ସଡକ ଦୂର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳନ

blank
କେନ୍ଦ୍ରାପଡ଼ା,୨୫ା୧୧:କେନ୍ଦ୍ରାପଡ଼ା ଜିଲ୍ଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସଡକ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା ଏକ ସଚେତନତା ରଥ ଓ ଶୁଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସକାଳ ସାଢେ ୯ଟାରେ ୪ଶହରୁ ଉର୍ଦ୍ଧ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ,ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଜନସାଧାରଣ ତିନିମୁହାଣୀ ଜିଓ ପେଟ୍ରୋଲ ପମ୍ପ ନିକଟରୁ ବାହାରି ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଶୁଭଯାତ୍ରାରେ ବାହାରି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାରକୁ କିପରି ଶୂନ କରାଯାଇପାରିବ ସେ ସମ୍ପର୍କରେ ସଚେତନତା ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ ହାତରେ ଧରି ସ୍ଲୋଗାନ ଦେଇ ଆସିଥିଲେ। ‘ପ୍ରତିଟି ଜୀବନ ମୂଲ୍ୟବାନ’ ‘ସଭିଏଁ ହେବା ଯତ୍ନବାନ’ ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ସହିତ ସଡ଼କ ସୁରକ୍ଷା ନିୟମ ମାନିବା, ଗାଡି ଚଳାଇବା ସମୟରେ ହେଲମେଟ ପରିଧାନ କରିବା, ଗାଡି ଚଳାଇବା ବେଳେ ମୋବାଇଲରେ କଥା ନ ହେବା, ନିଶା ସେବନ କରି ଗାଡି ନ ଚଳାଇବା ଆଦି ନିୟମଗୁଡିକୁ ମାନିବାକୁ ସମସ୍ତଙ୍କୁ ସଚେତନ କରାଯାଇଥିଲା। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ୪ ଜଣ ଗୁଡ୍ ସମରାଟିଆନ ସନ୍ୟାସୀ ରାଉତ, ସମୀର କୁମାର ପ୍ରଧାନ, ବିନୋଦ ବେହେରା ଓ ସୁଶାନ୍ତ ତରାଇଙ୍କୁ ୨୦୦୦ ଟଙ୍କାର ଚେକ, ହେଲମେଟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସଡ଼କ ନିୟମକୁ କଡାକଡି ଭାବେ ପାଳନ କରିବା ସହ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ କରିବା ପାଇଁ ନିବେଦନ କରିଥିଲେ। “ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ’ ଜିଲ୍ଲାପାଳଙ୍କ ଯେଉଁ ଆହ୍ୱାନ ଆଜିର ଦିନରେ ଥିଲା ତାକୁ ପ୍ରତ୍ୟେକ ପେଟ୍ରୋଲ ପମ୍ପମାନେ ଅନୁସରଣ କଲେ ଆମେ ସମସ୍ତେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ କରିପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ। ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଓ ପେଟ୍ରୋଲ ପମ୍ପଠାରେ ଅଟକାଇ ଜୀବନ ହେଉଛି ମୂଲ୍ୟବାନ- ଏଥି ପ୍ରତି ଦୃଷ୍ଟି ଦେବା, ହେଲମେଟ ପରିଧାନ କରିବା ପାଇଁ ପରାମର୍ଶ ଦେବା ସହ ଗୋଲାପ ଫୁଲ ଦେଇ ସମସ୍ତଙ୍କୁ ଏଥି ପାଇଁ ସଚେତନ କରାଯାଇଥିଲା। ଶୁଭାଯାତ୍ରାରେ ଯମ ଓ ଚିତ୍ରଗୁପ୍ତ ଭୂମିକାରେ ଦୁଇ କଳାକାରଙ୍କ ସଚେତନତା ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଉକ୍ତ ଶୁଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଟାଉନ ଥାନା ଆଇ.ଆଇ.ସି ଦିଲ୍ଲୀପ କୁମାର ସାହୁ, ସଦର ଥାନା ଆଇ.ଆଇ.ସି ଶୁଭେନ୍ଦୁ ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଯୋଗ ଦେଇଥିଲେ ।

Next Post

ଆୟୁଷ ଡାକ୍ତରଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Tue Nov 25 , 2025
କେନ୍ଦ୍ରାପଡ଼ା,୨୫ା୧୧:ଓଡିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି (ଏମ. ଏଚ. ୟୁ. ଆୟୁଷ ଡାକ୍ତର, କଲୋକେଟେଡ଼ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର / ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର / ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆୟୁଷ ଡାକ୍ତର ଏବଂ ଆର. ବି. ଏସ. କେ. ଆୟୁଷ ଡାକ୍ତର) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କୁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading