୀତା ପ୍ରଣିଗ୍ରାହୀ ଦେବସ୍ମୀତା ତ୍ରିପାଠୀଙ୍କ ନିର୍ଦ୍ଧେଶନାରେ ଗୁରୁବାର ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତା ସଫଳ ଭାବେ ସମ୍ପନ୍ନ କରିଥିଲେ । ଛାତ୍ରୀଛାତ୍ର ମାନେ ନିଜର ଶାରୀରିକ କୌଶଳ ଓ କ୍ରୀଡା ଦକ୍ଷତା ପ୍ରଦର୍ଶନ କରି ଆକଷିୀତ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟାପକ ରଂଜନ ଗାହାଣ, ପିଂଟୁ ପଟେଲ, ପୃଥିରାଜ ବିଶ୍ୱାଳ, ପାଧ୍ୟାପକ ଡ଼.ରମେଶ ସାହୁ, କ୍ୟାପଟେନ ମନୋଜ ପରିଡା, ପ୍ରମୋଦ ସ୍ୱାଇଁ, ସର୍ବେଶ୍ୱର ସାହୁ, ରଂଜନ ବେହୁରା, କ୍ରୀଡା ଶିକ୍ଷକ ଶ୍ମୃତିରଞ୍ଜନ ସାମନ୍ତରାୟ ସମେତ କଲେଜ କ୍ରିଡ଼ା ବିଭାଗ କର୍ମକର୍ତା ଓ କଲେଜର ଅଧ୍ୟାପିକା/ଅଧ୍ୟାପକ ଓ ଛାତ୍ରୀଛାତ୍ର ଯୋଗ ଦେଇ ଖେଳକୁ ଉପଭୋଗ କରିଥିଲେ ।
