ଅଟୋକୁ ପୋଡିଦେଲେ ଦୁର୍ବୃତ୍ତ

blank
କେନ୍ଦ୍ରାପଡା ୨୦/୪ – କେନ୍ଦ୍ରାପଡ଼ା ସଦର ଥାନ ଅନ୍ତର୍ଗତ ଆୟବା ପଞ୍ଚାୟତ ମଧୁରକୂଳ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟି ଯାଇଛି ଅଭାବନୀୟ ଘଟଣା । ମଣ୍ଟୁ ସେଠିଙ୍କ ଯାତ୍ରୀବାହି ଅଟୋ (ନମ୍ବର -ଙଊ ୨୯ଏ୧୦୮୫)କୁ କେହି ଦୁର୍ବୁତ୍ତ ନିଆଁ ଲଗେଇଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ଭଡା ସାରି ମଣ୍ଟୁ ଅଟୋରିକ୍ସା ନେଇ ଘରକୁ ଫେରିଥିଲେ । ଘର ନିକଟରେ ଅଟୋ ରଖି ଶୋଇପଡିବା ପରେ ମଧ୍ୟ୍ୟରାତ୍ରରେ କେହି ଦୁର୍ବୁତ୍ତ ଅଟୋରେ ନିଆଁ ଲଗେଇ ଦେଇଥିଲେ ବୋଲି ମଣ୍ଟୁ ସଦାରଥାନାରେ ଅଭିଯୋଗ କରିଛନ୍ତି । ଏହି ଅଟୋ ଉପରେ ପୁରା ପରିବାର ନିର୍ଭର କରି ଚଳି ଆସୁଥିଲେ ବୋଲି ସେ କହିଛନ୍ତି । ସଦରଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ସେହିପରି ଜିଟି 12 ତାରିଖରେ  ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମଣ୍ଡପଡା ଗ୍ରାମରେ  କିଛି ଅଜଣା ଦୁର୍ବୃତ୍ତ ଏକ ଅଟୋରେ ନିଆଁ ଲଗାଇ ଦେଇଥିଲେ ।  ଯାହାଫଳରେ ଅଟୋଟି ପୋଡି ପାଉଁଶ ହୋଇଥିଲା ।

Next Post

ବାଇକ ଉପରେ ଚଢିିଗଲା ଯାତ୍ରାପାର୍ଟି ଟ୍ରକ , ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ

Sun Apr 20 , 2025
କେନ୍ଦ୍ରାପଡ଼ା,୨୦ା୪: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନିକଟସ୍ଥ ଜୀବନବୀମା କାର୍ଯ୍ୟାଳୟ ସମ୍ମୁଖରେ ଏକ ଯାତ୍ରାପାର୍ଟି ଟ୍ରକ ଏକ ବାଇକ ଉପରେ ଚଢିଯାଇଛି। ବାଇକ ଉପରେ ବସିଥିବା ଯୁବକ ଜଣକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ସେ ଆହତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଯୁବକ ଜଣକ ହେଉଛନ୍ତି ଛାଞ୍ଚୁଣିଆ ଗ୍ରାମର ଖଗେଶ୍ୱର ସାହୁ(୩୮)। ସେହିପରି ଟ୍ରକଟି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଉପରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading